Videos
|
International

Eggs Thrown to PM / ସଂସଦ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଫିଙ୍ଗିଲେ ଅଣ୍ଡା; କହିଲେ, 'ଲାଜ ଲାଗିବା କଥା'

Sushanta Sahoo
Browse all articles by Sushanta Sahoo
·56 mins ago·2 min read
ସଂସଦ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଫିଙ୍ଗିଲେ ଅଣ୍ଡା; କହିଲେ, 'ଲାଜ ଲାଗିବା କଥା'
Eggs Thrown at Kosovo PM in Parliament

Key Points

ପ୍ରଧାନମନ୍ତ୍ରୀଙ୍କ ଉପରକୁ ହେଲା ଅଣ୍ଡାମାଡ଼ । କୋସୋଭୋର ସଂସଦରେ ଶନିବାର ବିପକ୍ଷ ସାଂସଦ ଟାଇମ୍ କାଦ୍ରିଜାଜ, ପ୍ରଧାନମନ୍ତ୍ରୀ ଅଲବିନ୍ କୁର୍ତ୍ତୀଙ୍କୁ ଅଣ୍ଡାମାଡ଼ କରିଛନ୍ତି ।
ନୂଆଦିଲ୍ଲୀ: ଚାଲିଥିଲା ସଂସଦ । ଉତ୍ତେଜିତ ଥିଲେ ବିରୋଧୀ । ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଉପରକୁ ହେଲା ଅଣ୍ଡାମାଡ଼ । କୋସୋଭୋର ସଂସଦରେ ଶନିବାର ବିପକ୍ଷ ସାଂସଦ ଟାଇମ୍ କାଦ୍ରିଜାଜ, ପ୍ରଧାନମନ୍ତ୍ରୀ ଅଲବିନ୍ କୁର୍ତ୍ତୀଙ୍କୁ ଅଣ୍ଡାମାଡ଼ କରିଛନ୍ତି । ଯାହା ପରେ ସଂସଦରେ ହଙ୍ଗାମା ହୋଇଥିଲା ଓ ଗୃହକୁ ମୁଲତବି ରଖାଯାଇଛି ।

ଜୁନ୍ ୭ ତାରିଖରେ ଅଲବିନ୍ କୁର୍ତ୍ତୀଙ୍କ ଦଳ 'ଭେଟେଭେଣ୍ଡୋସଜେ' ସଂସଦୀୟ ନିର୍ବାଚନ ପରେ ନୂଆ ସଂଗଠନକୁ ନେଇ ବିରୋଧୀଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ । ଠିକ୍ ସେହି ସମୟରେ ବିପକ୍ଷ ସାଂସଦ ଟାଇମ୍ କାଦ୍ରିଜାଜ, ପ୍ରଧାନମନ୍ତ୍ରୀ କୁର୍ତ୍ତୀଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲେ ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଆଗରେ ଇରାନର ୫ ସର୍ତ୍ତ; ଆମେରିକା ମାନିଲେ ଖୋଲିଯିବ ହର୍ମୁଜ୍ ପ୍ରଣାଳୀ 

ପ୍ରଧାନମନ୍ତ୍ରୀ କୁର୍ତ୍ତୀଙ୍କ ଉପରକୁ ଅଣ୍ଡା ଫିଙ୍ଗିବା ପୂର୍ବରୁ ବିପକ୍ଷ ସାଂସଦ ଟାଇମ୍ କାଦ୍ରିଜାଜ ଚିତ୍କାର କରି କହିଥିଲେ, "ତୁମକୁ ଲାଜ ଲାଗିବା କଥା ।" ଯାହାର ଉତ୍ତର ରଖି କୁର୍ତ୍ତୀ କହିଥିଲେ ଯେ, "ଯଦି ଆଲୋଚନା ପାଇଁ ଏହି ମୂଲ୍ୟ ଦେବାକୁ ପଡ଼େ, ତାହେଲେ ମୂଲ୍ୟ ଦେବାକୁ ମୁଁ ଖୁସି ହେବି ।"

୧୨୦ ଆସନରୁ ୫୩ଟିରେ ବିଜୟ ପରେ କୁର୍ତ୍ତୀଙ୍କ ଦଳ ବଡ଼ ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ଏକାକୀ ସରକାର ଗଠନ ଲାଗି କୁର୍ତ୍ତୀଙ୍କ ପାଖେ ନଥିଲା ବହୁମତ । ଏବେ ସଂସଦରେ ବିରୋଧୀ ଦଳ ଆଲାଏନ୍ସ ଫର୍ ଦ ଫ୍ୟୁଚର୍ ଅଫ୍ କୋସୋଭୋର ସାଂସଦ ଟାଇମ୍ କାଦ୍ରିଜାଜ୍ ପ୍ରଧାନମନ୍ତ୍ରୀ କୁର୍ତ୍ତୀଙ୍କ ନିକଟକୁ ଯାଇ ଅଣ୍ଡା ଫିଙ୍ଗିଥିଲେ । ଯାହାପରେ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଥିଲା । ସୁରକ୍ଷା କର୍ମୀ ଓ ଅନ୍ୟ ସାଂସଦ ହସ୍ତକ୍ଷେପ କରିବାରୁ ସ୍ଥିତି ଶାନ୍ତ ପଡ଼ିଥିଲା ।

କୋସୋଭୋର ବଡ଼ ରାଜନୈତିକ ସଂକଟ ଭିତରେ ପ୍ରଧାନମନ୍ତ୍ରୀ କୁର୍ତ୍ତୀ ନୂଆ ରାଷ୍ଟ୍ରପତି ଚୟନ ପାଇଁ ବିରୋଧୀଙ୍କ ପର୍ଯ୍ୟାପ୍ତ ସମର୍ଥନ ହାସଲ ପାଇଁ ପ୍ରୟାସ କରୁଛନ୍ତି । କାରଣ କୋସୋଭୋରେ ମାତ୍ର ଦୁଇ ବର୍ଷରୁ ଅଧିକ ସମୟରେ ୩ ଥର ନିର୍ବାଚନ ହୋଇ ସାରିଲାଣି ।

୨୦୨୫ ଫେବ୍ରୁଆରୀରେ ହୋଇଥିବା ନିର୍ବାଚନରେ କାହାରିକୁ ବହୁମତ ମିଳିନଥିଲା । ତାପରେ ଡିସେମ୍ବରରେ ହୋଇଥିବା ନିର୍ବାଚନରେ କୁର୍ତ୍ତୀ ଜାତୀୟ ଅଳ୍ପସଂଖ୍ୟକ ସାଂସଦଙ୍କ ସମର୍ଥନରେ ସଂସଦୀୟ ବହୁମତ ହାସଲ କରିଥିଲେ ।

ପୁଣେ ଥରେ ଜୁନ୍‌ରେ ହଠାତ୍ ହୋଇଥିବା ନିର୍ବାଚନରେ କୁର୍ତ୍ତୀଙ୍କ ଦଳର ଭୋଟ୍ ପ୍ରତିଶତ ୫୧ରୁ ୪୩କୁ ଖସି ଆସିଛି । କିନ୍ତୁ କୁର୍ତ୍ତୀ ଏଥନିକ୍ ମାଇନରିଟି ସହଯୋଗୀଙ୍କ ସହ ମିଶି ସଂସଦରେ ବହୁମତ ବଜାୟ ରଖିଛନ୍ତି ।

ଏଥିସହ ପଢ଼ନ୍ତୁ: ଫୋନ୍ କଲ୍ ରେ ଏକାଠି ହେଲେ ମୋଦି-ନେତାନ୍ୟାହୁ, ମଧ୍ୟାପ୍ରାଚ୍ୟ ସ୍ଥିତିକୁ ନେଇ ହେଲା ଆଲୋଚନା 

ଆଉ ଏବେ ବିରୋଧୀଙ୍କ ସହ ଆଲୋଚନା ଜାରି ରଖିବା ସମୟରେ କୁର୍ତ୍ତୀଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଛି । କାରଣ କୌଣସି ପକ୍ଷ କୌଣସି ଆଶାୟୀଙ୍କୁ ନେଇ ସହମତ ହୋଇପାରି ନାହାନ୍ତି । ସଂସଦର ବାଚସ୍ପତିଙ୍କୁ ବାଛିବାର ସାମ୍ବିଧାନିକ ସମୟସୀମା ଶୁକ୍ରବାର ଶେଷ ହୋଇଛି । ଆଲୋଚନା ପାଇଁ କୁର୍ତ୍ତୀ ଅଧିକ ସମୟ ମାଗିବାରୁ ବିରୋଧୀ ସାଂସଦ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛନ୍ତି ।

୧୯୯୮-୯୯ ଯୁଦ୍ଧ ପରେ କୋସୋଭୋ ୨୦୦୮ ମସିହାରେ ସର୍ବିଆ ଠାରୁ ନିଜକୁ ସ୍ଵାଧୀନ ଘୋଷଣା କରିଥିଲା । କୋସୋଭୋକୁ ଦୁନିଆର ଅର୍ଦ୍ଧାଧିକ ଦେଶ ମାନ୍ୟତା ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: