Khamenei / ଖାମେନେଇଙ୍କ ଖେଳ ଖତମ୍: ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ

Key Points
ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ
ଖାମେନେଇଙ୍କ ମୃତ୍ୟୁକୁ ନେଇ ଇରାନ ଗଣମାଧ୍ୟମର ସୂଚନା
ଏୟାରଷ୍ଟ୍ରାଇକ୍ରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ସୂଚନା
ଖାମେନେଇଙ୍କ ମୃତ୍ୟୁକୁ ନେଇ ୪୦ ଦିନିଆ ଶୋକ
ଶେଷରେ ସବୁ ସସପେନ୍ସର ଅନ୍ତ ଘଟିଛି । ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ । ଖାମେନେଇଙ୍କ ମୃତ୍ୟୁକୁ ନେଇ ଇରାନର ସୂଚନା । ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁକୁ ନେଇ ୪୦ ଦିନିଆ ଶୋକ । ଶୋକ ଘୋଷଣା କଲା ଇରାନ । ଏନେଇ ଜାତିୟ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଛି । ଖାମେନେଇଙ୍କ ବାସଭବନରେ ୩୦ଟି ଶକ୍ତିଶାଳୀ ବୋମା ମାଡ଼ ହୋଇଥିଲା । ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ଇରାନରେ ଶୋକର ଛାୟା ଖେଳିଯାଇଛି ।
ଆମେରିକା ଓ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଭୟଙ୍କର ବିମାନ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଘଟିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତ କିଛି ଦଶନ୍ଧି ମଧ୍ୟରେ ଇରାନ ଉପରେ ଏହା ସବୁଠାରୁ ବଡ଼ ଓ ଶକ୍ତିଶାଳୀ ଥିଲା ଏବଂ ଏଥିରେ ଖେମିନିଙ୍କ ସମେତ ଅନେକ ଶୀର୍ଷ ନେତା ମୂଳପୋଛ ହୋଇଯାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ଏହି ଆକ୍ରମଣରେ ଖେମିନିଙ୍କ ବାସଭବନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।
ଦେଖନ୍ତୁ ଏଠାରେ: ପାକିସ୍ତାନର ପରମାଣୁ କେନ୍ଦ୍ର ଉପରେ ତୁହାକୁ ତୁହା ଆକ୍ରମଣ
ଖେମିନିଙ୍କ ମୃତ୍ୟୁ ହୋଇଥିବା ନେଇ ଆମକୁ ଦୃଢ଼ ସଙ୍କେତ ମିଳିଛି ବୋଲି ସେ ଦାବି କରିଛନ୍ତି। ରିଭୋଲ୍ୟୁସନାରୀ ଗାର୍ଡର ଅନେକ ବରିଷ୍ଠ କମାଣ୍ଡର ଏବଂ ପରମାଣୁ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଥିବା ସେ ସୂଚନା ଦେଇଛନ୍ତି। ନେତାନ୍ୟାହୁ ଇରାନବାସୀଙ୍କୁ ଏହି ସୁଯୋଗର ଫାଇଦା ଉଠାଇ ଶାସନ ବ୍ୟବସ୍ଥାକୁ ଦଖଲ କରିନେବାକୁ ଆହ୍ବାନ ଦେଇଛନ୍ତି ।
ଏନ୍ବିସି ନ୍ୟୁଜ୍ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଖେମିନିଙ୍କ ସମେତ ଇରାନର ପ୍ରାୟ ସମସ୍ତ ପ୍ରମୁଖ ନିଷ୍ପତ୍ତି ଗ୍ରହଣକାରୀ ନେତା ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆମେରିକା ଏହି ଅଭିଯାନକୁ ସଫଳ ବୋଲି ଘୋଷଣା କରିଛି। ଅନ୍ୟପକ୍ଷରେ, ଇରାନର ସରକାରୀ ଗଣମାଧ୍ୟମ ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଖେମିନିଙ୍କ କାର୍ଯ୍ୟାଳୟର ଜନସମ୍ପର୍କ ବିଭାଗ କହିଛି ଯେ, ଶତ୍ରୁ ପକ୍ଷ କେବଳ ‘ମାନସିକ ଯୁଦ୍ଧ’ ଚଳାଇଛନ୍ତି। ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଇସ୍ରାଏଲ ଏଭଳି ଗୁଜବ ପ୍ରଚାର କରୁଛି ବୋଲି ତେହେରାନ ଦାବି କରିଛି।
📱 Get Argus News App
✨Related Topics
Explore more stories