Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଡିଆସିଲି କାଠି ଖେଳରୁ ଜଳିଗଲା ପୂରା ବଜାର; ୧୧ ବର୍ଷର ବାଳକ ମୁଣ୍ଡରେ ସବୁ ଦୋଷ

International

Market Fire / ଡିଆସିଲି କାଠି ଖେଳରୁ ଜଳିଗଲା ପୂରା ବଜାର; ୧୧ ବର୍ଷର ବାଳକ ମୁଣ୍ଡରେ ସବୁ ଦୋଷ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଡିଆସିଲି କାଠି ଖେଳରୁ ଜଳିଗଲା ପୂରା ବଜାର; ୧୧ ବର୍ଷର ବାଳକ ମୁଣ୍ଡରେ ସବୁ ଦୋଷ
72 Dead, Chargesheet Names 11-Year-Old

Key Points

ଡିଆସିଲି କାଠି ଧରି ଖେଳୁଥିଲା ଏବଂ ସେଥିରୁ ନିଆଁ ବ୍ଯାପିଥିଲା । କେଇ କ୍ଷଣରେ ନିଆଁ ସମଗ୍ର କମ୍ପ୍ଲେକ୍ସକୁ କରାୟତ୍ତ କରି ନେଇଥିଲା । ଯେଉଁଥିରେ ଯାଇଥିଲା ୭୨ ଜଣଙ୍କ ଜୀବନ ।
ନୂଆଦିଲ୍ଲୀ: ଶତାଧିକ ଦୋକାନ ଜଳିଗଲା, ୭୨ ଜଣ ପ୍ରାଣ ହରାଇଲେ । ଆଉ ଏସବୁ ପାଇଁ ଦାୟୀ କେବଳ ଜଣେ । ସେ ବି ୧୧ ବର୍ଷର ଜଣେ ବାଳକ । ବର୍ଷ ଆରମ୍ଭରୁ ପାକିସ୍ତାନର କରାଚିରେ ହୋଇଥିବା ଭୀଷଣ ଅଗ୍ନିକାଣ୍ଡ ମାମଲାରେ ପୋଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ।

ଶନିବାର କରାଚିର କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟ୍ ଅନୁସାରେ, ଏହି ଭୟାବହ ଅଗ୍ନିକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଜଣେ ୧୧ ବର୍ଷର ବାଳକ । ଯାହା ପାଇଁ ମୋଟ ୭୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଳି ଯାଇଛି ଶତାଧିକ ଦୋକାନ । ମାମଲାରେ ନାବାଳକଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯିବା ପରେ ଜୋର୍ ଧରିଛି ଚର୍ଚ୍ଚା ।

ଏଥିସହ ପଢ଼ନ୍ତୁ: ୫୦ରୁ ୬୦ ହଜାର ଟଙ୍କା ଦେଇ ହିନ୍ଦୁଙ୍କୁ ଖ୍ରୀଷ୍ଟିଆନ୍ କରୁଥିଲା ରାଶିଦ ! 

ନିଆଁ ଲିଭାଇବାକୁ ଲାଗିଲା ୭ ଦିନ

୨୦୨୬ ଜାନୁଆରୀ ୧୭ ତାରିଖରେ କରାଚିର ପ୍ରମୁଖ ବ୍ୟବସାୟିକ ପେଣ୍ଠ ସଦର ଏମ୍ ଏ ଜିନ୍ନା ରୋଡ୍‌ ସ୍ଥିତ ଗୁଲ୍ ପ୍ଲାଜା ସପିଂ କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଅଗ୍ନିଶମ ବାହିନୀ ଓ ଅନ୍ୟ ଟିମ୍ ନିଆଁ ଆୟତ୍ତ କରିବାକୁ ୭ ଦିନ ଅହରହ ପ୍ରୟାସ କରିଥିଲେ ।

ଉକ୍ତ ମାମଲାରେ ଶନିବାର ପୋଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ୧୧ ବର୍ଷୀୟ ବାଳକ, ତାର ପିତା ଓ ଗୁଲ୍ ପ୍ଲାଜା କର୍ତ୍ତୃପକ୍ଷର ୪ ଜଣ ସଦସ୍ୟଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ପୋଲିସ ଅନୁସାରେ, ନିଆଁ ଲାଗିବା ପରେ ଏମାନେ ସମସ୍ତେ ଫେରାର୍ ହୋଇ ଯାଇଥିଲେ । ବର୍ତ୍ତମାନ ସୁଦ୍ଧା ନାବାଳକର ବାପାଙ୍କୁ ଗିରଫ କରାଯାଇ ନାହିଁ ।

ନାବାଳକର ଦୋଷ କ'ଣ ?

ମାମଲାରେ ସାକ୍ଷୀଙ୍କ ଅନୁସାରେ, ଘଟଣା ଦିନ ନାବାଳକଙ୍କ ପିତା ଦୋକାନରେ ନଥିଲେ । ସେହି ସମୟରେ ୧୧ ବର୍ଷର ବାଳକ ଏକାକୀ କୃତ୍ରିମ ଫୁଲ ଦୋକାନ ସମ୍ଭାଳୁଥିଲା । ଡିଆସିଲି କାଠି ଧରି ଖେଳୁଥିଲା ଏବଂ ସେଥିରୁ ନିଆଁ ବ୍ଯାପିଥିଲା । କେଇ କ୍ଷଣରେ ନିଆଁ ସମଗ୍ର କମ୍ପ୍ଲେକ୍ସକୁ କରାୟତ୍ତ କରି ନେଇଥିଲା ।

ତଦନ୍ତ ବେଳେ ପୋଲିସ ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛି । ସାକ୍ଷୀମାନଙ୍କ ମଧ୍ୟରେ ୧୩ ବର୍ଷର ବାଳକ ବି ଅଛନ୍ତି । ନାବାଳକ ଜଣଙ୍କ ଅନୁସାରେ, ସେ ଦିନ ସେ ୧୧ ବର୍ଷର ସାଙ୍ଗ ସହ ଡିଆସିଲି ଧରି ଖେଳୁଥିଲା । ହଠାତ୍ ଦୋକାନରେ ନିଆଁ ଲାଗି ଯାଇଥିଲା ।

ଏଥିସହ ପଢ଼ନ୍ତୁ: ବାଥରୁମ୍‌ ମର୍ଡର ଘଟଣା: "ଘର ଭିତରକୁ କାହାକୁ ଛାଡ଼ୁନଥିଲେ ରୁବି'', ଶେଷରେ କାହାକୁ ଫୋନ୍‌ କରି କହିଲେ ସତ... 

ଯେଉଁଥିରେ ମୋଟ ୭୨ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର ହୋଇଥିଲେ । ପ୍ରାୟ ୧୧୫୩ଟି ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ଯାଇଥିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored