Venomous Snakes Escape / ଚୀନରେ ସାପ ଆତଙ୍କ ! ବନ୍ୟାର ସୁଯୋଗ ନେଇ ପଳାଇ ଆସିଲେ ୯୦୦ରୁ ଅଧିକ ବିଷାକ୍ତ ସାପ
·2 months ago·2 min read

Key Points
ଚୀନରେ ବଡ଼ ବିପଦ
ବନ୍ୟା ପାଣିରେ ଭାସୁଛନ୍ତି ବିଷାକ୍ତ ସାପ
ଚୀନରେ ହାଇ ଆଲର୍ଟ ଜାରି
ବନ୍ୟା ପାଣିରେ ଭାସୁଛନ୍ତି ବିଷାକ୍ତ ସାପ
ଚୀନରେ ହାଇ ଆଲର୍ଟ ଜାରି
ବନ୍ୟା ପାଣିରେ ରାସ୍ତାଘାଟ ବୁଡ଼ିଯିବା ଘଟଣା ସାଧାରଣ, କିନ୍ତୁ ସେହି ପାଣିରେ ଯଦି ଶହ ଶହ ବିଷାକ୍ତ ସାପ ଭାସୁଥିବା ଦେଖିବେ, ତେବେ ପରିସ୍ଥିତି କେତେ ଭୟଙ୍କର ହେବ ତାହା ସହଜରେ ଅନୁମାନ କରାଯାଇପାରେ । ଚୀନର ଗୁଆଙ୍ଗ୍ସି ପ୍ରଦେଶରେ ଭୟଙ୍କର ବନ୍ୟା ମଧ୍ୟରେ ୯୦୦ରୁ ଅଧିକ ସାପ ପଳାଇ ଆସିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ଚୀନର ଗୁଆଙ୍ଗ୍ସି ପ୍ରଦେଶରେ ଲଗାତାର ମୂଷଳଧାରା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳବନ୍ଦୀ ଅବସ୍ଥାରେ ଲୋକଙ୍କ ଦୈନନ୍ଦିନ ଜୀବନ ବ୍ୟାହତ ହୋଇଥିବା ବେଳେ ଏବେ ନୂଆ ବିପଦ ଭାବେ ସାମ୍ନାକୁ ଆସିଛି ବିଷାକ୍ତ ସାପ। ବନ୍ୟା ପାଣିରେ ଶହ ଶହ ସାପ ଭାସୁଥିବା ଦେଖାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ବନ୍ୟା ପାଣିରେ ଅନେକ ସ୍ନେକ୍ ଫାର୍ମ ବୁଡ଼ିଯିବା ପରେ ୯୦୦ରୁ ଅଧିକ ସାପ ବାହାରକୁ ଚାଲି ଆସିଛନ୍ତି । ଏହି ସାପମାନଙ୍କ ମଧ୍ୟରେ କିଙ୍ଗ କୋବ୍ରା ପରି ଅତ୍ୟନ୍ତ ବିଷାକ୍ତ ପ୍ରଜାତି ମଧ୍ୟ ରହିଛି । ଫଳରେ ପାଣି ଭିତରକୁ ଯିବାକୁ ଲୋକମାନେ ଭୟ କରୁଛନ୍ତି ।
ପରିସ୍ଥିତିକୁ ଦେଖି ପ୍ରଶାସନ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଛି । ବନ୍ୟା ପ୍ରଭାବିତ ଅଞ୍ଚଳକୁ ନ ଯିବା ଏବଂ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏହି ଘଟଣା ମଧ୍ୟରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ବନ୍ୟା ଯୋଗୁଁ ରାସ୍ତାଘାଟ ବନ୍ଦ ଥିବାରୁ ତାଙ୍କୁ ଠିକ୍ ସମୟରେ ହସ୍ପିଟାଲକୁ ନେବା ସମ୍ଭବ ହୋଇନଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଭିଡିଓରେ ବନ୍ୟା ପାଣିରେ ସାପମାନେ ଭାସୁଥିବା ଦେଖାଯାଉଛନ୍ତି। କିଛି ସ୍ଥାନରେ ଲୋକମାନେ ଆଣ୍ଠୁଠାରୁ ଅଣ୍ଟା ପର୍ଯ୍ୟନ୍ତ ପାଣିରେ ପଶି ସାପ ଧରିବାକୁ ଚେଷ୍ଟା କରୁଥିବା ବେଳେ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ସେମାନଙ୍କୁ ରେସ୍କ୍ୟୁ ପାଇଁ ଅଭିଯାନ ଚଳାଇଛନ୍ତି ।
ଗୁଆଙ୍ଗ୍ସି ପ୍ରଦେଶ ଚୀନର ଏକ ପ୍ରମୁଖ ସାପ ପାଳନ କେନ୍ଦ୍ର ଭାବେ ପରିଚିତ । ଏଠାରେ ପ୍ରାୟ ୩ କୋଟି ସାପ ପାଳନ କରାଯାଏ । ପାରମ୍ପରିକ ଔଷଧ, ଚମଡ଼ା ସାମଗ୍ରୀ ଓ ମାଂସ ପାଇଁ ଏହି ସାପଗୁଡ଼ିକ ବ୍ୟବହାର କରାଯାଏ । ବନ୍ୟା ପରେ ବିଭିନ୍ନ ଜଳମଗ୍ନ ଅଞ୍ଚଳରେ ସାପ ଦେଖାଯାଉଥିବା କଥା ପ୍ରଶାସନ ମଧ୍ୟ ସ୍ୱୀକାର କରିଛି ଏବଂ ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଦଳ ମୁତୟନ କରାଯାଇଛି ।
ବନ୍ୟାର ପ୍ରକୋପ ଯୋଗୁଁ ପ୍ରାୟ ୧ ଲକ୍ଷ ୩୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୮ ହଜାରରୁ ଅଧିକ କର୍ମଚାରୀ ଏବଂ ପ୍ରାୟ ୫,୭୦୦ଟି ଡଙ୍ଗା ନିୟୋଜିତ ହୋଇଛି ।

Related Topics
Explore more stories