Videos
|
International

ବିଶ୍ବରେ ପ୍ରଥମ, ଯାହା ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

Jitendra Dash
Browse all articles by Jitendra Dash
·2 years ago·2 min read
ବିଶ୍ବରେ ପ୍ରଥମ, ଯାହା ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ


ବିଶ୍ବରେ ପ୍ରଥମ ବଡ ସଫଳତା
ଆଉ ପାଦେ ଆଗେଇଲା ବିଜ୍ଞାନ
ଯାହା ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ
 

ଅର୍ଗସ ବ୍ୟୁରୋ : ଏବେ ସମ୍ଭାଳି ରଖନ୍ତୁ ଗାଈ ଗୋବର । ଆଉ ଗୋବରର ବ୍ୟବହାର କ୍ଷେତ୍ରରେ ଆଉ ପାଦେ ଆଗେଇଲା ବିଜ୍ଞାନ । ଏହାକୁ ନେଇ ଏପରି ଏକ ସଫଳତା ହାସଲ କରାଯାଇଛି ଯାହା ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ । ଏଣିକି ଗାଈର ଗୋବରରୁ ଉଡିବ ରକେଟ । କାରଣ ଗାଈର ଗୋବରରୁ ବାହାରୁଥିବା ଇନ୍ଧନରେ ରକେଟ ଇଞ୍ଜିନ ଚଳାଇବାରେ ସଫଳତା ପାଇଲେ ବୈଜ୍ଞାନିକ । 

ଏଭଳି ସଫଳତା ହାସଲ କରିଛନ୍ତି ଜାପାନର ମହାକାଶ କମ୍ପାନି । ଜାପାନିଜ ସ୍ପେସ୍ ଷ୍ଟାର୍ଟଅପ୍ ଇଣ୍ଟରଷ୍ଟେଲାର ଟେକ୍ନୋଲୋଜି ଜିରୋ ରକେଟ ପାଇଁ ହକ୍କାଇଡୋ ସ୍ପେସପୋର୍ଟରେ ଏହାର କସ୍ମୋସ୍ ଇଞ୍ଜିନର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ କରାଯାଇଥିଲା । ଯାହା ମଧ୍ୟ ସଫଳ ହୋଇଥିଲା । ଏହି ରକେଟରେ ଗାଈର ଗୋବରରୁ ବାହାରୁ ଥିବା ମିଥାନ ଗ୍ୟାସକୁ ଇନ୍ଧନ ଭାବେ ବ୍ୟବହାର କରିଯାଇଛି । କମ୍ପାନୀ ପକ୍ଷରୁ ଏହି ଟେଷ୍ଟିଂର ଭିଡିଓ ମଧ୍ୟ ସେୟାର କରାଯାଇଛି । ଯେଉଁଥରେ ପ୍ରୋଟୋଟାଇପ୍ ରକେଟ୍ ଇଞ୍ଜିନରେ ଏହି ଗୋବର ଟେଷ୍ଟିଂ କରାଯାଇଥିଲା । ତେବେ ଏହା ଦ୍ବରା ଇଞ୍ଜିନରୁ ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ନିଆଁ ବାହାରୁଥିବା ଦେଖାଯାଇଥିଲା ।

ଅଧିକ ପଢନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋବର ଇନ୍ଧନରୁ ଉଡ଼ିବ ରକେଟ ଯାହା ଜାପାନର ଏକ କମ୍ପାନୀ ଗୋବରରୁ ବାୟୋମିଥେନ ଗ୍ୟାସ ତିଆରି କରିଥିଲେ । ଦାବି କରାଯାଇଥିଲା ଯେ, ଏହା ଗାଈର ଗୋବରରୁ ତିଆରି ହୋଇଥିବା ବେଳେ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହା ବଡ ପରିବର୍ତ୍ତନ ଆଣିପାରେ । ସ୍ସେସ ଏଜେନ୍ସି ପାଇଁ ଏହା ଏକ ବଡ ଉପକାର ହୋଇପାରେ ।

 

ସ୍ସେସ ଜଗତରେ ବଡ ପରିବର୍ତ୍ତନ ହେବ ଯଦି ଏହି ରକେଟ ଉତକ୍ଷେପଣରେ କ୍ଷେତ୍ରରେ ସଫଳ ହୁଏ ତେବେ ଆଗାମୀ ଦିନରେ ମହାକାଶ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ହୋଇପାରିବ । କାରଣ ବାୟୋମିଥେନ ଇନ୍ଧନ ସୁଲଭ ମୂଲ୍ୟରେ ତିଆରି ହୋଇପାରିବ ।

ସୁଲଭ ମୂଲ୍ୟରେ ରକେଟ ପହଞ୍ଚିବ ସ୍ପେସରେ, ବାୟୋଗ୍ୟାସରେ ୭୫ ପ୍ରତିଶତ ମିଥେନ ଗ୍ୟାସ୍ ରହିଥାଏ । ଯାହା ସୁଲଭ ନୁହେଁ ବରଂ ପରିବେଶ ଅନୁକୂଳ ମଧ୍ୟ ହୋଇଥାଏ । ଫଳରେ ଜଳିଲେ ମଧ୍ୟ ଧୂଆଁ ନିର୍ଗତ ହୁଏ ନାହିଁ । ଏହାସହିତ କାର୍ବନ ମଧ୍ୟ ନିର୍ଗତ ହୁଏ ନାହିଁ । ଅନ୍ତରୀକ୍ଷ କ୍ଷେତ୍ରରେ ଏହାକୁ ବ୍ୟବହାର କରାଇଯାଇ ଇନ୍ଧନକୁ ମଧ୍ୟ ସଞ୍ଚିତ କରାଯାଇ ପାରିବ । ଏହା ଦ୍ବାରା ଅର୍ଥନୀତି ମଧ୍ୟ ଲାଭବାନ ହେବ ।