Women Raped / ଖାମେନି ସରକାରଙ୍କ ଆଦେଶ: ମହିଳାଙ୍କୁ ଦୁଷ୍କର୍ମ କରି କାଢିଦିଅ ଗର୍ଭାଶୟ...
·5 months ago·2 min read

Key Points
ନୃଶଂସ ଇରାନ ସେନା
GenZ ମହିଳାଙ୍କୁ ଦୁଷ୍କର୍ମ
କାଢିଦେଲେ ଗର୍ଭାଶୟ
GenZ ମହିଳାଙ୍କୁ ଦୁଷ୍କର୍ମ
କାଢିଦେଲେ ଗର୍ଭାଶୟ
ନୃଶଂସ ଇରାନ ସେନା। ଛାଡିଲାନି ମହିଳାଙ୍କୁ ଏମିତି କାଣ୍ଡ କଲା ଯାହାକୁ ନେଇ ସବୁଠି ଇରାନକୁ ଘୃଣା କରୁଛନ୍ତି। ଇରାନ ସେନାର ନୃଶଂସ କାମ । ସୀମା ଟପିଲା ସେନା । ଭୁଲିଗଲା ମାନବିକତା ।ଇରାନରେ ଚାଲିଥିବା ଜେନ୍-ଜି ପ୍ରଦର୍ଶନ ବେଳେ ସୁରକ୍ଷାବାହିନୀ ସେଥିରେ ସାମିଲ ମହିଳାଙ୍କୁ ବଳାତ୍କାର କରିଛନ୍ତି । ସେମାନେ ପ୍ରଦର୍ଶନକାରୀ ମହିଳାଙ୍କ ବିରୋଧରେ ବଳାତ୍କାର ସହ ଚେହେରାକୁ ବିକୃତ କରିବାକୁ ଅସ୍ତ୍ର କରିଥିଲେ । ଯାହାଫଳରେ ଲୋକଙ୍କ ଭିତରେ ଭୟ ବଢ଼ିବ । ସେମାନେ ପ୍ରଦର୍ଶନ କରିବାକୁ ଆସିବେ ନାହିଁ । ସଂଘର୍ଷ ବନ୍ଦ ହେବ । ଇରାନୀ-ଜର୍ମାନ ସାମ୍ବାଦିକ ମିଶେଲ ଅବଦୋଲାହି ଏଭଳି ଦାବି କରିଛନ୍ତି ।
ଜର୍ମାନୀର ଏକ ଖବରକାଗଜ ପ୍ରକାଶ କରିଛି ଯେ, ପ୍ରଦର୍ଶନରେ ସାମିଲ ହୋଇଥିବା ମହିଳାମାନଙ୍କୁ ସୁରକ୍ଷାବାହିନୀର ଗାର୍ଡମାନେ ଗାଡିରେ ପଶୁଙ୍କ ଭଳି ଲଦି ନେଉଛନ୍ତି । ସେମାନଙ୍କୁ ହତ୍ୟା କରାଯିବା ପୂର୍ବରୁ ବଳାତ୍କାର କରାଯିବ ବୋଲି ଧମକ ଦେଉଛନ୍ତି । ହାଜତରେ ରଖାଯାଇଥିବା ମହିଳା ପ୍ରଦର୍ଶନକାରୀଙ୍କୁ ବଳପୂର୍ବକ ନଗ୍ନ କରାଯାଉଛି । ଅଜଣା ସାମଗ୍ରୀରେ ସେମାନଙ୍କୁ ଇଞ୍ଜେକସନ ଦିଆଯାଉଛି । ଦି ଗାର୍ଡିଅନ ଖବରକାଗଜ ମଧ୍ୟ କେରମାନଶାହ ସହରରେ ଜଣେ ୧୬ ବର୍ଷୀୟା ଯୁବତୀଙ୍କୁ ଏକାଧିକ ବ୍ୟକ୍ତି ଯୌନ ଉତ୍ପୀଡନ କରିଥିବାର ଖବର ପ୍ରକାଶ କରିଛି । ସୁରକ୍ଷାକର୍ମୀ ତାଙ୍କୁ ଶରୀରର ସମ୍ବେଦନଶୀଳ ସ୍ଥାନରେ ମାଡ଼ ମାରିଛନ୍ତି ।
ରିପୋର୍ଟ ଅନୁସାରେ ଅବଦୋଲାହି ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ତାଙ୍କୁ ଏଭଳି ଚାଞ୍ଚଲ୍ୟକର ସୂଚନା ମିଳିଛି । ସେ ଅଭିଯୋଗ କରିଛନ୍ତି ଯେ ଗିରଫ ହୋଇଥିବା ମହିଳାଙ୍କୁ ବଳାତ୍କାର କରାଯାଉଛି । ସେମାନଙ୍କର ଗର୍ଭାଶୟକୁ ବାହାରକୁ କାଢ଼ି ଦିଆଯାଉଛି । କେଶ ସହ ମୁଣ୍ଡ ଖପୁରୀକୁ ବାହାର କରିଦିଆଯାଉଛି । ସେମାନଙ୍କ ଶରୀର ସାରା ସିଗାରେଟ ଚେଙ୍କ ମଧ୍ୟ ଦିଆଯାଉଛି । କେତେକ କ୍ଷେତ୍ରରେ ମହିଳାଙ୍କୁ ଏଭଳି ବିକୃତ କରାଯାଉଛି ଯେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡୁଛି । ଅନେକ ମହିଳାଙ୍କୁ ହତ୍ୟା କରାଯାଉଛି । ସେମାନଙ୍କ ମୃତଦେହକୁ ଗାୟବ କରିଦିଆଯାଉଛି । ଏପରିକି ପିଲାଙ୍କ ସହିତ ମଧ୍ୟ ଏଭଳି ଜଘନ୍ୟ ଘଟଣା ଘଟାଯାଉଛି । ଇରାନର ଖାମେନି ସରକାର ସେନାକୁ ଏଭଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇଏ କି ପ୍ରକାରର ସରକାର। ଯିଏ ମହିଳାଙ୍କୁ ସମ୍ମାନ ଦେବା ବଦଳରେ ଏମିତି କାଣ୍ଡ କରୁଛି।
ଏଥିସହ ପଢ଼ନ୍ତୁ: ଇରାନର ଡ୍ରୋନ ଖସେଇଦେଲା ଆମେରିକା, ଆରମ୍ଭ ହେଲା ଯୁଦ୍ଧ...
ଅନ୍ୟପଟେ ଆପଣ ଜାଣିଥିବେ ଯେ, ଆରବ ସାଗରରେ ଆରମ୍ଭ ହେଲା ଯୁଦ୍ଧ। ହୋଇପାରେ ବଡ଼ ଆକ୍ରମଣ। ବଢିଲା ତିକ୍ତତା । ଚରମ ସୀମାରେ ଇରାନ-ଆମେରିକା ଉତ୍ତେଜନା । ରିପୋର୍ଟ ଅନୁସାରେ, ଇରାନର ଏକ ଡ୍ରୋନକୁ ଖସାଇ ଦେଇଛି ଆମେରିକା ସେନା । ଆରବ ସାଗରରେ ଆମେରିକୀୟ ବିମାନ ବାହକ ଆବ୍ରାହମ ଲିଙ୍କନ ନିକଟକୁ ଆସୁଥିବା ଏକ ଇରାନୀ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି। ଜଣେ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । କେବଳ କଥାବାର୍ତ୍ତାରେ ଚାଲିଥିବା ବାକ୍ ଯୁଦ୍ଧ ଏବେ ଧିରେଧିରେ ସାମରିକ ରୂପ ନେଲାଣି । ଇରାନର ଡ୍ରୋନକୁ ଆମେରିକା ଖସାଇ ଦେବା ପରେ ଦୁଇ ଦେଶ ଯୁଦ୍ଧଆଡେ ମୁହାଁଇଲେଣି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories