Soldiers / ୭ ଯବାନଙ୍କୁ ଫାଶୀ: ବନ୍ଦୀ ଘରେ ଚିତ୍କାର କରି କାନ୍ଦୁଛନ୍ତି ଯବାନ

Key Points
ପାକିସ୍ତାନ ନମାନିଲେ ୭ ଯବାନଙ୍କୁ ଫାଶୀ କାନ୍ଦୁଛନ୍ତି ସମସ୍ତେ
ପାକିସ୍ତାନ ନମାନିଲେ ବହୁତ ପସ୍ତେଇବ
୭ ଯବାନଙ୍କୁ ମିଳିବ ଏକା ସାଙ୍ଗରେ ଫାଶୀ
ଏବେ ବନ୍ଦୀ ଘରେ ଚିତ୍କାର କରି କାନ୍ଦୁଛନ୍ତି ଯବାନ
କାହାକୁ ଛଡ଼ାଯିବ ନାହିଁ...ସମସ୍ତଙ୍କୁ ମିଳିବ ଫାଶୀ । ପାକିସ୍ତାନକୁ ତାର କଲା କର୍ମର ଫଳ ମିଳିବ । ଗୁଳି କରି ମାରି ଦିଆଯିବ କିମ୍ବା ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । କେହି ମଧ୍ୟ ଏହାକୁ ଅଟକାଇ ପାରିବେ ନାହିଁ । ୭ ଜଣ ଯବାନଙ୍କୁ ମିଳିବାକୁ ଯାଉଛି ମୃତ୍ୟୁ ଦଣ୍ଡ । ପାକିସ୍ତାନ ଯଦି ରାଜି ନହୁଏ ତାହାଲେ ୨୨ ତାରିଖରେ ମିଳିବ ମୃତ୍ୟୁ ଦଣ୍ଡ ।
ସମସ୍ତେ ହେଉଛନ୍ତି ପାକିସ୍ତାନ ସେନାର ଜଣେ ଜଣେ ଯବାନ । ଯେଉଁମାନେ ଏବେ ବଲୁଚିସ୍ତାନରେ ବନ୍ଦୀ ରହିଛନ୍ତି । ଏମିତି କିଛି ଚାଞ୍ଚଲ୍ୟ କର ଭିଡିଓ ଜାରି କରିଛି ବଲୁଚ ଲିବରେସନ ଆର୍ମି । ଏମିତି ଭିଡିଓକୁ ଜାରି କରି ପାକିସ୍ତାନ ସରକାର ଓ ସେନାକୁ ଚେତାବନୀ ଦେଇଛି ବଲୁଚ ଲିବରେସନ ଆର୍ମି । କାନ୍ଦୁଛନ୍ତି ପାକିସ୍ତାନ ଯବାନ । ରାତି ପାହିଲେ ସମସ୍ତଙ୍କୁ ମିଳିବ ମୃତ୍ୟୁ ଦଣ୍ଡ । ମୁଣ୍ଡକୁ ଗୁଳି କରି ହତ୍ୟା କରାଯିବ କିମ୍ବା ଫାଶୀ ମିଳିବ ସମସ୍ତଙ୍କୁ ।
ପାକିସ୍ତାନ ଯବାନ ଏବେ ବିପଦରେ ରହିଛନ୍ତି । କିନ୍ତୁ ପାକିସ୍ତାନ ସେନା ପକ୍ଷରୁ ନିଜର କୌଣସି ଯବାନ ନିଖୋଜ ନାହାନ୍ତି ବୋଲି ବାରମ୍ବାର କୁହାଯାଉଛି । କିନ୍ତୁ ବିଏଲ୍ଏ ଏହି ଭିଡିଓକୁ ଜାରି କରି ପାକିସ୍ତାନ ସରକାରକୁ ମିଛ ପ୍ରମାଣିତ କରିଛି । ଆଣ୍ଠେଇ ବସିଛନ୍ତି ପାକିସ୍ତାନର ଯବାନ । ସେମାନଙ୍କ ପଛପଟେ ସଶସ୍ତ୍ର ଧରି ଛିଡ଼ା ହୋଇଛନ୍ତି ବିଏଲ୍ଏର ସଦସ୍ୟ । ବିଏଲ୍ଏ କହିଛି ବନ୍ଧକ ସୈନ୍ୟଙ୍କ ବଦଳରେ ସେମାନଙ୍କର ଗିରଫ ସଦସ୍ୟ ମାନଙ୍କୁ ଛାଡ଼ିବାକକୁ ହେବ।
ଆଉ ଏଥିପାଇଁ ବିଏଲ୍ଏ ୨୨ ତାରଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି । ଯଦି ଏହି ସମୟସୀମା ମଧ୍ୟରେ ପାକିସ୍ତାନ ସରକାର ଆଲୋଚନା ପାଇଁ ଆଗକୁ ନଆସେ ତାହାଲେ ବନ୍ଧକ ଯବାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ବିଏଲ୍ଏ କହିଛି । ପାକିସ୍ତନା ସରକାର ଏମାନଙ୍କୁ ଜାଣିନି ବୋଲି କହିବା ପରେ ଭିଡିଓରେ ବନ୍ଧକ ସୈନ୍ୟ ମାରେ ସେମାନଙ୍କ ପରିଚୟ ପତ୍ର ଦେଖାଉଥିଲା ନଜର ଆସିଛି । ସେପଟେ ଯଦି ବନ୍ଧକ ସୈନ୍ୟ ମାନଙ୍କ ଖବରକୁ ପାକିସ୍ତାନ ସ୍ବୀକାର ନକରିବା ପଛରେ କିଛି ରଣନୀତି ହୋଇଥାଇପାରେ ବୋଲି ବିଶେଷଜ୍ଞମାନଙ୍କ କହିଛନ୍ତି।
ପଢନ୍ତୁ ଏହି ଖବର: ଶଦାବଙ୍କ ବିବାଦୀୟ ବୟାନ ପରେ ମୁହଁ ଖୋଲିଲେ ଆଫ୍ରିଦି, କହିଲେ...
📱 Get Argus News App
✨Related Topics
Explore more stories