Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Earthquake / ଭୂମିକମ୍ପରେ ଥରିଲା ଫିଲିପାଇନ୍ସ, ଏହି ସବୁ ଦେଶକୁ ଏବେ ଭୟଙ୍କର ସୁନାମୀ ଆଲର୍ଟ

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ଭୂମିକମ୍ପରେ ଥରିଲା ଫିଲିପାଇନ୍ସ, ଏହି ସବୁ ଦେଶକୁ ଏବେ ଭୟଙ୍କର ସୁନାମୀ ଆଲର୍ଟ

Key Points

ଭୂମିକମ୍ପର କେନ୍ଦ୍ର ପାଖାପାଖି ୨୦ କିଲୋମିଟର ଗଭୀର ରହିଥିଲା । ତେବେ ଭୂକମ୍ପ ପରେ ଭୂକମ୍ପ ବିଜ୍ଞାନ ସଂସ୍ଥା ପକ୍ଷରୁ ସୁନାମୀ ଆଲର୍ଟ କରାଯାଇଛି । ସମୁଦର କୁଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ପରାମର୍ଶ ଦିଆଯାଇଛି ।

ଫିଲିପାଇନ୍ସ ମିଣ୍ଡାନାଓରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ପ୍ରକାଶ ପାଇଛି । ଭୂମିକମ୍ପର କେନ୍ଦ୍ର ପାଖାପାଖି ୨୦ କିଲୋମିଟର ଗଭୀର ରହିଥିଲା । ତେବେ ଭୂକମ୍ପ ପରେ ଭୂକମ୍ପ ବିଜ୍ଞାନ ସଂସ୍ଥା ପକ୍ଷରୁ ସୁନାମୀ ଆଲର୍ଟ କରାଯାଇଛି । ସମୁଦର କୁଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ପରାମର୍ଶ ଦିଆଯାଇଛି ।

ଏହି ଭୂମିକମ୍ପର ମାତ୍ରା ଏତେ ତୀବ୍ର ଥିଲା ଯେ, ଅନେକ ଦେଶରେ ଏହାଯୋଗୁ ସୁନାମୀ ଆସିପାରେ ବୋଲି କୁହାଯାଉଛି । ଆମେରିକା ସୁନାମୀ ଚେତାବନୀ ପ୍ରଣାଳୀ ପକ୍ଷରୁ ସୂଚନା ମିଳିଛି ଯେ, ଭୂମିକମ୍ପର କେନ୍ଦ୍ରଠାରୁ ୩୦୦ କିଲୋମିଟର ମଧ୍ୟରେ ଭୟଙ୍କର ଲହଡି ଆସିବାର ସମ୍ଭାବନା ରହିଛି ।

ଏପର୍ଯ୍ୟନ୍ତ କୌଣସି ବଡ କ୍ଷତି ହୋଇନଥିବାର ସୂଚନା ମିଳିଛି । କିନ୍ତୁ ଭୂମିକମ୍ପର ତୀବ୍ରତା ଲୋକେ ଭୟବୀତ ହୋଇ ଘରୁ ବାହାରି ଯାଇଥିଲେ । ହେଲେ ଏପର୍ଯ୍ୟନ୍ତ ମୃତକ ତଥା ଆହତଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନାହିଁ । ତେବେ ଏହି ମିଣ୍ଡାନାଓ ଅଞ୍ଚଳ ଭୂକମ୍ପ ପାଇଁ ଅତ୍ୟନ୍ତ ସକ୍ରିୟ କ୍ଷେତ୍ର ବୋଲି କୁହାଯାଉଛି । ତେବେ ଭୂକମ୍ପ ନେଇ ଫିଲିପାଇନ୍ସର ରାଷ୍ଟ୍ରପତି କହିଛନ୍ତି, ଏହି ଅଞ୍ଚଳ ତଥା ଆଗାମୀ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ।

ଶକ୍ତିଶାଳୀ ଭୂକମ୍ପରେ ଫିଲିପାଇନ୍ସ ଉପରେ ପ୍ରଭାବ

ଫିଲିପାଇନ୍ସ ଭୂମିକମ୍ପ ପାଇଁ ଏକ ସକ୍ରିୟ କ୍ଷେତ୍ର । ଯେଉଁଠାରେ ଫିଲିପାଇନ୍ସ ସମୁଦ୍ର ପ୍ଲେଟ୍ ଏବଂ ୟୁରେସିଆନ୍ ପ୍ଲେଟ୍ ଭଳି ଅନେକ ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ସଂସ୍ପର୍ଶରେ ଆସି ଧକ୍କା ଖାଏ। ଏହି ଧକ୍କା କାରଣରୁ ମାଟି ଭିତରେ ଶକ୍ତିଶାଳୀ ଭୂମିକମ୍ପ ସୃଷ୍ଟି ହୁଏ । ସୂଚନା ମୁତାବକ ଏହି ସ୍ଥାନରେ ପ୍ରତ୍ୟେକ ବର୍ଷ ୮୦୦ରୁ ଅଧିକ ଭୂମିକମ୍ପ ଆସିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୭.୫ ତୀବ୍ରତାର ଭୂମିକମ୍ପ ଅତ୍ୟନ୍ତ ଶକ୍ତିଶାଳୀ ଅଟେ । ଏହା ଦ୍ଵାରା ଅନେକ କିଛି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥାଏ । ହେଲେ ଏବେଯାଏଁ କ୍ଷତିଗ୍ରସ୍ତ ନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ । ତେବେ ଏହି ତୀବ୍ରତାରେ ଭୂମିକମ୍ପର କେନ୍ଦ୍ର ସମୁଦ୍ର ମଧ୍ୟରେ ଥାଏ । ଏହାଯୋଗୁଁ ସୁନାମୀର ଭୟ ଥିବା କୁହାଯାଉଛି । ଯାହାର ପ୍ରଭାବ ତଳିଆ ଅଞ୍ଚଳ ଗୁଡିକରେ ରହିବ । ଏଥିରେ ଅନେକ କିଛି କ୍ଷତି ହେବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ : ପାଖେଇ ଆସୁଛି ଦୀପାବଳି ଓ ଧନତେରସ୍‍, ବିଶ୍ଵ ବଜାରରେ ରେକର୍ଡ ଭାଙ୍ଗୁଛି ସୁନା ରେଟ୍

Related Topics

Explore more stories

Sponsored
Magnitude 7.5 earthquake strikes Philippines | Argus News