Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାଇରାଲ୍ ପାଇଁ ବଞ୍ଚିଗଲା ଜୀବନ; ଏବେ Zoo ଯିବ ଟ୍ରମ୍ପ ମଇଁଷି

Viral stories

Viral Buffalo Story / ଭାଇରାଲ୍ ପାଇଁ ବଞ୍ଚିଗଲା ଜୀବନ; ଏବେ Zoo ଯିବ ଟ୍ରମ୍ପ ମଇଁଷି

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଭାଇରାଲ୍ ପାଇଁ ବଞ୍ଚିଗଲା ଜୀବନ; ଏବେ Zoo ଯିବ ଟ୍ରମ୍ପ ମଇଁଷି
Viral Donald Trump Buffalo

Key Points

ଏମିତି ଭାଇରାଲ୍ ହେଲା ଯେ ଶେଷରେ ବଞ୍ଚିଲା ଜୀବନ
ଏବେ ଚିଡିଆଖାନାର ଶୋଭା ବଢାଇବ ଟ୍ରମ୍ପ ମଇଁଷି
ସତରେ ଭାଇରାଲ୍ ହେବ ତ ଏମିତି । ସୋସିଆଲ ମିଡିଆରେ ଏମିତି ଭାଇରାଲ ହେଲା ଯେ ବଳିରୁ ବର୍ତ୍ତିଗଲା ଟ୍ରମ୍ପ ମଇଁଷି । ପଡ଼ୋଶୀ ଦେଶ ବାଂଲାଦେଶ ବଜାରରେ ବକ୍ରି ଇଦ୍ ପାଇଁ ବେଶ ଚର୍ଚ୍ଚାକୁ ଆସିଥିବା ଏକ ବିରଳ ଆଲବିନୋ ମଇଁଷି ଶେଷରେ ବଳିରୁ ବର୍ତ୍ତିଯାଇଛି । ଏହାର ଆକର୍ଷଣୀୟ ଗୋରା କେଶ ପାଇଁ ଏହାକୁ "ଡୋନାଲ୍ଡ ଟ୍ରମ୍ପ " ମଇଁଷି କୁହାଯାଉଥିଲା । ଇଦ୍-ଉଲ-ଅଧା ବା ବକ୍ରି ଇଦ୍ ପରମ୍ପରା ପାଁ ଏହି ପଶୁକୁ ବଳି ଦିଆଯିବାର ଥିଲା କିନ୍ତୁ ସରକାରୀ ହସ୍ତକ୍ଷେପ ଦ୍ୱାରା ଏହାକୁ ରକ୍ଷା କରାଯାଇଥିଲା । ଇଣ୍ଟରନେଟ୍ ସେନସେସନ୍ ପାଲଟିଥିବା ଏହି ୭୦୦ କିଲୋଗ୍ରାମ ଓଜନର ମଇଁଷିଟି ଏବେ ଢାକାର ଜାତୀୟ ଚିଡ଼ିଆଖାନାର ଶୋଭା ବଢାଇବ ।

  • ସରକାରଙ୍କ ହସ୍ତକ୍ଷେପ ପରେ ବଳିରୁ ବର୍ତ୍ତିଗଲା
ମଇଁଷିର ମାଲିକ ମୋନିରୁଜ ଜମାନ କହିଛନ୍ତି ଯେ ସେ ପଶୁଟିକୁ ଜାତୀୟ ଉଦ୍ୟାନରେ ସଂରକ୍ଷିତ ଭାବେ ରଖିବା ପାଇ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରିଛନ୍ତି । ଏ ନେଇ ସେ କହିଛନ୍ତି, "ଆଜି ଅପରାହ୍ନରେ ପୋଲିସ କର୍ମଚାରୀମାନେ ଆସି କହିଲେ ଯେ ସରକାର ମଇଁଷିକୁ ସଂରକ୍ଷଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଯେହେତୁ ଆମେ ସରକାରଙ୍କ ସହିତ କୌଣସି ବିବାଦ ଚାହୁଁନାହୁଁ, ତେଣୁ ଆମେ ଏହାକୁ ସେମାନଙ୍କୁ ହସ୍ତାନ୍ତର କରିଛୁ ।" ସରକାର ଏଥିଲାଗି କ୍ଷତିପୂରଣ କିମ୍ବା ଏହା ବଦଳରେ ଆଉ ଏକ ବଦଳ ପଶୁ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଟ୍ରମ୍ପ ମଇଁଷିର ମାଲିକ କହିଛନ୍ତି ।

  • ୨ ସପ୍ତାହ ପାଇଁ କ୍ୱାରାଣ୍ଟାଇନରେ ରହିବ
ଜାତୀୟ ଚିଡ଼ିଆଖାନାର ପରିଚାଳକ ଅତିକୁର ରହମାନ ଆଶ୍ୱାସନା ଦେଇ କହିଛନ୍ତି, "ଏହି ମଇଁଷିର ନୂତନ ଘରେ ଭଲ ଭାବରେ ଯତ୍ନ ନିଆଯିବ । ଆମେ ଆଲବିନୋ ମଇଁଷି ପାଇଁ ଏକ ସେଡ୍ ନିର୍ଦ୍ଦିଷ୍ଟ କରିଛୁ ଏବଂ ଜଣେ କେୟାର ଟେକରଙ୍କୁ ନିଯୁକ୍ତ କରିଛୁ । ନୂତନ ପରିବେଶରେ ପରିଚିତ ହେବା ପୂର୍ବରୁ ଏହି ପ୍ରାଣୀକୁ ଦୁଇ ସପ୍ତାହର କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।"

ପଢନ୍ତୁ ଏହି ଖବର: ଇଦ ପୂର୍ବରୁ ବଜାରରେ ବଢୁଛି ଟ୍ରମ୍ପ-ନେତାନ୍ୟାହୁ ମଇଁଷିର ଚାହିଦା; ସେଲ୍ଫି ପାଇଁ ପ୍ରବଳ ଭିଡ଼

  • ଟ୍ରମ୍ପ ମଇଁଷିର ଖାସ୍ ଯତ୍ନ ନେଉଥିଲେ ମାଲିକ
ଆଲବିନୋ ମଇଁଷିର ଫାର୍ମରେ ଖାସ୍ ଯତ୍ନ ନେଉଥିଲେ ମାଲିକ । ବକ୍ରି ଇଦ୍ ପୂର୍ବରୁ ଯେତେବେଳେ ଏହି ମଇଁଷିଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା, ସେତେବେଳେ ମଇଁଷି ସହିତ ସେଳ୍ପି ନେବା ଲାଗି ବଜାରରେ ବେଶ ଭିଡ଼ ଜମିଥିଲା । ଏହି ମଇଁଷିର ମାଲିକ ତଥା କୃଷି-ଫାର୍ମ ସଞ୍ଚାଳକ ଜିଆ ଉଦ୍ଦିନ ମୃଧା କହିଛନ୍ତି ଯେ ତାଙ୍କ ଭାଇ ଏହାର ଅସାଧାରଣ କେଶ ଯୋଗୁଁ ଏହାକୁ "ଡୋନାଲ୍ଡ ଟ୍ରମ୍ପ" ନାମ ଦେଇଥିଲେ । ଫାର୍ମରେ ପ୍ରାଣୀଙ୍କୁ ପ୍ରତିଦିନ ୪ ଥର ସ୍ନାନ ଏବଂ ଖାଦ୍ୟ ସହିତ ସ୍ୱତନ୍ତ୍ର ଯତ୍ନ ନିଆଯାଉଥିଲା । ବାଂଲାଦେଶରେ ଆଲବିନୋ ମଇଁଷି ବିରଳ, ଯେଉଁଠାରେ ଅଧିକାଂଶ ମଇଁଷି କଳା ଚର୍ମର ହୋଇଥାନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral: ‘Donald Trump’ Buffalo Spared From Eid Sacrifice in Bangladesh | Argus News