Kim Jong Un / ଆମେରିକାର ଭେନେଜୁଏଲା ଆକ୍ରମଣ ପରେ କିମ୍ ଜୋଙ୍ଗ ଉନ୍ଙ୍କ ବଡ଼ ଘୋଷଣା
·8 months ago·2 min read

Key Points
ହାଇପରସୋନିକ ମିସାଇଲ୍ର ପରୀକ୍ଷଣ କଲେ ଏକଛାତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ୍ । ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ ସୋମବାର ଏନେଇ ସୂଚନା ଦେଇଛି ।
ସେଓଲ୍: ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣକୁ ଦେଖି ଉତ୍ତର କୋରିଆର ବଡ଼ ପ୍ରସ୍ତୁତି । ହାଇପରସୋନିକ ମିସାଇଲ୍ର ପରୀକ୍ଷଣ କଲେ ଏକଛାତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ୍ । ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ ସୋମବାର ଏନେଇ ସୂଚନା ଦେଇଛି ।
ଉତ୍ତର କୋରିଆ କହିଛି, ତାନାଶାହୀ କିମ୍ ଜୋଙ୍ଗ ଉନ୍ 'ଅତ୍ୟାଧୁନିକ' ହାଇପରସୋନିକ୍ ମିସାଇଲ୍ର ପରୀକ୍ଷଣକୁ ନିରୀକ୍ଷଣ କରିଛନ୍ତି । ଏଥିସହ ଉତ୍ତର କୋରିଆର ପରମାଣୁ ଫୋର୍ସ (Nuclear Force) ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କିମ୍ ଜୋଙ୍ଗ ଘୋଷଣା କରିଛି ।
ଏଥିସହ ପଢ଼ନ୍ତୁ: ଧମକାଇଲେ ଟ୍ରମ୍ପ; 'ମେକ୍ସିକୋରୁ ନେଇ କଲୋମ୍ବିଆ ପର୍ଯ୍ୟନ୍ତ ଆମେରିକା କିଛି ବି କରିପାରେ...'
ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ୍ କହିଛି, ରବିବାର ମିସାଇଲ୍ର ପରୀକ୍ଷଣ "ବର୍ତ୍ତମାନର ଭୂ-ରାଜନୈତିକ ସଂକଟ" କାରଣରୁ ନିହାତି ଆବଶ୍ୟକ ଥିଲା । ଉତ୍ତର କୋରିଆର ଏହି ଇସାରା ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ପରିପ୍ରେକ୍ଷୀରେ ରହିଛି । ସୂଚନାଯୋଗ୍ୟ, ଉତ୍ତର କୋରିଆ ଓ ଭେନେଜୁଏଲା ଉଭୟ ସ୍ଥାନରେ କମ୍ୟୁନିଷ୍ଟ ସରକାର ଅଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉତ୍ତର କୋରିଆ ରବିବାର ମିସାଇଲ୍ ପରୀକ୍ଷଣ କରିଥିବା କଥା ଜାପାନ ଓ ଦକ୍ଷିଣ କୋରିଆ ବି କହିଛନ୍ତି । ସେମାନଙ୍କ ଅନୁସାରେ, ଉତ୍ତର କୋରିଆ ରବିବାର ୨ଟି ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି । ଏହା ହେଉଛି ୨୦୨୬ରେ ଉତ୍ତର କୋରିଆର ପ୍ରଥମ ମିସାଇଲ୍ ପରୀକ୍ଷଣ । ଯାହାକି ଦକ୍ଷିଣ କୋରିଆର ନେତା ଲି ଜେ ମ୍ୟୁଙ୍ଗ ବେଜିଂ ଶିଖର ସମ୍ମିଳନୀକୁ ଗସ୍ତର ଠିକ୍ କିଛି ଘଣ୍ଟା ପୂର୍ବରୁ କରାଯାଇଛି ।
ଉତ୍ତର କୋରିଆର ମିସାଇଲ୍ ପରୀକ୍ଷଣ ପରେ କିମ୍ କହିଛନ୍ତି, "ଆମର ପରମାଣୁ ଫୋର୍ସ ପ୍ରସ୍ତୁତ ରହିଛି । ଆମ ପରମାଣୁ ବଳକୁ ବ୍ୟବହାରିକ ଆଧାରରେ ପ୍ରକୃତ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା ଲାଗି ଗୁରୁତ୍ଵପୂର୍ଣ୍ଣ ଉପଲବ୍ଧି ହାସଲ କରିଛୁ ।"
ଏଥିସହ ପଢ଼ନ୍ତୁ: ଭାରତ ଉପରେ ଆହୁରି ବଢ଼ିପାରେ ଟାରିଫ୍; ଋଷଠୁ ତେଲ କିଣାକୁ ନେଇ ଟ୍ରମ୍ପ ଦେଖାଇଲେ ନାଲି ଆଖି
ରିପୋର୍ଟ ଅନୁସାରେ, କିମ୍ ଜୋଙ୍ଗ ଉନ୍ କହିଛି, "ଉତ୍ତର କୋରିଆର ସୈନ୍ୟ ଗତିବିଧିର ଉଦ୍ଦେଶ୍ୟ ପରମାଣୁ ନିବାରଣକୁ ଧିରେ ଧିରେ ବିକଶିତ ଆଧାରରେ ସ୍ଥାପନ କରିବା ।" ଏହାର ଅର୍ଥ ଯେତେବେଳେ ୨ ପକ୍ଷ ପାଖରେ ପରମାଣୁ ଅସ୍ତ୍ର ଥାଏ ତ ଉଭୟ ଉଭୟଙ୍କ ଉପରେ ଆକ୍ରମଣ କରନ୍ତି ନାହିଁ ଏବଂ ପରମାଣୁ ଅସ୍ତ୍ର ଥିବାରୁ ଦୁଇ ଦେଶ ମଧ୍ୟ ଯୁଦ୍ଧ ଟଳିଯାଏ ।
କମ୍ ଜୋଙ୍ଗ ଉନ୍ କହିଛି, ପରମାଣୁ ଅସ୍ତ୍ରର ଆବଶ୍ୟକତା ଏବେ ସୃଷ୍ଟି ହୋଇଥିବା ଭୂ-ରାଜନୈତିକ ଅସ୍ଥିରତା ଓ ଜଟିଳ ଅନ୍ତର୍ଜାତୀୟ ଘଟଣାରୁ ରହିଛି । ଯାହାକି ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଆମେରିକା ଧରି ନେଇ ୱାଶିଂଟନ୍ ନେଇଯିବାକୁ କିମ୍ ଜୋଙ୍ଗ ଉନ୍ଙ୍କ ଇସାରା ରହିଛି ।

Related Topics
Explore more stories