Students Killed Fire / ସ୍କୁଲରେ ଲାଗିଲା ନିଆଁ: ୧୭ ଛାତ୍ରୀ ମୃତ, ୭୮ରୁ ଉର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି
·3 months ago·2 min read

Key Points
ସ୍କୁଲରେ ଲାଗିଲା ଭୟାବହ ନିଆଁ
ଜିଅନ୍ତା ଜଳିଗଲେ ୧୭ ଛାତ୍ରୀ
୭୮ରୁ ଉର୍ଦ୍ଧ୍ୱ ଲୋକ ହସ୍ପିଟାଲରେ ଭର୍ତ୍ତି
ଜିଅନ୍ତା ଜଳିଗଲେ ୧୭ ଛାତ୍ରୀ
୭୮ରୁ ଉର୍ଦ୍ଧ୍ୱ ଲୋକ ହସ୍ପିଟାଲରେ ଭର୍ତ୍ତି
ସ୍କୁଲରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ପୁରା ବିଲ୍ଡିଂ। ଜିଅନ୍ତା ଜଳିଗଲେ ୧୭ ଛାତ୍ରୀ। ଏଭଳି ଖବର ସାମ୍ନାକୁ ଆସିଛି କେନ୍ୟାରୁ। ଏହାସହ ୭୮ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ରହିଛି। ରାତି ଅଧରେ ଗାର୍ଲସ ବୋଡିଂ ସ୍କୁଲରେ ଲାଗିଗଲା ନିଆଁ । ଚାହୁଁଚାହୁଁ ପୁରା କୋଠାରେ ନିଆଁ ବ୍ୟାପି ଜଳିବାକୁ ଲାଗିଲା । ଏହି ନିଆଁରେ ଜିଅନ୍ତା ଜଳିଗଲେ ୧୭ ଜଣ ଛାତ୍ରୀ ବୋଲି ଖବର ରହିଛି।''
କେନ୍ୟା ଉତୁମିଶି ବୋଡିଂ ସ୍କୁଲରେ ରାତି ଅଧରେ ନିଆଁ ଲାଗିଯାଇଛି । ରାତିରେ ହଷ୍ଟେଲ କୋଠାରେ ନିଆଁ ଲାଗିବା ସମୟରେ ଅଧିକାଂଶ ଛାତ୍ରୀ ନିଜ କୋଠରୀରେ ଗଭୀତ ନିଦରେ ଶୋଇଥିଲେ। ହଠାତ ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ, ଝିଅମାନେ ଆଉ ବାହାରକୁ ବାହାରି ପାରିନଥିଲେ । ଧୂଆଁ ଏବଂ ନିଆଁ ମଧ୍ୟରେ, ଅନେକ ଛାତ୍ରୀ ହଷ୍ଟେଲ ଭିତରେ ଫସି ରହିଥିଲେ । ଆଉ ଏହି ନିଆଁ ଧିରେ ଧିରେ ପୁରା ସ୍କୁଲରେ ବ୍ୟାପିଯାଇଥିଲେ । ଯେଉଁଥିରେ ବର୍ତ୍ତମାନ ଯାଏଁ ୧୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଖବର ରହିଛି ।''
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କେନିଆର ଶିକ୍ଷା ମନ୍ତ୍ରୀ ଜୁଲିୟସ୍ ଓଙ୍ଗାମା ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛନ୍ତି ଯେ, ଉଦ୍ଧାରକାରୀ ଦଳ ବହୁତ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିପାରିଛନ୍ତି। ସେ କହିଛନ୍ତି, "ସମସ୍ତ ଆହତ ଛାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଡାକ୍ତରଙ୍କ ଏକ ଦଳ ସେମାନଙ୍କର ଚିକିତ୍ସା କରୁଛନ୍ତି।''
ଏଥିସହ ପଢ଼ନ୍ତୁ: ଭାଇରାଲ୍ ପାଇଁ ବଞ୍ଚିଗଲା ଜୀବନ; ଏବେ Zoo ଯିବ ଟ୍ରମ୍ପ ମଇଁଷି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ୭୯ରୁ ଅଧିକ ଗୁରୁତର ଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତୁମିଶି ବାଳିକା ବିଦ୍ୟାଳୟରେ 800 ରୁ ଅଧିକ ଝିଅ ପାଠପଢ଼ନ୍ତି। ଅଗ୍ନିକାଣ୍ଡର ଖବର ଜଣାପଡିବା ପରେ , ଅଭିଭାବକ ଏବଂ ସମ୍ପର୍କୀୟ ବିଚଳିତ ହୋଇ ସେମାନଙ୍କ ପିଲାଙ୍କୁ ଉଦ୍ଧାର କରିବାକୁ ଚାଲି ଆସିଥିଲେ । ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ଯେ, ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏହା କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହଷ୍ଟେଲ ବ୍ଲକକୁ ଗ୍ରାସ କରିଦେଇଥିଲା। ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପ୍ରକୃତରେ ଏହା ସଟ ସର୍କିଟ ଯୋଗୁଁ ଘଟିଛି, ନା ଏହା ପଛରେ ଅନ୍ୟ କୌଣସି ଷଡଯନ୍ତ୍ର ଅଛି, ସେ ନେଇ ତଦନ୍ତ କରୁଛି ପୋଲିସ ।''
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର: