Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୫୦ରୁ ୬୦ ହଜାର ଟଙ୍କା ଦେଇ ହିନ୍ଦୁଙ୍କୁ ଖ୍ରୀଷ୍ଟିଆନ୍ କରୁଥିଲା ରାଶିଦ !

National

Alleged Religious Conversion / ୫୦ରୁ ୬୦ ହଜାର ଟଙ୍କା ଦେଇ ହିନ୍ଦୁଙ୍କୁ ଖ୍ରୀଷ୍ଟିଆନ୍ କରୁଥିଲା ରାଶିଦ !

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୫୦ରୁ ୬୦ ହଜାର ଟଙ୍କା ଦେଇ ହିନ୍ଦୁଙ୍କୁ ଖ୍ରୀଷ୍ଟିଆନ୍ କରୁଥିଲା ରାଶିଦ !
Alleged Mass Religious Conversion in Muzaffarnagar

Key Points

ପ୍ରଲୋଭନ ଆଉ ପ୍ରତିଶ୍ରୁତି ଦେଇ ବଦଳାଇ ଦେଉଥିଲେ ଧର୍ମ । ମାଗଣା ଚିକିତ୍ସା ଓ ୫୦ ହଜାର ଟଙ୍କା ଲୋଭ ଦେଖାଇ ହିନ୍ଦୁଙ୍କୁ କରାଯାଉଥିଲା ଖ୍ରୀଷ୍ଟିଆନ୍ ।
ଲକ୍ଷ୍ନୌ: ମାଗଣା ଚିକିତ୍ସା ଓ ଅନ୍ୟ ଲୋଭ ଦେଖାଉଥିଲା । ଜଣଙ୍କ ପିଛା ଦେଉଥିଲା ୫୦ରୁ ୬୦ ହଜାର ଟଙ୍କା । ଆଉ ରାତାରାତି ହିନ୍ଦୁ ହୋଇ ଯାଉଥିଲେ ଖ୍ରୀଷ୍ଟିଆନ୍ । ଉତ୍ତରପ୍ରଦେଶର ମୁଜଫରନଗରରୁ ଆସିଛି ଏଭଳି ଚକିତ କଲା ଭଳି ଘଟଣା ।

ରବିବାର ମନସୁରପୁର ଥାନା ଅନ୍ତର୍ଗତ ଜଡ଼ୌଦା ଗାଁରେ ଶତାଧିକ ସରଳ ହିନ୍ଦୁଙ୍କୁ ଫସାଇ ଖ୍ରୀଷ୍ଟିଆନ୍ ଧର୍ମରେ ପରିବର୍ତ୍ତନ କରାଯାଉଥିଲା । ଖବର ପାଇ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ବିରୋଧ କରିବା ପରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।

ଏଥିସହ ପଢ଼ନ୍ତୁ: ୧୧ ବର୍ଷ, ୩ ପୁରୁଷ, ରକ୍ତାକ୍ତ ଅନ୍ତ...ଏମିତି ଜୀବନ କାହିଁକି ଜିଉଁଥିଲେ ଆରତୀ ? 

ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ନେଇଛି । ଘଟଣାସ୍ଥଳରୁ ୭ ଜଣ ପୁରୁଷ ଓ ୫ ଜଣ ମହିଳାଙ୍କୁ ହେପାଜକୁ ନେଇଛି ପୋଲିସ । ସେମାନଙ୍କ ଠାରୁ ୩ଟି ବାଇବେଲ୍ ସହ ଆଇକାର୍ଡ ଜବତ କରି ଛାନଭିନ୍ ଚଳାଇଛି ପୋଲିସ । ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଅଭିଯୋଗ ହେଲା, ସେହି ଗାଁରେ ରାଶିଦ ନାମକ ବ୍ୟକ୍ତିଙ୍କ ଗୋଦାମ ରହିଛି । ସେ ହିଁ ମାଗଣା ଚିକିତ୍ସା ଓ ଅନ୍ଯ ପ୍ରଲୋଭନ ଦେଖାଇ ସାମୁହିକ ଧର୍ମ ପରିବର୍ତ୍ତନ କରୁଛି ।

ଏହି ମାମଲାରେ ପୋଲିସ ୧୪ ଜଣଙ୍କ ବିରୋଧରେ ଏତଲା କରିଛି । ରାଶିଦ ସହ ମନୀଷ, ସଞ୍ଜୀବ, ସଙ୍ଗୀତା, ପୂଜା, ମୋନୁ, ଆଶୁ, ଚାନ୍ଦିନୀ, ସରିତା, ଅମରୀଶ, କାର୍ତ୍ତିକ, କନକ, ଶୀଶପାଲ ଓ ପ୍ରବୀଣ ବିରୋଧରେ ଉତ୍ତରପ୍ରଦେଶ ବିଧି ବିରୋଧ ଧର୍ମ ପରିବର୍ତ୍ତନ ପ୍ରତିଷେଧ ଆଇନ୍-୨୦୨୧ ଅନୁସାରେ ଏତଲା ରୁଜୁ କରାଯାଇଛି ।

ଧର୍ମାନ୍ତରୀକରଣ ନେଇ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ରବି ଚୌଧରୀ ଏତଲା ଦେଇଛନ୍ତି । ସେ କହିଛନ୍ତି, "ଜଡ଼ୌଦା ଗାଁର କିଛି ଲୋକଙ୍କ ଧର୍ମ ପରିବର୍ତ୍ତନ କରୁଥିଲେ । ଆମ କାର୍ଯ୍ୟକର୍ତ୍ତା ଜାଣିବା ପରେ ସେଠାକୁ ଯାଇଥିଲୁ । ସେଠାରେ ପ୍ରାୟ ୨୦୦ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଉଥିଲା ।"

ଏଥିରେ ମୁଖ୍ୟ ଅଭିଯୁକ୍ତ ରାଶିଦ ବୋଲି କୁହାଯାଉଛି । ଯିଏ କି ଗାଁରେ ଚର୍ଚ୍ଚ ନିର୍ମାଣ କରୁଛି । ଧର୍ମ ପରିବର୍ତ୍ତନ ପାଇଁ କାହାକୁ ୫୦ ହଜାର ତ ଆଉ କାହାରିକୁ ୬୦ ହଜାର ଟଙ୍କା ଦେଇଥିବା କୁହାଯାଉଛି ।

ଏଥିସହ ପଢ଼ନ୍ତୁ: ବାଥରୁମ ଟାଇଲ୍ ତଳେ ମୃତ ସ୍ଵାମୀ; ସେଇଠି ୪୫ଦିନ ଧରି ଗାଧୋଉଥିଲା ସ୍ତ୍ରୀ 

ଧର୍ମାନ୍ତରୀକରଣ ନେଇ ମୁଜଫରପନଗର ଏସଏସପି ସଞ୍ଜୟ କୁମାର କହିଛନ୍ତି, "ଜଡ଼ୌଦା ଗାଁରେ ଟେଣ୍ଟ ବାନ୍ଧି ଧର୍ମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ଆସିଛି । ଯାହାକି ଅବୈଧ ଅଟେ । ପୋଲିସ ସେଠାରେ ପହଞ୍ଚି ଦେଖିଥିଲା ପ୍ରଲୋଭିତ କରି ଧର୍ମ ପରିବର୍ତ୍ତନ କରାଯାଉଛି । ମାମଲାରେ ୧୬ ଜଣଙ୍କ ନାଁ ଆସିଛି । ତଦନ୍ତ ପରେ ପୋଲିସ ଶୀଘ୍ର ଗିରଫ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored