Videos
|
International

Alleged Affairs / ସଫଳତାର ଶିଖରରେ ଥିଲେ, ଏବେ ପ୍ରେମ ବିବାଦରେ ଫସିଲେ! ୩ ମହିଳାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଏହି ବ୍ୟକ୍ତି

Bikash Mohanty
Browse all articles by Bikash Mohanty
·2 hours ago·2 min read
ସଫଳତାର ଶିଖରରେ ଥିଲେ, ଏବେ ପ୍ରେମ ବିବାଦରେ ଫସିଲେ! ୩ ମହିଳାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଏହି ବ୍ୟକ୍ତି
Jansen Huang

Key Points

ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଜେନସେନ୍
Nvidiaର ପୂର୍ବତନ ସିଇଓ ଜେନସେନ୍ ହୁଆଙ୍ଗ୍
ତିନି ଜଣ ମହିଳାଙ୍କ ସହ ତାଙ୍କର ସମ୍ପର୍କ ନେଇ ଚର୍ଚ୍ଚା 
ନୂଆଦିଲ୍ଲୀ,୧୩/୧୧: ବିଶ୍ୱର ସବୁଠାରୁ ବଡ଼ ଚିପ୍ କମ୍ପାନୀ ମଧ୍ୟରୁ ଗୋଟିଏ, Nvidiaର ପୂର୍ବତନ ସିଇଓ ଜେନସେନ୍ ହୁଆଙ୍ଗ୍ ବର୍ତ୍ତମାନ ତାଙ୍କ ବ୍ୟବସାୟିକ ସଫଳତା ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ। ତିନି ଜଣ ମହିଳାଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ରିପୋର୍ଟ ପ୍ରକାଶ ପାଇଛି। ଜଣେ ହେଉଛନ୍ତି ଜଣେ ଚୀନ୍ ବ୍ୟବସାୟୀ ଯାହାଙ୍କୁ ଆମେରିକୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ଚୀନ୍ ପାଇଁ ଗୁପ୍ତଚର ବୋଲି ସନ୍ଦେହ କରୁଛନ୍ତି, ଦ୍ୱିତୀୟ ଜଣକ ହେଉଛନ୍ତି ଜଣେ ବରିଷ୍ଠ Nvidia କାର୍ଯ୍ୟନିର୍ବାହୀ, ଏବଂ ତୃତୀୟ ଜଣ ସେହି ସଂସ୍ଥାର  କର୍ମଚାରୀ ବୋଲି ଜଣାପଡ଼ିଛି। ଏହା  ମଧ୍ୟରେ ହୁଆଙ୍ଗ୍ କମ୍ପାନୀରୁ ଇସ୍ତଫା ଦେଇଛନ୍ତି।

ରିପୋର୍ଟ ଅନୁସାରେ, ଜେନସେନ୍‌ଙ୍କ ସହ ଏକାଧିକ ମହିଳାଙ୍କ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ଏଥିରେ ଜଣେ ଚୀନ୍ ମହିଳା ଓ Nvidiaରେ କାର୍ଯ୍ୟରତ କିମ୍ବର୍ଲି ପାୱେଲଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଏହାବ୍ୟତୀତ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ପଢନ୍ତୁ ଏହି ଖବର: ସିଇଓଙ୍କ ମହିଳା ଉପାଧ୍ୟକ୍ଷଙ୍କ ସହ ସମ୍ପର୍କ ଚର୍ଚ୍ଚା, ହୋଟେଲ୍‌ରେ କ’ଣ ଘଟିଥିଲା?

ଜେନସେନ୍‌ଙ୍କୁ ନେଇ କାହିଁକି ଚର୍ଚ୍ଚା?


ଗତକାଲି Nvidiaର ପୂର୍ବତନ ସିଇଓ ଜେନସେନ୍ ହୁଆଙ୍ଗ ନିଜପଦ ଛାଡ଼ିଥିବା ସୂଚନା ମିଳୁଛି।  ତାଙ୍କ ସ୍ଥାନରେ କମ୍ପାନୀର CFO କୋଲେଟ୍ କ୍ରେସ୍‌ଙ୍କୁ ଅନ୍ତରୀଣ CEO ଭାବେ ଦାୟିତ୍ୱ ଦିଆଯାଇଥିବା ମଧ୍ୟ କୁହାଯାଇଛି।  ଅନ୍ୟପଟେ, ଜେନସେନ୍‌ଙ୍କ ପଦ ଛାଡ଼ିବା ପଛରେ ବୋର୍ଡର ନିଷ୍ପତ୍ତି ଥିବା ନେଇ ମଧ୍ୟ ଏକ ସୂଚନା ମିଳୁଛି।  ନଭେମ୍ବର ୧୧ ରାତିରେ ଜରୁରୀ ବୈଠକ ବସିଥିବା ଏବଂ ନିର୍ଦ୍ଦେଶକମାନେ ତାଙ୍କୁ ହଟାଇବା ସପକ୍ଷରେ ଭୋଟ୍ ଦେଇଥିବା କୁହାଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚର୍ଚ୍ଚାରେ ଆଲିସ୍ ହୁଆଙ୍ଗ ଓ କିମ୍ବର୍ଲି

ଏହି ଘଟଣାରେ ଜେନସେନ୍‌ଙ୍କ ପତ୍ନୀ ଆଲିସ୍ ହୁଆଙ୍ଗଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି। ଅନ୍ୟପଟେ କିମ୍ବର୍ଲି ପାୱେଲ୍ ପ୍ରାୟ ୧୮ ବର୍ଷ ଧରି Nvidiaରେ କାମ କରୁଥିବା ଜଣାପଡ଼ିଛି। ସେପଟେ ତୃତୀୟ ମହିଳାଙ୍କ ପରିଚୟ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ। ତେବେ ବ୍ୟକ୍ତିଗତ ଜୀବନକୁ ନେଇ ଉଠିଥିବା ଏହି ଚର୍ଚ୍ଚା ଓ କମ୍ପାନୀର ନେତୃତ୍ୱ ପରିବର୍ତ୍ତନ ସମ୍ପର୍କିତ ଦାବି ମଧ୍ୟରେ ପ୍ରକୃତ ସମ୍ପର୍କ କ'ଣ, ତାହା ସ୍ପଷ୍ଟ ହୋଇନାହିଁ। Nvidia ପକ୍ଷରୁ ଏନେଇ ଅଧିକାରିକ ପ୍ରତିକ୍ରିୟା ମିଳିବା ପରେ ହିଁ ଘଟଣାର ପୂରା ଚିତ୍ର ସାମ୍ନାକୁ ଆସିପାରିବ।