Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍କୁଲରେ ଲାଗିଲା ଭୟଙ୍କର ନିଆଁ, ଅଳ୍ପକେ ବର୍ତ୍ତିଲେ ୩୦୦ ଛାତ୍ରଛାତ୍ରୀ

International

Tokyo School Fire / ସ୍କୁଲରେ ଲାଗିଲା ଭୟଙ୍କର ନିଆଁ, ଅଳ୍ପକେ ବର୍ତ୍ତିଲେ ୩୦୦ ଛାତ୍ରଛାତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ସ୍କୁଲରେ ଲାଗିଲା ଭୟଙ୍କର ନିଆଁ, ଅଳ୍ପକେ ବର୍ତ୍ତିଲେ ୩୦୦ ଛାତ୍ରଛାତ୍ରୀ
School Fire

Key Points

ଟୋକିଓରେ ବଡ଼ ଅଗ୍ନିକାଣ୍ଡ
ସ୍କୁଲରୁ ବାହାରିଲା କଳା ଧୂଆଁ
ରେସ୍କ୍ୟୁ ହେଲେ ୩୦୦ ଛାତ୍ରଛାତ୍ରୀ
ଶୁକ୍ରବାର ଜାପାନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଜାପାନର ରାଜଧାନୀ ଟୋକିଓର ଏକ ପ୍ରାଥମିକ ବିଦ୍ୟାଳୟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଆତଙ୍କ ସୃଷ୍ଟି ହୋଇଥିଲା । ସ୍କୁଲରେ ନିଆଁ ଲାଗିବା ସମୟରେ ପ୍ରାୟ ୩୩୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଉପସ୍ଥିତ ଥିଲେ । କିନ୍ତୁ ସୌଭାଗ୍ୟବଶତଃ ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଯାହାଫଳରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ ।

ଏହି ଘଟଣା ଟୋକିଓର କିଟା ୱାର୍ଡର ଟାକିନୋଗାୱା ଡାଇସାନ ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ଟୋକିଓ ଅଗ୍ନିଶମ ବିଭାଗ ଅନୁଯାୟୀ, ସ୍କୁଲର ଚାରି ମହଲା କୋଠାର ଉପର ମହଲାରେ ଥିବା ସଙ୍ଗୀତ କୋଠରୀ ନିକଟରେ ନିଆଁ ଲାଗିଥିଲା । ଚତୁର୍ଥ ମହଲାର ପ୍ରାୟ ୨୦୦ ବର୍ଗ ମିଟର ଅଞ୍ଚଳକୁ ନିଆଁ ଖୁବ୍ ଶୀଘ୍ର ବ୍ୟାପିଥିଲା ।


ଘଟଣାର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସ୍କୁଲର ଝରକାରୁ କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି । ଘଟଣାସ୍ଥଳରେ ଏକାଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡ ସମୟରେ କିଛି ଛାତ୍ର ଏବଂ ଜଣେ ଶିକ୍ଷକ କୋଠା ଭିତରେ ଫସି ରହିଥିଲେ । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଦୁର୍ଘଟଣାରେ ମୋଟ ୧୦ ଜଣ ଆହତ ହୋଇଛନ୍ତି । ଧୂଆଁ ଶ୍ୱାସକ୍ରିୟା ଯୋଗୁଁ ସାତ ଜଣ ଛାତ୍ର ପ୍ରଭାବିତ ହୋଇଥିଲେ, ଜଣେ ଛାତ୍ର ଖସିପଡ଼ି ଆହତ ହୋଇଥିଲେ ଏବଂ ଦୁଇଜଣ ଶିକ୍ଷକ ମଧ୍ୟ ଆହତ ହୋଇଥିଲେ। ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ଏବଂ କାହାରି ଜୀବନ ପ୍ରତି ବିପଦ ନାହିଁ ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପଞ୍ଚମ ଶ୍ରେଣୀର ଛାତ୍ରମାନେ ସଙ୍ଗୀତ ଶ୍ରେଣୀରେ ଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored