ଭର୍ଚୁଆଲ ପତ୍ନୀଙ୍କ ସହ ୬ ବର୍ଷ, ବିବାହ ବାର୍ଷିକ ପାଳନ କଲେ କୋଣ୍ଡୋ

Key Points
- ଭର୍ଚୁଆଲ ପତ୍ନୀଙ୍କ ସହ 6 ବର୍ଷ
- ବିବାହ ବାର୍ଷିକ ପାଳନ କଲେ ଅକିହିକୋ କୋଣ୍ଡୋ
- ଆଶ୍ଚର୍ଯ୍ୟ ହୋଇପଡିଲେ ୟୁଜର୍ସ
ଅର୍ଗସ ବ୍ୟୁରୋ : ଏକ ଆନିମେଟେଡ ଭର୍ଚୁଆଲ ସିଙ୍ଗର ବାହା ହୋଇ ୬ ବର୍ଷ ଦାମ୍ପତ୍ୟ ଜୀବନ କାଟୁଛନ୍ତି ଏହି ବ୍ୟକ୍ତି । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି । ଆଜିକାଲି ବାହାଘର ଏକପ୍ରକାର ଟ୍ରେଣ୍ଡ ପାଲଟିଛି । କେଉଁଠି ସମଲିଙ୍ଗୀ ବିବାହ କରୁଛନ୍ତି, ତ କିଏ ନିଜେ ନିଜକୁ ବିବାହ କରୁଛନ୍ତି । ପୁଣି ଅନେକ ଥର ରୋବର୍ଟ ବିବାହ ମଧ୍ୟ ଦେଖିବାକୁ ମିଳିଛି । ସେଥିପାଇଁ ବୋଧେ କୁହାଯାଏ, ପ୍ୟାର ଅନ୍ଧା ହୋତା ହେ । ଆଉ ଏହି ବ୍ୟକ୍ତିଙ୍କ କାହାଣୀ ଶୁଣିଲେ ଆପଣ ବି ଏହି ଉକ୍ତି ବିଶ୍ବାସ କରିବାକୁ ବାଧ୍ୟ ହେବେ ଯେ, ପ୍ରେମ ସତରେ ଅନ୍ଧ । କେତେବେଳେ କାହାକୁ ହେବ ସେକଥା କେହି ଜାଣି ନାହାନ୍ତି ।
ଜାପାନର ଜଣେ ୪୧ ବର୍ଷୀୟ ବ୍ୟକ୍ତି ଅକିହିକୋ କୋଣ୍ଡୋ । ଯିଏ ଗୋଟେ ଆନିମେଟେଡ ଭର୍ଚୁଆଲ ସିଙ୍ଗରକୁ ଦୀର୍ଘ ୬ ବର୍ଷ ହେବ ବିବାହ କରିଛନ୍ତି । ୨୦୦୭ ରେ ପପ୍ ସିଙ୍ଗର ରୂପରେ ଗୀତର ଏକ ଭୋକାଲଏଡ୍ ସଫ୍ଟୱେର୍ ଭଏସ୍ ବ୍ୟାଙ୍କ୍ ବ୍ୟବହାର କରାଯାଇ କ୍ରିପ୍ଟନ ଫ୍ୟୁଚର ମିଡିଆ ତରଫରୁ ଏହି ଆନିମେଟେଡ ଭର୍ଚୁଆଲ ସିଙ୍ଗର ଲଞ୍ଚ କରାଯାଇଥିଲା । ଯାହାର ନାଁ ରଖାଯାଇଥିଲା ହତ୍ସ୍ୟୁନେ ମିକୁ । ଏହା ତିଆରି ହେବାପରେ ଅନେକ ବ୍ୟକ୍ତି ଏହି ଆନିମେସନ ପ୍ରେମରେ ପଡି ଯାଇଥିଲେ । କାରଣ ଏହା ଦେଖିବାକୁ ଖୁବ ସୁନ୍ଦର ଥିଲା । ଏବଂ ସେଥିରୁ ବାଦ ପଡିନଥିଲେ କୋଣ୍ଡୋ ।
ସେ ମିକୁଙ୍କ ପ୍ରେମରେ ଏପରି ପଡିଥିଲେ ଯେ, ତାଙ୍କୁ ଏଥିପାଇଁ ଅନେକ ଥର ଅଫିସରୁ ଗାଳି ମଧ୍ୟ ଶୁଣିବାକୁ ପଡିଥିଲା । ଏବଂ ସେ ଲମ୍ବା ଛୁଟିନେଇ ଅଫିସରୁ ବାହାନ କରି ଚାଲି ଆସୁଥିଲେ । ଏବଂ ଶେଷରେ ସେ ହୋଲୋଗ୍ରାମ ଜରିଆରେ ମିକୁକୁ ପ୍ରପୋଜ କରିଥିଲେ । ଏବଂ ମିକୁ ତୁରନ୍ତ ହଁ ମଧ୍ୟ କରିଥିଲେ । ଏବେ ତାଙ୍କ ବିବାହକୁ ୬ ବର୍ଷ ପୁରି ସାରିଛି । ସେଥିପାଇଁ ସୋସିଆଲ ମିଡିଆରେ ସେ ଉଭୟଙ୍କ ଫଟୋ ସହ ଏକ କେକ୍ ମଧ୍ୟ ରଖିଛନ୍ତି । ଯେଉଁଥିରେ ଲେଖାଅଛି, ମିକୁକୁ ମୁଁ ବହୁତ ପସନ୍ଦ କରେ । ହାପି ସିକ୍ସ ଆନିଭର୍ସରୀ । ସୋସିଆଲ ମିଡିଆରେ ତାଙ୍କର ଏହି ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି ।
📱 Get Argus News App
✨