US Iran Tensions / ସଙ୍କଟରେ 'ଖାମେନି' ଶାସନ, ଇରାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଆମେରିକା !
·6 months ago·2 min read

Key Points
ଇରାନରେ ଟ୍ରମ୍ପଙ୍କ ମିଶନ
ଖାମେନିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କାଉଣ୍ଟଡାଉନ୍ ଆରମ୍ଭ
ଇରାନରେ ଖାମନେଇଙ୍କ ବିରୋଧରେ ଶହେରୁ ଉର୍ଦ୍ଧ୍ୱ ସହରରେ ପ୍ରବଳ ବିକ୍ଷୋଭ
ଖାମେନିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କାଉଣ୍ଟଡାଉନ୍ ଆରମ୍ଭ
ଇରାନରେ ଖାମନେଇଙ୍କ ବିରୋଧରେ ଶହେରୁ ଉର୍ଦ୍ଧ୍ୱ ସହରରେ ପ୍ରବଳ ବିକ୍ଷୋଭ
ଇରାନରେ ବଢ଼ୁଥିବା ବିରୋଧ ପ୍ରଦର୍ଶନ ଏବଂ ସରକାରଙ୍କ କଡ଼ା ଚେତାବନୀ ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିବା ପରି ମନେ ହେଉଛି । ଏହି ସମୟରେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଇରାନ ଉପରେ ଆକ୍ରମଣ କରିବାକୁ ବିଚାର କରୁଛି । ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପ ପ୍ରଶାସନ ଇରାନ ସାମରିକ ଘାଟି ବିରୁଦ୍ଧରେ ଏକ ବଡ଼ ଧରଣର ବିମାନ ଆକ୍ରମଣ ପାଇଁ ବିକଳ୍ପଗୁଡ଼ିକ ବିଚାର କରୁଛି । ତଥାପି, ରଣନୀତି ଉପରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରି ନାହିଁ । ଆମେରିକୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ କୌଣସି ସାମରିକ ନିୟୋଜନ କିମ୍ବା ଅସ୍ତ୍ରଶସ୍ତ୍ର ଗତିବିଧି କରାଯାଇ ନାହିଁ । ଏହି ଯୋଜନା କେବଳ ସମ୍ଭାବ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ କରାଯାଉଛି ।
ଇରାନରେ ଟ୍ରମ୍ପଙ୍କ ମିଶନ । ଖାମେନିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଟ୍ରମ୍ପଙ୍କ ମୁଖ୍ୟ ଟାର୍ଗେଟ ଏବେ ଇରାନ । କାରଣ ଲୋକମାନେ ଆୟାତୋଲ୍ଲା ଅଲି ଖାମେନିଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରୁଛନ୍ତି । ଟ୍ରମ୍ପ ଆଗାମୀ 48 ଘଣ୍ଟା ମଧ୍ୟରେ ଇରାନରେ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ରୋହ ଆରମ୍ଭ କରିବାକୁ ଯାଉଛନ୍ତି ।
ଦାବି କରାଯାଉଛି ଯେ ଟ୍ରମ୍ପ ପ୍ରତିବାଦକାରୀଙ୍କୁ ଇରାନରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । ଆଗାମୀ 48 ଘଣ୍ଟା ଆରବ ବିଶ୍ୱରେ ପ୍ରଚଣ୍ଡ ଧ୍ୱଂସ ଘଟିବାର ସମ୍ଭାବନା ରହିଛି । ଇରାନରେ ବିଦ୍ରୋହ ଖାମେନିଙ୍କ ୩୬ ବର୍ଷର ଶାସନକୁ ଜାଳିପୋଡ଼ି ପାଉଁଶ କରିପାରେ । ଟ୍ରମ୍ପ ସାମରିକ ଶକ୍ତି ବ୍ୟବହାର କରି ଖାମେନିଙ୍କୁ ହଟାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଇରାନର ପ୍ରାୟ ସମସ୍ତ ପ୍ରମୁଖ ସହରରେ ବିଦ୍ରୋହର ନିଆଁ ଜଳୁଛି । ୩୦ଟି ପ୍ରଦେଶକୁ ପ୍ରତିବାଦର ନିଆଁ ବ୍ୟାପିଛି । ପ୍ରାୟ ୧୧୦ଟି ସହର ଖାମେନି ଶାସନ ବିରୋଧରେ ହିଂସାରେ ଲିପ୍ତ । ୧୦ଟି ସରକାରୀ କୋଠାରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଦୁଇଟି IRGC ଶିବିର ପୋଡ଼ି ଦିଆଯାଇଛି । ପ୍ରାୟ ୨୫ଟି ମସଜିଦ ପୋଡ଼ି ଦେଇଛନ୍ତି । ୨୬ଟି ବ୍ୟାଙ୍କ ଲୁଟ କରିଛନ୍ତି ଆନ୍ଦୋଳନକାରୀ ।
ସେପଟେ ଇରାନରେ ମୃତ୍ୟୁ ସଂଖ୍ୟା ୫୧ରେ ପହଞ୍ଚିଛି । ସେହିପରି ୨୧୭ ଜଣ ବିକ୍ଷୋଭକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯଦି ସେମାନଙ୍କର ମୃତ୍ୟୁ ହୁଏ, ତେବେ ଇରାନରେ ମୃତ୍ୟୁ ସଂଖ୍ୟା ୨୦୦ ଟପିପାରେ । ଖାମେନିଙ୍କ ସୈନିକମାନେ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାରେ ଅସମର୍ଥ ।
ଅନ୍ୟପଟେ ଆମେରିକା ବାୟୁସେନା ଇରବିଲ ଏୟାରବେସରେ ମୁତୟନ ବଢାଇଛି । ନୂତନ ଅସ୍ତ୍ରଶସ୍ତ୍ର ବହନ କରୁଥିବା ଏକ C-17 ଗ୍ଲୋବମାଷ୍ଟର କାତାରର ଆମେରିକା ଅଲ ଉଦେଇଦ ବାୟୁସେନା ଘାଟିରେ ଅବତରଣ କରିଛି । ଆମେରିକୀୟ KC-135 ଇନ୍ଧନ ଭର୍ତ୍ତି ବିମାନ ପାରସ୍ୟ ଉପସାଗର ଉପରେ ଉଡ଼ୁଥିବାର ଦେଖିବାକୁ ମିଳିଛି । ଆମେରିକା ଇରାନ ଉପରେ କଠୋର ଘେରାବନ୍ଦୀ ଲଗାଇଛି । ଇରାନ ଏବଂ ଇରାକ ମଧ୍ୟରେ ଥିବା କୁର୍ଦିସ୍ତାନ ସୀମାରେ ଆମେରିକାର ଡେଲଟା ଫୋର୍ସର ସୈନିକମାନେ ମୁତୟନ ଅଛନ୍ତି । ଏମାନେ ସେହି ସୈନିକ ଯେଉଁମାନେ ଭେନେଜୁଏଲାରେ ମାଦୁରୋଙ୍କୁ ଅପହରଣ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories