Khaleda Zia / ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ହେଲେ ଭର୍ତ୍ତି
·9 months ago·2 min read

Key Points
ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
ମେଡିକାଲରେ ହେଲେ ଭର୍ତ୍ତି
ମେଡିକାଲରେ ହେଲେ ଭର୍ତ୍ତି
ଅସୁସ୍ଥ ହୋଇପଡିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ। ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ (୮୦) ଅସୁସ୍ଥ ହୋଇପଡିଛନ୍ତି। ତାଙ୍କ ଛାତିରେ ସଂକ୍ରମଣ ହୃଦୟ ଓ ଫୁସଫୁସ୍ କୁ ବ୍ୟାପିବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟ ସମ୍ପର୍କୀୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ଖାଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି।ଖାଲିଦା ଜିଆଙ୍କ ସାନ ପୁଅ ଆରାଫତ ରହମାନଙ୍କ ଗତ କିଛି ହେବ ଦିନରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ତେବେ ବାଂଲାଦେଶର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟରେ ବିଏନପି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ ଭାବେ ଉଭା ହୋଇଛି।
ଏଥିସହ ପଢ଼ନ୍ତୁ: ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ଦାବି
ଦେଶରେ ଛାତ୍ର ବିଦ୍ରୋହ ବିଏନପିକୁ ପୁଣି ଶକ୍ତି ପ୍ରଦାନ କରିଛି। ଚଳିତବର୍ଷ ପ୍ରାରମ୍ଭରେ ଖାଲିଦା ଜିଆ ୪ ମାସ ଧରି ଉନ୍ନତ ଚିକିତ୍ସା ଉପଚାରରେ ରହିବା ପରେ ସୁସ୍ଥ ହୋଇ ମେ ୬ ତାରିଖରେ ଲଣ୍ଡନରୁ ବାଂଲାଦେଶ ଫେରିଥିଲେ। ଅନ୍ୟପଟେ ଆଜି ଅର୍ଥାତ୍ ଶୁକ୍ରବାର ନମାଜ ପରେ ଖାଲିଦା ଜିଆଙ୍କ ସୁସ୍ଥତା ପାଇଁ ବିଏନପି ବିଶେଷ ପ୍ରାର୍ଥନା କରିଛି ଓ ଦେଶ ବ୍ୟାପୀ ସମର୍ଥନ ନିବେଦନ କରିଛି। ଫଖଋଲ କହିଛନ୍ତି ଆମେ ପ୍ରାର୍ଥନା କରୁଛୁ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ଓ ଲୋକଙ୍କ ମଧ୍ୟକୁ ଫେରି ପୁଣି ଦେଶ ଲାଗି କାମ କରିବା ପାଇଁ ଅବସର ପ୍ରାପ୍ତ କରନ୍ତୁ। ତେବେ ଜିଆ ଦୀର୍ଘ ସମୟରୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି। ଏଥିରେ ସେ ଲିଭର ଓ କିଡନୀ ସମସ୍ୟା ସାଙ୍ଗକୁ ଉଚ୍ଚ ମଧୂମେହ ଓ ଆଖି ସମ୍ପର୍କିତ ରୋଗ ମଧ୍ୟ ଭୋଗୁଛନ୍ତି। ତାଙ୍କ ବଡ଼ ପୁଅ ତାରିକ ରହମାନ ଯିଏ ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ ବି ଅଛନ୍ତି ସେ ଦୀର୍ଘ ସମୟରୁ ଲଣ୍ଡନରେ ରହୁଛନ୍ତି।
ଅନ୍ୟପଟେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ନରସଂହାର ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ବାଂଲାଦେଶ କୋର୍ଟ । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ଗତବର୍ଷ ଜୁଲାଇ ୧୫ରୁ ଅଗଷ୍ଟ ୧୫ ମଧ୍ୟରେ ଏହି ଆନ୍ଦୋଳନ ହୋଇଥିଲା । ଜାତିସଂଘ ଅନୁସାରେ, ମାସକର ଏହି ଆନ୍ଦୋଳନ ଓ ଦମନରେ ପ୍ରାୟ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଛି । ''ଏବେବି ବାଂଲାଦେଶରେ ପରିସ୍ଥିତି କିଛି ସୁଧୁରିନଥିବା ସୂଚନା ରହିଛି।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories