Videos
|
International

Nvidia CEO Controversy / ସିଇଓଙ୍କ ମହିଳା ଉପାଧ୍ୟକ୍ଷଙ୍କ ସହ ସମ୍ପର୍କ ଚର୍ଚ୍ଚା, ହୋଟେଲ୍‌ରେ କ’ଣ ଘଟିଥିଲା?

Bikash Mohanty
Browse all articles by Bikash Mohanty
·1 hour ago·2 min read
ସିଇଓଙ୍କ ମହିଳା ଉପାଧ୍ୟକ୍ଷଙ୍କ ସହ ସମ୍ପର୍କ ଚର୍ଚ୍ଚା,  ହୋଟେଲ୍‌ରେ କ’ଣ ଘଟିଥିଲା?
JENSEN HUANG

Key Points

ଏନଭିଡିଆ ମୁଖ୍ୟ ଜେନସେନ ହୁଆଙ୍ଗଙ୍କୁ ନେଇ ନୂଆ ବିବାଦ
ମହିଳା ଉପାଧ୍ୟକ୍ଷଙ୍କ ସହ ସମ୍ପର୍କ ଚର୍ଚ୍ଚା
ନୂଆଦିଲ୍ଲୀ,୧୨/୧୧: ବିଶ୍ୱର ଅଗ୍ରଣୀ ଚିପ୍‌ ନିର୍ମାତା କମ୍ପାନି ଏନଭିଡିଆର ସିଇଓ ଜେନସେନ ହୁଆଙ୍ଗଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। କମ୍ପାନିର ବ୍ୟବସାୟିକ ସଫଳତା ମଧ୍ୟରେ ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନୂଆ ଅଭିଯୋଗ ସାମ୍ନାକୁ ଆସିଛି। ଆମେରିକୀୟ ଖବରକାଗଜ ‘ଦ ନ୍ୟୁୟର୍କ ଟାଇମ୍ସ’ର ଏକ ରିପୋର୍ଟ ଅନୁସାରେ, ହୁଆଙ୍ଗଙ୍କ ସହ ଏନଭିଡିଆର ହେଲଥକେୟାର ବିଭାଗର ଉପାଧ୍ୟକ୍ଷ କିମ୍ବର୍ଲି ପାଓ୍ଵେଲଙ୍କ ସମ୍ପର୍କ ଥିବା ଅଭିଯୋଗ ହୋଇଛି।

ରିପୋର୍ଟ ମୁତାବକ ୪୮ ବର୍ଷୀୟା କିମ୍ବର୍ଲି ପାଓ୍ଵେଲ ଓ ଜେନସେନ ହୁଆଙ୍ଗଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି। ଜେନସେନଙ୍କ ପରି ପାଓ୍ଵେଲ ମଧ୍ୟ ବିବାହିତ। ସେ ୨୦୦୮ରେ Nvidiaରେ ଯୋଗ ଦେଇଥିଲେ। କମ୍ପାନିରେ ଇଞ୍ଜିନିୟରିଂ ଭାବେ ନିଜର କାମ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବରିଷ୍ଠ ପଦରେ ପହଞ୍ଚିଥିଲେ। ୨୦୧୬ରେ ତାଙ୍କୁ AIର ବିଜନେସ୍ ଡେଭଲପମେଣ୍ଟର ବରିଷ୍ଠ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଗଲା। ୨୦୧୭ ଶେଷ ସୁଦ୍ଧା ସେ କମ୍ପାନିର ଉପାଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ହେଲେ ବର୍ତ୍ତମାନ ସିଇଓ ଜେନସେନ ହୁଆଙ୍ଗ ଓ ତାଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସଂପର୍କ ଚର୍ଚ୍ଚାର ବିଷୟ ପାଲଟିଛି।

ପଢନ୍ତୁ ଏହି ଖବର: କିଏ ସେହି ଚୀନ୍ ମହିଳା ଗୁପ୍ତଚର, ଯାହାଙ୍କ ଜାଲରେ ଫସିଥିଲେ Nvidia CEO ଜେନସେନ୍ ହୁଆଙ୍ଗ?

କିଏ ଏହି କିମ୍ବର୍ଲି ପାଓ୍ଵେଲ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nvidiaର ଓ୍ଵେବସାଇଟ ମୁତାବକ କିମ୍ବର୍ଲି ପାଓ୍ଵେଲ କମ୍ପାନିର ବୈଶ୍ଵିକ ହେଲଥକେୟାର କାରବାରର ଦାୟିତ୍ଵ ସମ୍ଭାଳୁଛନ୍ତି। ସ୍ଵାସ୍ଥ୍ୟ ସେବା ପାଇଁ ହାର୍ଡଓ୍ଵେର ଓ ସଫ୍ଟଓ୍ଵେର ପ୍ଲାଟଫର୍ମ ଡେଭଲପ କରିବା ତାଙ୍କ ବିଭାଗର କାମ। କିମ୍ବର୍ଲି Nvidiaରେ ଯୋଗ ଦେବା ପୂର୍ବରୁ ହାର୍ଡଓ୍ଵେର ଇଞ୍ଜିନିୟର ଭାବେ ଅନ୍ୟ ସଂସ୍ଥାରେ କାମ କରୁଥିଲେ। ୧୯୯୯ ଜାନୁଆରୀରୁ ୨୦୦୩ ପର୍ଯ୍ୟନ୍ତ ସେ ଡୋମ ଇମେଜିଙ୍ଗ ସିଷ୍ଟମ ସଂସ୍ଥାରେ କାମ କରୁଥିଲେ। ଏହା ପରେ ପ୍ଲାନର ସିଷ୍ଟମ୍ସର ମେଡିକାଲ୍ ବିଜନେସ୍ ୟୁନିଟରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି କାମ କରିଥିଲେ। ଏଠାରେ ତାଙ୍କୁ ମେଡିକାଲ ପ୍ରଯୁକ୍ତିବିଦ୍ୟା, ଜ୍ଞାନକୌଶଳ ଓ ଉପକରଣ କ୍ଷେତ୍ରରେ କାମ କରିବାର ଅନୁଭବ ମିଳିଥିଲା।

୨୦୦୮ରେ ଏନଭିଡିଆରେ ସାମିଲ ହେଲେ, ୨୦୧୬ରେ ମିଳିଲା ବଡ଼ ଦାୟିତ୍ଵ

କିମ୍ବର୍ଲି ପାଓ୍ଵେଲ ୨୦୦୮ରେ Nvidiaରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କ ଦାୟିତ୍ଵ ମେଡିକାଲ୍ ଇମେଜିଂ ଉପକରଣରେ Nvidiaର ଜିପିୟୁର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଥିଲା। କମ୍ପାନିର ପ୍ରଯୁକ୍ତିବିଦ୍ୟାକୁ ମେଡିକାଲ୍ ଉପକରଣ ପାଇଁ ଉପଯୋଗୀ ବନାଇବା ତାଙ୍କର ପ୍ରମୁଖ କାର୍ଯ୍ୟ ଥିଲା। ଏହା ପରେ ସେ କମ୍ପାନିର ଉଚ୍ଚ ଶିକ୍ଷା ଓ ଗବେଷଣା କାରବାରର ନେତୃତ୍ଵ ନେଇଥିଲେ। ସେ ଷ୍ଟ୍ରାଟେଜିକ କାର୍ଯ୍ୟକ୍ରମ, Nvidia ଏଆଇ ଲ୍ୟାବ ଓ Nvidiaର ଇନସେପସନ କାର୍ଯ୍ୟକ୍ରମରେ ଜଡ଼ିତ ଥିଲେ।. ୨୦୧୬ରେ ତାଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବିଜନେସ୍ ଡେଭଲପମେଣ୍ଟର ବରିଷ୍ଠ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଗଲା। ୨୦୧୭ର ଶେଷ ଆଡ଼କୁ ତାଙ୍କୁ ଏନଭିଡିଆର ଉପାଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଥିଲା।