Israel attack / ଯୁଦ୍ଧବିରତି ସତ୍ତ୍ଵେ ଲେବାନନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ; ଛାରଖାର ଦେଶ
·5 months ago·2 min read

Key Points
ଲେବାନନରେ ବୁଧବାର ରାତି ଇସ୍ରାଏଲ ସିରିଜ୍ ବିମାନ ଆକ୍ରମଣ
ଯୁଦ୍ଧବିରତି ସତ୍ତ୍ୱେ ଇରାନର ଲେବାନନ ଉପରେ ମିସାଇଲ ମାଡ଼
୧୦ ମିନିଟରେ ୧୦୦ରୁ ଅଧିକ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କଲା ଇରାନ

ପଶ୍ଚିମ ଏସିଆରେ ଯୁଦ୍ଧବିରତି ସାରା ବିଶ୍ଵକୁ ଆଶ୍ଵସ୍ତି ଦେଇଥିଲା । ମାତ୍ର ବୁଧବାର ରାତିରେ ଲେବାନନ ଉପରେ ଇସ୍ରାଏଲ ସିରିଜ୍ ବିମାନ ଆକ୍ରମଣ କରିଛି । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ଘୋଷଣାର କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲ ଏହି ମିସାଇଲ ମାଡ଼ କରିଛି । ୧୦ ମିନିଟ୍ ମଧ୍ୟରେ ପ୍ରାୟ ୧୦୦ ମିସାଇଲ ମାଡ଼ ଯୋଗୁଁ ଲେବାନନରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ୧୧୦୦ରୁ ଊର୍ଦ୍ଧ୍ଵ ଆହତ ହୋଇଛନ୍ତି ।
ବୁଧବାର ଅପରାହ୍ନରେ ପ୍ରଥମେ ବେରୁତ ରାସ୍ତା ଉପରେ ଗୋଟିଏ ପରେ ଗୋଟିଏ ବଡ଼ ଧମାକା ହୋଇଥିଲା । ସଙ୍ଗେ ସଙ୍ଗେ ଆକାଶ ଧୂଆଁମୟ ହୋଇଯାଇଥିଲା । ଇସ୍ରାଏଲ ଏହି ଆକ୍ରମଣ ଲେବାନନ୍ ସଶସ୍ତ୍ର ଗୋଷ୍ଠୀ ହିଜବୋଲାର କମାଣ୍ଡ ସେଣ୍ଟର ଓ ସୈନ୍ୟ ଠିକଣା ଉପରେ ହୋଇଛି । ଲେବାନନର ସିଭିଲ ଡିଫେନ୍ସ ସର୍ଭିସ ଅନୁସାରେ, ଇସ୍ରାଏଲ ଆକ୍ରମଣରେ ୨୫୪ ଜଣଙ୍କ ମୃତ୍ୟୁ ଘଟିଛି, ଯେଉଁଥିରେ କେବଳ ବେରୁତରୁ ୯୧ ଜଣ ଅଛନ୍ତି । ସେପଟେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ୧୮୨ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି, କିନ୍ତୁ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ସ୍ପଷ୍ଟ କରିଛି ।

- ଯୁଦ୍ଧବିରତି ନିଷ୍ପତ୍ତି ମାନିଥିଲା ହିଜବୋଲା
- ଆକ୍ରମଣ ପରେ ଲେବାନନ ଧ୍ଵସ୍ତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଇରାନ ଉପରେ ଆକ୍ରମଣ ସ୍ଥଗିତ! ୨ ସପ୍ତାହର ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ
ହିଜବୋଲା ମଧ୍ୟ ଏହି ଆକ୍ରମଣକୁ "ଅସ୍ତ୍ରବିରତିର ଏକ ଗମ୍ଭୀର ଉଲ୍ଲଂଘନ" ବୋଲି କହିଛି ଏବଂ ଆକ୍ରମଣ ଜାରି ରହିଲେ ପରିଣାମ ଭୋଗିବାକୁ ଚେତାବନୀ ଦେଇଛି । ଇରାନର ରିଭୋଲ୍ୟୁସନରୀ ଗାର୍ଡ ମଧ୍ୟ ଲେବାନନରେ ଇସ୍ରାଏଲର କାର୍ଯ୍ୟକଳାପ ବନ୍ଦ ନ ହେଲେ "କଡ଼ା ଜବାବ" ଦିଆଯିବ ବୋଲି ଚେତାବନୀ ଦେଇଛି ।

Related Topics
Explore more stories