Kim Jong Un / ରେକର୍ଡ ମତରେ ବିଜୟୀ ହେଲେ କିମ୍; କିଏ ପାଇଲେ ବାକି ୦.୦୭% ଭୋଟ?
·6 months ago·2 min read

Key Points
ଉତ୍ତର କୋରିଆର ଦେଶର ୧୫ ତମ ସୁପ୍ରିମ୍ ପିପୁଲ୍ସ ଆସେମ୍ବଲି ସଦସ୍ୟଙ୍କୁ ନିର୍ବାଚିତ କରିବା ପାଇଁ ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ।
North Korean Leader Kim Jong Un: ନିକଟରେ ଉତ୍ତର କୋରିଆରେ ଅନୁଷ୍ଠିତ ହୋଇଥିବା ସଂସଦୀୟ ନିର୍ବାଚନରେ ବାଜି ମାରିଛନ୍ତି ଦେଶ ନେତା କିମ୍ ଜଙ୍ଗ ଉନ୍। ତାଙ୍କୁ ଏହି ନିର୍ବାଚନରେ ପ୍ରାୟତଃ ଶତ ପ୍ରତିଶତ ଭୋଟ ମିଳିଛି। ରାଷ୍ଟ୍ରାଧ୍ୟକ୍ଷ କିମ୍ ଙ୍କ ଦଳ କୋରିଆ ୱାର୍କର୍ସ ପାର୍ଟି ଏବଂ ସହଯୋଗୀ ଗୋଷ୍ଠୀକ ଦେଶର ସଦ୍ୟତମ ସଂସଦୀୟ ନିର୍ବାଚନରେ ୯୯.୯୩% ଭୋଟ ପାଇଛନ୍ତି।
ଦେଶର ୧୫ ତମ ସୁପ୍ରିମ୍ ପିପୁଲ୍ସ ଆସେମ୍ବଲି (15th Supreme Peoples Assembly North Korea) ସଦସ୍ୟଙ୍କୁ ନିର୍ବାଚିତ କରିବା ପାଇଁ ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ। ଦେଶର ସରକାରୀ ଗଣମାଧ୍ୟମ କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (KCNA) ଖବର ଅନୁଯାୟୀ, ଶାସକ ଦଳ ସମର୍ଥିତ ପ୍ରାର୍ଥୀ ଦେଶର ପ୍ରତ୍ୟେକ ଆସନରେ ବିଜୟୀ ହୋଇଛନ୍ତି।
ସରକାରୀ ରେକର୍ଡ ଅନୁଯାୟୀ ଦେଶର ପ୍ରାୟ ୯୯.୯୩ ପ୍ରତିଶତ ଲୋକ କିମ୍ ଙ୍କ ଦଳ ସପକ୍ଷରେ ମତଦାନ କରିଛନ୍ତି। ହେଲେ ତଥାପି ଦେଶର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୯୯.୯୭ ପ୍ରତିଶତରୁ ଅଧିକ ଭୋଟ ପାଇଛି କୋରିଆ ୱାର୍କର୍ସ ପାର୍ଟି। ଏହି ନିର୍ବାଚନରେ ୯୯.୯୯ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ଼ କରାଯାଇଛି। କୋରିଆ ଗଣମାଧ୍ୟମ ଦାବି କରିଛି ଯେ କେବଳ ୦.୦୦୩୭ ପ୍ରତିଶତ ପଞ୍ଜୀକୃତ ଭୋଟର ବିଦେଶରେ କିମ୍ବା ସମୁଦ୍ରରେ କାମ କରୁଥିବାରୁ ସେମାନେ ଭୋଚ ଦେଇପାରିଲେ ନାହିଁ। ଅନ୍ୟପକ୍ଷରେ ପ୍ରାୟ ୦.୦୦୦୦୩ ପ୍ରତିଶତ ମତଦାନରୁ ବିରତ ରହିଥିଲେ।
କାହାକୁ ମିଳିଲା ବାକି ୦.୦୭% ଭୋଟ?
ଏହି ନିର୍ବାଚନରେ ବିରୋଧି ଦଳର କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁନଥିଲେ। ପ୍ରତ୍ୟେକ ଆସନରେ ଲୋକଙ୍କୁ କେବଳ ଜଣେ ପୂର୍ବ-ଅନୁମୋଦିତ ପ୍ରାର୍ଥୀଙ୍କୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବାର ବିକଳ୍ପ ଦିଆଯାଇଥିଲା। ଯାହାର ଅର୍ଥ ହେଉଛି ବାକି ୦.୦୭ ପ୍ରତିଶତ ଭୋଟ କୌଣସି ପ୍ରତିଦ୍ୱନ୍ଦ୍ୱୀ ଦଳ କିମ୍ବା ନେତାଙ୍କୁ ମିଳିନଥିଲା। ଏହା ସେହି ମତଦାତାଙ୍କୁ ପ୍ରତିନିଧିତ୍ୱ କରୁଛି ଯେଉଁମାନେ ସରକାରୀ ଦଳର ପ୍ରାର୍ଥୀଙ୍କୁ ପସନ୍ଦ କରିନଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାୟ ଦଶନ୍ଧି ପରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଯେ ଦେଶର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଖୋଲାଖୋଲି ସ୍ୱୀକାର କରିଛି ୟେ ସଂସଦୀୟ ନିର୍ବାଚନରେ ପ୍ରାର୍ଥୀଙ୍କୁ ପସନ୍ଦ କରୁନଥିବା ଭୋଟର ମଧ୍ୟ ଦେଶରେ ଅଛନ୍ତି। ରିପୋର୍ଟ ଅନୁସାରେ ୧୯୫୭ ପରଠାରୁ ଏହାକୁ ସାର୍ବଜନୀନ ଭାବରେ ସ୍ୱୀକାର କରାଯାଇ ନାହିଁ। ଦେଶର ନିର୍ବାଚନ ଆଇନ ଅନୁଯାୟୀ ଶ୍ରମିକ, ଚାଷୀ, ବୁଦ୍ଧିଜୀବୀ, ସାମରିକ କର୍ମଚାରୀ ଏବଂ ସରକାର ଅଧିକାରୀଙ୍କ ସମେତ ମୋଟ ୬୮୭ ପ୍ରତିନିଧି ସୁପ୍ରିମ୍ ପିପୁଲ୍ସ ଆସେମ୍ବଲିକୁ ନିର୍ବାଚିତ ହୋଇଛନ୍ତି।
ଯଦିଓ ପ୍ରତ୍ୟେକ ଆସନରେ ଶାସକ ଦଳରୁ ଜଣେ ଲେଖାଁଏ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ। ଏହି ନିର୍ବାଚନରେ ମତଦାନ କରୁଥିବ ଲୋକଙ୍କୁ ବିଭିନ୍ନ ଆସନରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ କେବଳ ପସନ୍ଦ କିମ୍ବା ନାପସନ୍ଦ କରିବାର ବିକଳ୍ପ ଦିଆଯାଇଥିଲା। ୟୋନହାପ୍ ନ୍ୟୁଜ୍ ଏଜେନ୍ସି (Yonhap News Agency) ଅନୁଯାୟୀ, କୋରିଆ ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ୦.୦୭ ପ୍ରତିଶତ ଭୋଟର ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେଇଛନ୍ତି।
ତାଙ୍କ ପିତା କିମ୍ ଜୋଙ୍ଗ ଇଲ୍ ଙ୍କ ମୃତ୍ୟୁ ପରେ କିମ୍ ୨୦୧୧ ରେ ଦେଶର ଶାସନ ଗାଦିରେ ବସିଥିଲେ। ସେବେଠାରୁ ସେ ଦେଶର ସର୍ବୋଚ୍ଚ ଶାସନ କର୍ତ୍ତୃପକ୍ଷ ଅଛନ୍ତି। ଗତ ୨୦୧୯ରେ ଉତ୍ତର କୋରିଆର ସମ୍ବିଧାନରେ ପରିବର୍ତ୍ତନ ଆଣାଯାଇଥିଲା। କିମ୍ ଙ୍କୁ ଆନୁଷ୍ଠାନିକ ଭାବରେ ରାଷ୍ଟ୍ରମୁଖ୍ୟ ଘୋଷଣା କରାଯାଇଥିଲା। ଏପରିକି ସରକାର, ସାମରିକ ବାହିନୀ ଏବଂ ରାଷ୍ଟ୍ରୀୟ ପ୍ରତିଷ୍ଠାନ ଉପରେ ତାଙ୍କର କର୍ତ୍ତୃତ୍ୱକୁ ଆହୁରି ବୃଦ୍ଧି କରାଯାଇଥିଲା।

Related Topics
Explore more stories