Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Mahashivratri / ଶତାବ୍ଦୀ ପରେ ପ୍ରାମ୍ବନାନ ମନ୍ଦିରରେ ପାଳିତ ହେଲା ମହାଶିବରାତ୍ରୀ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଶତାବ୍ଦୀ ପରେ ପ୍ରାମ୍ବନାନ ମନ୍ଦିରରେ ପାଳିତ ହେଲା ମହାଶିବରାତ୍ରୀ
Mahashivratri at Prambanan Temple

Key Points

ଇଣ୍ଡୋନେସିଆର ପ୍ରସିଦ୍ଧ ପ୍ରାମ୍ବନାନ ମନ୍ଦିରରେ ପାଳିତ ହୋଇଛି ଜାଗର ଉତ୍ସବ । ଇଣ୍ଡୋନେସିଆର ୟୋଗ୍ୟକାର୍ତ୍ତାରେ ରହିଛି ଏହି ପ୍ରାମ୍ବାନାନ ମନ୍ଦିର । ଯେଉଁଠି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ତ୍ରିମୂର୍ତ୍ତି ପୂଜା ପାଆନ୍ତି ।
ଜାକର୍ତ୍ତା: ନବମ ଶତାବ୍ଦୀରେ ନିର୍ମିତ ଇଣ୍ଡୋନେସିଆର ପ୍ରସିଦ୍ଧ ପ୍ରାମ୍ବନାନ ମନ୍ଦିରରେ ପାଳିତ ହୋଇଛି ଜାଗର ଉତ୍ସବ । ଇଣ୍ଡୋନେସିଆର ୟୋଗ୍ୟକାର୍ତ୍ତାରେ ରହିଛି ଏହି ପ୍ରାମ୍ବାନାନ ମନ୍ଦିର । ଯେଉଁଠି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ତ୍ରିମୂର୍ତ୍ତି ପୂଜା ପାଆନ୍ତି । ଏଠାରେ ରହିଛି ୪୭ ମିଟର ସୁଉଚ୍ଚ ଶିବ ମନ୍ଦିର ।

ପ୍ରାମ୍ବନାନ ମନ୍ଦିର ପରିସରରେ ମୋଟ ୨୪୦ ମନ୍ଦିର ରହିଛି । ଏହି ମନ୍ଦିରର ୮ଟି ମୁଖ୍ୟ ଦ୍ଵାର ସହ ୮ଟି କ୍ଷୁଦ୍ର ମନ୍ଦିର ରହିଛି । ଯେଉଁଥିରେ ରାମାୟଣ ସମ୍ବନ୍ଧରେ ବିଭିନ୍ନ କଥା ଉଲ୍ଲେଖ ରହିଛି । ଓପାକ ନଦୀ କୂଳରେ ଥିବା ଏହି ମନ୍ଦିର ୟୋଗ୍ୟକାର୍ତ୍ତା ଓ କେନ୍ଦ୍ରୀୟ ଜାଭା ସୀମାରେ ରହିଛି ।

ଏଥିସହ ପଢ଼ନ୍ତୁ: ନିର୍ଦ୍ଧାରିତ ସମୟ ପୂର୍ବରୁ ଲିଙ୍ଗରାଜରେ ଉଠିଲା ମହାଦୀପ; ହୁଳହୁଳିରେ କମ୍ପିଲା ଦେବାଳୟ

୮୫୦ ଖ୍ରୀଷ୍ଟାଦ୍ଧରେ ନିର୍ମିତ ଏହି ମନ୍ଦିରକୁ ୟୁନେସ୍କୋ (UNESCO) ବିଶ୍ଵ ଐତିହ୍ୟ ସ୍ଥଳୀ ମାନ୍ୟ ମିଳିଛି । ଶତାବ୍ଦୀ ପରେ ପ୍ରାମ୍ବନାନ ମନ୍ଦିରରେ ପାଳିତ ହୋଇଛି ମହାଶିବରାତ୍ରୀ । ଯାହାକି ଇଣ୍ଡିନେସିଆରେ ବିଶ୍ଵାସ, ସଂସ୍କୃତି ଓ ପର୍ଯ୍ୟଟନର ସେତୁକୁ ଆହୁରି ମଜଭୁତ କରିଛି ।

ରବିବାର ଇଣ୍ଡୋନେସିଆର ପ୍ରାମ୍ବନାନ ମନ୍ଦିରରେ ମହାଶିବରାତ୍ରୀ ପାଳନ କରାଯାଇଛି । ଯେଉଁଥିରେ ଇଣ୍ଡୋନେସିଆର ଉପ ପର୍ଯ୍ୟଟନ ମନ୍ତ୍ରୀ ନି ଲୁହ ପୁଷ୍ପା ଯୋଗ ଦେଇଥିଲେ । ଏହି ଅବସରରେ ପ୍ରାମ୍ବନାନ ମନ୍ଦିରର ପର୍ଯ୍ୟଟନ ପାର୍କରେ ଜାଗରରେ ୧ ହଜାର ୮ ଦୀପ ପ୍ରଜ୍ଵଳନ ସହ ମଧ୍ୟରାତ୍ରୀରେ ମହାଭିଷେକ କରାଯାଇଛି । ଇଣ୍ଡୋନେସିଆର ଉପ ପର୍ଯ୍ୟଟନ ମନ୍ତ୍ରୀ ନି ଲୁହ ପୁଷ୍ପା ଆଧ୍ୟାତ୍ମିକ ପର୍ଯ୍ୟଟନ ଉପରେ ମତ ରଖିବା ସହ ମନ୍ଦିରର ଉନ୍ନତି ଉପରେ ଗୁରୁତ୍ଵ ଦେଇଛନ୍ତି ।

ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ ଜାଗର ଅବସରରେ ପ୍ରାମ୍ବନାନ ମନ୍ଦିର ପରିଦର୍ଶନ କରିଛନ୍ତି । ସେ କହିଛନ୍ତି, "ପ୍ରାମ୍ବନାନ ମନ୍ଦିରରେ ଶତାବ୍ଦୀ ପରେ ମହାଶିବରାତ୍ରୀ ପାଳନ କରାଯାଉଛି । ଏହି ମନ୍ଦିର ମହାଶିବଗ୍ରହ ନାଁରେ ଜଣାଶୁଣା । ଏଠାକୁ ସମଗ୍ର ଇଣ୍ଡୋନେସିଆରୁ ହିନ୍ଦୁ ଆସି ପୂଜାର୍ଚ୍ଚନା କରୁଛନ୍ତି ।"

ପ୍ରାମ୍ବନାନ ମନ୍ଦିର ପରିସରରେ ଥିବା ବିଭିନ୍ନ ମନ୍ଦିରର ଉନ୍ନତିକରଣ କରାଯିବ । ଯେଉଁଥିରେ ଭାରତ ସହଯୋଗ କରିବ ବୋଲି କହିଛନ୍ତି ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ । ସେ କହିଛନ୍ତି, "ଏବେ ସୁଦ୍ଧା ୧୬ଟି ମନ୍ଦିରର ଉନ୍ନତିକରଣ କରାଯାଇଛି, ସମସ୍ତ ମନ୍ଦିରର ଉନ୍ନତିକରଣ ପରେ ଏହା ବିଶ୍ଵ ଆଧ୍ୟାତ୍ମିକ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ପାଇବ ।"

ଏଥିସହ ପଢ଼ନ୍ତୁ: ଆସନ୍ତାକାଲି ଆକାଶରେ ଦେଖାଯିବ 'ଅଗ୍ନି ବଳୟ': କ'ଣ କରିବେ କ'ଣ କରିବେନି...

ପ୍ରଥମଥର ପାଇଁ ଇଣ୍ଡୋନେସିଆରେ ମହାଶିବରାତ୍ରୀ ବେଶ୍ ଧୁମଧାମରେ ପାଳିତ ହୋଇଛି । ଯେଉଁଥିଲେ ଡମ୍ବୁରୁର ଧ୍ଵନି ଭକ୍ତିର ପରିବେଶ ସୃଷ୍ଟି କରିଥିଲା । ପ୍ରାମ୍ବନାନ ମନ୍ଦିର ହେଉଛି ଇଣ୍ଡୋନେସିଆର ସର୍ବବୃହତ୍ତ ହିନ୍ଦୁ ମନ୍ଦିର ।

ମହାଶିବରାତ୍ରୀ ଅବସରରେ ପ୍ରାମ୍ବନାନ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିପାଇଁ ଇଣ୍ଡୋନେସିଆର ୩୬ଟି ପ୍ରଦେଶ ଏବଂ ୯ଟି ମନ୍ଦିରରୁ ଜଳ ଅଣାଯାଇଥିଲା । ଯାହାକୁ ଇଣ୍ଡୋନେସିଆର ସର୍ବୋଚ୍ଚ ପୂଜାରୀ (Sulinggih) ମନ୍ତ୍ର ଉଚ୍ଚାରଣ କରି ପବିତ୍ର କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahashivratri Celebrated at Prambanan Temple in Indonesia After Centuries | Argus News | Argus News