Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Gold Price / ପାଖେଇ ଆସୁଛି ଦୀପାବଳି ଓ ଧନତେରସ୍‍, ବିଶ୍ଵ ବଜାରରେ ରେକର୍ଡ ଭାଙ୍ଗୁଛି ସୁନା ରେଟ୍

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ପାଖେଇ ଆସୁଛି ଦୀପାବଳି ଓ ଧନତେରସ୍‍, ବିଶ୍ଵ ବଜାରରେ ରେକର୍ଡ ଭାଙ୍ଗୁଛି ସୁନା ରେଟ୍

Key Points

ଦୀପାବଳି ଓ ଧନତେରସରେ କେମିତି କିଣିବେ ସୁନା ?
ଦିନକୁ ଦିନ ନୂଆ ରେକର୍ଡ ଭାଙ୍ଗୁଛି ସୁନା ରେଟ୍
ଘରୋଇ ଏବଂ ବିଶ୍ବ ବଜାରରେ ସୁନା ଓ ରୂପା ରେଟ୍ ଲକ୍ଷେ ପାର୍
କେବଳ ସୁନା ନୁହେଁ ରୂପା ଦର ମଧ୍ୟ ଆକାଶଛୁଆଁ ହୋଇଛି

ଗ୍ରାହକଙ୍କ ଚିନ୍ତା ବଢାଉଛି ସୁନାଦର । ପାଖେଇ ଆସିଲାଣି ଦୀପାବଳି ଓ ଧନତେରସ। ହେଲେ ଚିନ୍ତାରେ ପଡ଼ିଛନ୍ତି ଲୋକେ। ଦିନକୁ ଦିନ ନୂଆ ରେକର୍ଡ ଭାଙ୍ଗୁଛି ସୁନା ରେଟ୍ । ଘରୋଇ ଓ ବିଶ୍ବ ବଜାରରେ ସୁନା ଓ ରୂପା ରେଟ୍ ଲକ୍ଷେ ପାର୍ କରି ସାରିଲାଣୀ । ଆଜି ଅକ୍ଟୋବର ୧୦ରେ ଭୁବନେଶ୍ଵର ବଜାରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୨୪ ହଜାର ୧୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୧୩ ହଜାର ୮୧୦ ଟଙ୍କା ରହିଛି । ସେହିପରି ଗତକାଲି ଭୁବନେଶ୍ଵରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧ଲକ୍ଷ ୨୪ ହଜାର ୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧ ଲକ୍ଷ ୧୩ ହଜାର ୮୦୦ ଟଙ୍କା ରହିଥିଲା ।

ଖାଲି ସୁନା ନୁହେଁ ରୂପା ଦର ମଧ୍ୟ ଆକାଶଛୁଆଁ ହୋଇଛି ୧ ଗ୍ରାମକୁ ୧୭୧ ଟଙ୍କା ରେ ପହଞ୍ଚିଛି । ଅନ୍ୟପଟେ ଆଗକୁ ଦୀପାବଳି ଓ ଧନତେରାସ ଥିବାରୁ ମାଲାବାର ଗୋଲ୍ଡ ଆଣ୍ଡ ଜୁଏଲାର୍ସ ଗ୍ରାହକଙ୍କ ପାଇଁ ଅଫର୍ ପ୍ରଦାନ କରୁଥିବା ବେଳେ ଦରରେ ଅହେତୁକ ବୃଦ୍ଧି ଗ୍ରାହକ ଙ୍କ ଉପରେ ପ୍ରଭାବ ପକାଇଛି । ଗ୍ରାହକଙ୍କ କହିବା ମୁତାବକ ବିବାହ, ବ୍ରତଘର ଆସିଲେ ବିଧି ରକ୍ଷା ପାଇଁ ସୁନା କିଣିବାକୁ ପଡେ । କିନ୍ତୁ ଅଚାନକ ଏହି ଦର ବୃଦ୍ଧି ପକେଟ କୁ ବାଧିବା ସହ ଆବଶ୍ୟକତା ପାଇଁ ବାଧ୍ୟ ହୋଇ ଏହି ଦର ରେ ସୁନା କିଣିବାକୁ ପଡୁଛି ବୋଲି ।

ଅଧିକ ପଢନ୍ତୁ : ଡରାଉଛି ସୁନା, ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମକୁ ଲକ୍ଷେ ୨୪ ହଜାର


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଳିତ ସପ୍ତାହର ସୋମବାର ୨୨ କ୍ୟାରେଟ୍‌ ସୁନା ଦର ୧୨୫୦ ଟଙ୍କା, ମଙ୍ଗଳବାର ୧୧୫୦ ଟଙ୍କା ଓ ବୁଧବାର ୧୭୫୦ ଟଙ୍କା ବଢ଼ିଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ଦର ଏହି ତିନି ଦିନରେ ଯଥାକ୍ରମେ ୧୩୭୦ ଟଙ୍କା, ୧୨୫୦ ଟଙ୍କା ଓ ୧୯୧୦ ଟଙ୍କା ବୃଦ୍ଧି ପାଇଛି। ତିନି ଦିନରେ ୨୨ କ୍ୟାରେଟ୍‌ ସୁନା ଦର ୪୫୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୪୫୩୦ ଟଙ୍କା ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୦୦୦ ଡଲାରରୁ ଅଧିକ ହେବା ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହୁଥିବାରୁ ସୁନା ଓ ରୁପା ମହଙ୍ଗା ହେଉଛି।


କେବଳ ଓଡ଼ିଶା ନୁହେଁ ସାରା ବିଶ୍ବରେ ସୁନା ଦର ବଢ଼ୁଛି। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସୁନା ମୂଲ୍ୟ ୫୬ ପ୍ରତିଶତ ଓ ରୁପା ଦରରେ ୬୯ ପ୍ରତିଶତର ବୃଦ୍ଧି ହୋଇଛି। ଗୋଟିଏ ପଟେ ନିବେଶକମାନଙ୍କ ଲାଗି ଏହି ଦୁଇ ଧାତୁ ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ଗହଣା ବିକ୍ରେତା ଓ ଗ୍ରାହକମାନଙ୍କ ପାଇଁ ଏହାର ଦର ଚିନ୍ତାର କାରଣ ପାଲଟିଛି। ଏଭଳି ଚଢ଼ା ଦରରେ ଗହଣା କିଣିବା ଅନେକ ଗ୍ରାହକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।

Related Topics

Explore more stories

Sponsored
How to buy gold on Diwali and Dhanteras? | Argus News