Videos
|
International

Iranian Serial Killer: ନିଜର ୧୧ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି ଏହି ମହିଳା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

Santosh Kumar Sahoo
Browse all articles by Santosh Kumar Sahoo
·1 year ago·2 min read
Iranian Serial Killer: ନିଜର ୧୧ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି ଏହି ମହିଳା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

Key Points

ଇରାନର ସିରିୟଲ କିଲର ମହିଳା । ନିଜର ୧୧ ସ୍ବାମୀଙ୍କୁ ବିଷ ଦେଇ କରିଛନ୍ତି ହତ୍ୟା । ଜାଣନ୍ତୁ କାରଣ...

ଦୁନିଆରେ ଅନେକ ଅଜବ ଏବଂ ଭୟଙ୍କର କାହାଣୀ ଆପଣ ଶୁଣିଥିବେ । କିନ୍ତୁ ୫୬ ବର୍ଷୀୟା ଇରାନୀ ମହିଳା କୋଲସୁମ ଆକବରୀଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସତରେ କ'ଣ ଜଣେ ମହିଳା ଏତେ ନୃଶଂସ ଓ ଭୟଙ୍କର ହୋଇପାରେ । ଏହି ଇରାନୀ ମହିଳାଙ୍କ ବିରୋଧରେ ଗତ ୨୨ ବର୍ଷ ମଧ୍ୟରେ ତାଙ୍କ ୧୧ ସ୍ୱାମୀଙ୍କୁ ବିଷ ଦେଇ ହତ୍ୟା କରିବାର ଅଭିଯୋଗ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ମହିଳା ଜଣକ ନିଜେ କହିଛନ୍ତି ଯେ ସେ ହୁଏତ ୧୩ କିମ୍ବା ୧୫ ଜଣଙ୍କୁ ହତ୍ୟା କରିଛନ୍ତି । ସଠିକ୍ ଭାବେ ସେ କେତେ ଜଣଙ୍କୁ ହତ୍ୟା କରିଛନ୍ତି ତାଙ୍କର ମନେ ନାହିଁ ।


ଇରାନୀ ମହିଳା କୋଲସୁମ ଆକବରୀଙ୍କ ପ୍ରଥମ ବିବାହ ୧୮ ବର୍ଷ ବୟସରେ ହୋଇଥିଲା । ତାଙ୍କର ପ୍ରଥମ ବିବାହ ଅଧିକ ଦିନ ଚାଲିପାରିନଥିଲା । ଦ୍ୱିତୀୟ ଥର ସେ ଜଣେ ବୃଦ୍ଧ ପୁରୁଷଙ୍କୁ ବିବାହ କରିଥିଲେ । ଯିଏ ତାଙ୍କୁ ପ୍ରତିଦିନ ମାଡ଼ ମାରୁଥିଲେ । ଏହା ପରେ ତାଙ୍କ ଭିତରେ ପ୍ରତିଶୋଧ ଏବଂ ଲୋଭ ଉଭୟ ସୃଷ୍ଟି ହୋଇଥିଲା । ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ମୃତ୍ୟୁ ପରେ, କୋଲସୁମ ଏକ ଭୟଙ୍କର ରାସ୍ତା ବାଛିଥିଲେ । ସେ ବୃଦ୍ଧ, ଧନୀ ଏବଂ ଏକାକୀ ପୁରୁଷମାନଙ୍କୁ ବିବାହ କରିବା ଆରମ୍ଭ କଲେ ।


ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ `ଟାରିଫ୍' ଅଭିମାନ; କହିଲେ, `ଏବେ ବହୁତ ଡେରି ହୋଇଗଲାଣି, ଏସବୁ ଆଗରୁ କରିବାର ଥିଲା'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିବାହର କିଛି ଦିନ ପରେ ସେ ତାଙ୍କ ସ୍ୱାମୀଙ୍କୁ ଔଷଧ ଏବଂ ମଦରେ ବିଷ ମିଶାଇ ପିଇବାକୁ ଦେଉଥିଲେ । ଅନେକ ଥର ଯେତେବେଳେ ବିଷ କାମ କରୁନଥିଲା, ସେ ତା'ର ସ୍ବାମୀଙ୍କୁ ଏକ ତକିଆରେ ଶ୍ୱାସରୁଦ୍ଧ କରି ହତ୍ୟା କରୁଥିଲା । ଆଉ ପରେ ତା'ର ସ୍ବାମୀର ମୃତ୍ୟୁ ବୃଦ୍ଧାବସ୍ଥା ଓ ରୋଗ ପାଇଁ ହୋଇଥିବା କହି ସହଜରେ ଖସି ଯାଉଥିଲା । ଲୋକମାନେ ମଧ୍ୟ ଭାବୁଥିଲେ ବୃଦ୍ଧ ଜଣକ ରୋଗରେ ପଡ଼ି ମୃତ୍ୟୁବରଣ କରିଛନ୍ତି । କିନ୍ତୁ ପ୍ରକୃତରେ ଏହା ସ୍ବାଭାବିକ ମୃତ୍ୟୁ ନୁହେଁ ବରଂ ହତ୍ୟା ଥିଲା ।


ତେବେ କୋଲସୁମ କେବେ ବି ଗୋଟିଏ ସ୍ଥାନରେ ରହି ହତ୍ୟା କରୁନଥିଲା । ସେ ବିଭିନ୍ନ ସହରକୁ ଯାଉଥିଲେ, ସେଠାରେ ବିବାହ କରୁଥିଲେ ଏବଂ ପରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରୁଥିଲେ । ଏହି କାରଣରୁ, ପୋଲିସ କେବେ କୋଲସୁମକୁ ସନ୍ଦେହ କରିନଥିଲା । ଲୋକମାନେ ଭାବୁଥିଲେ ଯେ ସେ ଜଣେ ଗରୀବ ବିଧବା ଯିଏ ବାରମ୍ବାର ତାଙ୍କ ସ୍ୱାମୀଙ୍କୁ ହରାଇବାର ଯନ୍ତ୍ରଣା ଭୋଗୁଛନ୍ତି । କିନ୍ତୁ ଏହି ସବୁ ମୃତ୍ୟୁ ପଛରେ କୋଲସୁମ ହିଁ ଥିଲା ନିଜେ ମାଷ୍ଟରମାଇଣ୍ଡ।


ତେବେ ସବୁ ସମୟରେ ଚୋର ଘର ଅନ୍ଧାର ନଥାଏ । ଶେଷରେ ୨୦୨୩ରେ କୋଲସୁମଙ୍କ ଅସଲ ଚେହେରା ପଦାରେ ପଡ଼ିଥିଲା । ତାଙ୍କର ଶେଷ ଶିକାର ହୋଇଥିଲେ ୮୨ ବର୍ଷୀୟ ଘୋଲାମରେଜା ବାବାଇ । ବାବାଇଙ୍କ ହଠାତ୍ ମୃତ୍ୟୁ ପରେ, ତାଙ୍କ ପୁଅ ସନ୍ଦେହପ୍ରକାଶ କରିଥିଲେ । ଆଉ ଶେଷରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ବାପାଙ୍କ ମୃତ୍ୟୁ ପଛରେ ରହିଛି କୋଲସୁମଙ୍କ ହାତ । ଏହାପରେ ପୋଲିସ୍ ଯେତେବେଳେ କୋଲସୁମଙ୍କୁ ହତ୍ୟା ବାବଦରେ ପଚରାଉଚରା କରିଥିଲା, ପ୍ରଥମେ ସେ ମିଛ କହିଥିଲା । କିନ୍ତୁ ପରେ ସେ ନିଜେ ସ୍ୱୀକାର କରିଥିଲା ଯେ ସେ ତା'ର ଏକାଧିକ ସ୍ୱାମୀଙ୍କୁ ବିଷ ଦେଇ ହତ୍ୟା କରିଛି ।