|
logo
Live
Argus News App
GET APP

Argus News - ଅନେକ ଦେଶରେ ବ୍ୟାନ୍; ହେଲେ ଭାରତରେ କିପରି ଉଡ଼ାଣ ଭରୁଛି ମହାନ ଏୟାର?

International

Mahan Air Iran / ଅନେକ ଦେଶରେ ବ୍ୟାନ୍; ହେଲେ ଭାରତରେ କିପରି ଉଡ଼ାଣ ଭରୁଛି ମହାନ ଏୟାର?

Subhramjit Ray
Browse all articles by Subhramjit Ray
·3 hours ago·3 min read
ଅନେକ ଦେଶରେ ବ୍ୟାନ୍; ହେଲେ ଭାରତରେ କିପରି ଉଡ଼ାଣ ଭରୁଛି ମହାନ ଏୟାର?
Mahan Air Iran

Key Points

ଅନେକ ଦେଶ ଦ୍ୱାରା ନିଷେଧ ହେବା ପରେ ମଧ୍ୟ ମହାନ ଏୟାର ଭାରତରେ ଉଡ଼ାଣ ଭରୁଛି।
why india allows mahan air iran: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଇରାନ୍ ର ବିମାନ କମ୍ପାନୀ ମହାନ ଏୟାର। ନିକଟରେ ଇରାନର ମଶହଦ ବିମାନ ବନ୍ଦରରେ ଆମେରିକା ଦ୍ୱାରା ହୋଇଥିବା କଥିତ ଆକ୍ରମଣ ପରେ ଏହି ଏୟାରଲାଇନ୍ସ ଏବେ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ରିପୋର୍ଟ ଅନୁସାରେ ଇରାନର ଏହି ଏୟାରଲାଇନ୍ସ ର ଏକ ବିମାନ ଚିକିତ୍ସା ସାମଗ୍ରୀ ନେବା ପାଇଁ ଭାରତ ଆସିବାର ଥିଲା। ହେଲେ ଉଡ଼ାଣ ସମୟରେ ହୋଇଥିବା ଆକ୍ରମଣ କାରଣରୁ ଏହା କ୍ଷତିଗ୍ରସ୍ତ ହୋଇଥିଲା।

ସଦ୍ୟତମ ଘଟଣା କ'ଣ?
ଇରାନୀ ଅଧିକାରୀଙ୍କ କହିବା ଅନୁଯାୟୀ, ମହାନ ଏୟାର ବିମାନ ଭାରତରୁ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଆଣିବାର ଥିଲା। ପୂର୍ବରୁ ଗତ ମାର୍ଚ୍ଚ ୧୮ ତାରିଖରେ ଭାରତ ଇରାନୀ ରେଡ କ୍ରିସେଣ୍ଟ ସୋସାଇଟି ମାଧ୍ୟମରେ ସାହାଯ୍ୟ ପଠାଇଥିଲା। ହେଲେ ତଥାପି ଏହି ଇରାନ ଏୟାରଲାଇନ୍ସ ହୋଇଥିବା ଆକ୍ରମଣକୁ ଆମେରିକା ନିଶ୍ଚିତ କରିନାହିଁ।

କାହିଁକି ମହାନ ଏୟାର ଉପରେ ଜାରି ହୋଇଛି ନିଷେଧାଦେଶ?
ମହାନ ଏୟାର ୧୯୯୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଯାହା ଇରାନର ପ୍ରଥମ ଘରୋଇ ବିମାନ କମ୍ପାନୀ ଥିଲା। ହେଲେ ସମୟ ଆଗକୁ ଗଡ଼଼ିବା ସହିତ ଏହି ଏୟାରଲାଇନ୍ସ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆସିଥିଲା। ଗତ ୨୦୧୧ ରେ ଆମେରିକା ଏହି ବିମାନ କମ୍ପାନୀ ଉପରେ ନିଷେଧାଦେଶ ଜାରି କରିଥିଲା। ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସକୁ ସମର୍ଥନ କରୁଥିବା ନେଇ ଏହି ବିମାନ କମ୍ପାନୀ ବିରୋଧରେ ଅଭିଯୋଗ ଆସିଥିଲା। ଅନେକ ଦେଶ ଦାବି କରନ୍ତି ଯେ ଇରାନର ଏହି ବିମାନ କମ୍ପାନୀ ସାଧାରଣ ଯାତ୍ରୀଙ୍କ ବ୍ୟତୀତ ଅସ୍ତ୍ରଶସ୍ତ୍ର, ଟଙ୍କା ଏବଂ ସାମରିକ ଉପକରଣ ପରିବହନ କରିଥାଏ।

କେଉଁ ଦେଶ ଏହାକୁ ନିଷିଦ୍ଧ ଘୋଷଣା କରିଛନ୍ତି?
ଆମେରିକା ପରେ ଧିରେ ଧିରେ ଅନେକ ଦେଶ ମହାନ ଏୟାର ଉପରେ ନିଷେଧାଦେଶ ଜାରି କରିଥିଲେ। ଜର୍ମାନୀ ଏହାକୁ ୨୦୧୯ ରେ ନିଷିଦ୍ଧ କରିଥିଲା। ପରେ ଫ୍ରାନ୍ସ,, ଇଟାଲୀ ଏବଂ ସ୍ପେନ ମଧ୍ୟ ଏହାକୁ ନିଷେଧ କରିଥିଲେ। ଅନ୍ୟପଟେ ସାଉଦି ଆରବ ଏହାକୁ ୨୦୧୬ ରେ ବନ୍ଦ କରିଥିଲା। ୟୁରୋପୀୟ ସଂଘ ମଧ୍ୟ ୨୦୨୪ସ ରେ ଏହା ଉପରେ ଏକ ବ୍ୟାପକ ନିଷେଧାଦେଶ ଲଗାଇଥିଲା ଆଜି ଏହି ବିମାନ କମ୍ପାନୀକୁ ଆମେରିକା, ବ୍ରିଟେନ, କାନାଡା ଏବଂ ଅଧିକାଂଶ ୟୁରୋପୀୟ ଦେଶରେ ନିଷେଧ କରାଯାଇଛି।

ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବାର ରହିଛି ଅଭିଯୋଗ
ମହାନ ଏୟାରକୁ ଦାମାସକସ୍ ଏବଂ ବେରୁତ ଭଳି ସହରକୁ ଅସ୍ତ୍ରଶସ୍ତ୍ର ଚୋରଚାଲାଣ କରିବା ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। କିଛି ରିପୋର୍ଟ୍ ରେ ଏହା ମଧ୍ୟ ଦାବି କରାଯାଇଛି ଯେ ଟିକେଟ୍ ନକଲି ନାମରେ ବୁକିଂ କରାଯିବା ସହ ସନ୍ଦିଗ୍ଧ ଯାତ୍ରୀ ଏହି ବିମାନରେ ଯାତ୍ରା କରୁଲେ। ତଥାପି ଇରାନ ସରକାର ଏହି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ମହାନ ଏୟାର ଏକ ସାଧାରଣ ବାଣିଜ୍ୟିକ ବିମାନ କମ୍ପାନୀ ବୋଲି କହିଛନ୍ତି।

ପ୍ରଶ୍ନ ଘରରେ ରହିଛି ବିମାନ କମ୍ପାନୀର ସୁରକ୍ଷା ରେକର୍ଡ
ଏହି ବିମାନ କମ୍ପାନୀର ସୁରକ୍ଷା ରେକର୍ଡ ମଧ୍ୟ ବିବାଦୀୟ ହୋଇଛି। ଯାନ୍ତ୍ରିକ ତ୍ରୁଟି, ଲ୍ୟାଣ୍ଡି ବେଳେ ରନୱେ ରୁ ଖସିପଡ଼ିବା ଏବଂ ଇଞ୍ଜିନ ବିଫଳତା ସମେତ ଅନେକ ଘଟଣା ଏହି ଏୟାରଲାଇନ୍ସ ସହ ଘଟିସାରିଛି। ହେଲେ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର ପ୍ରାଣହାନୀ ହୋଇନାହିଁ।

ଭାରତରେ କାହିଁକି କୌଣସି ପ୍ରତିବନ୍ଧକ ନାହିଁ?
ବିଶ୍ୱର ଅନେକ ଦେଶ ମହାନ ଏୟାର ଉପରେ ନିଷେଧାଦେଶ ଜାରି କରିଛନ୍ତି। ହେଲେ ଭାରତ ଏହି ମାମଲାରେ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ଆବଶ୍ୟକତା ଅନୁସାରେ ବିମାନ ଚଳାଚଳକୁ ଅନୁମତି ଦିଆଯାଇଛି। ବିଶେଷକରି ମାନବୀୟ ଏବଂ ଉଦ୍ଧାର ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଭାରତରେ ଏହି ଏୟାରଲାଇନ୍ସ ପାଇଁ କୌଣସି ପ୍ରତିବନ୍ଧକ ନାହିଁ। କୋରୋନା ମହାମାରୀ ସମୟରେ ମଧ୍ୟ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଏବଂ ଡାକ୍ତରୀ ନମୁନା ପରିବହନ ପାଇଁ ଏହି ବିମାନ କମ୍ପାନୀ ବ୍ୟବହୃତ ହୋଇଥିଲା।

ଭାରତ-ଇରାନ ସମ୍ପର୍କ ମଧ୍ୟ ଏକ ପ୍ରମୁଖ କାରଣ
ଭାରତ-ଇରାନ ମଧ୍ୟରେ ଭଲ ସମ୍ପର୍କ ରହିଛି। ବିଶେଷକରି ଶକ୍ତି ଏବଂ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଉଭୟ ଦେଶର ଦ୍ୱିପାକ୍ଷିକ ସହଯୋଗ ଜାରି ରହିଛି। ଚାବାହାର ବନ୍ଦର ଭଳି ପ୍ରକଳ୍ପ ମଧ୍ୟ ଦୁଇ ଦେଶକୁ ସଂଯୋଗ କରିଛି। ଭାରତ ସୁରକ୍ଷା ଚିନ୍ତା, ମାନବୀୟ ଆବଶ୍ୟକତା ଏବଂ କୂଟନୈତିକ ସନ୍ତୁଳନକୁ ବିଚାର କରି ଏହି ନିଷ୍ପତ୍ତି ନେଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahan Air Iran: ଅନେକ ଦେଶରେ ବ୍ୟାନ୍; ହେଲେ ଭାରତରେ କିପରି ଉଡ଼ାଣ ଭରୁଛି ମହାନ ଏୟାର? | Argus News