Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

China Paraglider Accident News / ପାରାଗ୍ଲାଇଡିଂ ନା ମୃତ୍ୟୁର ଖେଳ; ୪ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଲେ ପାରାଗ୍ଲାଇଡର

Subhramjit Ray
Browse all articles by Subhramjit Ray
·3 weeks ago·2 min read
ପାରାଗ୍ଲାଇଡିଂ ନା ମୃତ୍ୟୁର ଖେଳ; ୪ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଲେ ପାରାଗ୍ଲାଇଡର
China Paragliding Accident

Key Points

ପାରାଗ୍ଲାଇଡିଂ କରିବା ସମୟରେ ଚୀନର ନାନଚେଙ୍ଗ ସହରରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ପ୍ରାୟ ୪ ଘଣ୍ଟା ଧରି ସଂଘର୍ଷ କରିବା ପରେ ପାରାଗ୍ଲାଇଡର ଜଣଙ୍କ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି।
Nanchang Paragliding Accident China: ବେଳେ ବେଳେ ପାରାଗ୍ଲାଇଡିଂ କରିବାର ରୋମାଞ୍ଚ ଜୀବନ ପାଇଁ ବିପଦପୂର୍ଣ୍ଣ ହୋଇଯାଏ। ଯେତେବେଳେ ଏଭଳି ଘଟଣା ଘଟିଥାଏ, ସେତେବେଳେ ସେହି ଦୃଶ୍ୟ ବହୁତ ଭୟଙ୍କର ହୋଇଯାଏ। ସଦ୍ୟ ସୋସିଆଲ ମିଡିଆରେ ଏକ ଭିଡି଼ଓ ଖୁବ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ବିଚଳିତ ହୋଇଉଠିବେ। ନିକଟରେ ଚୀନର ନାନଚେଙ୍ଗ ସହରରେ ଜଣେ ପାରାଗ୍ଲାଇଡର ଙ୍କ ପାରାଚୁଟ୍ ହଠାତ୍ ଏହାର ନିୟନ୍ତ୍ରଣ ହରାଇ ଏକ ନିର୍ମାଣ ସ୍ଥଳରେ ରହିଥିବା ଏକ ଟାୱାର କ୍ରେନ୍ ଭିତରେ ଫସି ଯାଇଥିଲା। ଏହି ଘଟଣା ହୁଏତ ଏକ ଚଳଚ୍ଚିତ୍ରର ଦୃଶ୍ୟ ଭଳି ମନେ ହେଉଥାଇ ପାରେ, ହେଲେ ବାସ୍ତବ ଜୀବନରେ ଜଣେ ପାରାଗ୍ଲାଇଡର ପ୍ରାୟ ୪ ଘଣ୍ଟା ଜୀବନ-ମୃତ୍ୟୁ ସହ ସଂଘର୍ଷ କରିଥିଲେ।

ପବନ ବଦଲାଇଲା ଦିଗ; ବାଜିରେ ଲାଗିଲା ଜୀବନ
ଆକାଶରେ ଉଡ଼ିବା ସମୟରେ ସବୁକିଛି ସ୍ୱାଭାବିକ ରହିଥିଲା। ହେଲେ ଯେତେବେଳେ ହଠାତ୍ ପ୍ରବଳ ବେଗରେ ପବନ ମାଡ଼ିଆସିଲା, ସେତେବେଳେ ପାଇଗ୍ଲାଇଡର (Paraglidr Nanchang China) ଜଣଙ୍କ ପାରାଚୁଟ୍ ଉପରୁ ତାଙ୍କର ନିୟନ୍ତ୍ରଣ ହରାଇଥିଲେ। ଅନିୟନ୍ତ୍ରିତ ହୋଇଯିବା ପରେ ସେ ପବନ ବେଗରେ ସିଧାସଳଖ ଏକ ନିର୍ମାଣସ୍ଥଳ ଆଡ଼କୁ ମାଡ଼ି ଆସିଥିଲେ। କିଛି ସମୟ ମଧ୍ୟରେ ତାଙ୍କ ପାରାଚୁଟ୍ ରଶି (Parachute Cord) ଏକ ବିଶାଳ ଟାୱାର କ୍ରେନ (Tower Crane) ଉପର ଭାଗରେ ଫସି ଯାଇଥିଲା। ସେ ଭୂମିରୁ ୨୦୦ ଫୁଟ ଉଚ୍ଚରେ ଝୁଲି ରହିଥିଲେ। ଏପରିକି ତାଙ୍କ ବଞ୍ଚିବା ଅସମ୍ଭବ ମନେ ହେଉଥିଲା।

୨୦୦ ଫୁଟ ଉଚ୍ଚରେ ୪ ଘଣ୍ଟା ଧରି ଚାଲିଥିଲା ରୋମାଞ୍ଚକର ଉଦ୍ଧାର ଅଭିଯାନ
ସନ୍ଧ୍ୟା ସମୟରେ ସ୍ଥାନୀୟ ଲୋକେ ପାଇଗ୍ଲାଇଡର ଜଣଙ୍କୁ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏହା ପରେ ତୁରନ୍ତ ଜରୁରୀକାଳୀନ ସେବା ଦଳକୁ ଡକା ଯାଇଥିଲା। ଉଦ୍ଧାର ବେଳେ ଅଗ୍ନିଶମ ବାହିନୀ ଏହି ଉଦ୍ଧାର ଅଭିଯାନକୁ କାର୍ଯ୍ୟକାରୀ କରିବା ସହଜ ନଥିଲା। ନିର୍ମାଣସ୍ଥଳର ଭଗ୍ନାବଶେଷ ଏବଂ ସେଠାକାର ଭୂମିରେ ଗଭୀର ଗର୍ତ୍ତ ରହିଥିବା ଯୋଗୁଁ, ତଳେ ସୁରକ୍ଷା ଉପକରଣ (Safety Cushion) ରଖିବା ସମ୍ଭବ ନଥିଲା। ସେବା ଦଳ ଚତୁରତା ପ୍ରଦର୍ଶନ କରି ୨୩୬ ଫୁଟ ଲମ୍ବା ସିଡ଼ି ବ୍ୟବହାର କରି ଟାୱାର ଶୀର୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହା ପରେ ରଶି କାଟି ଦିଆଯିବା ସହ ରାତି ପ୍ରାୟ ୧୦ଟା ସମୟରେ ସେହି ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ଏହା ସହିତ ପଢନ୍ତୁ: ମୃତ୍ୟୁ ମୁହଁରୁ ଫେରିଆସିଲେ ପର୍ଯ୍ୟଟକ; ଭିଡ଼ିଓ ଭାଇରାଲ

ଡିହ୍ରାଇଡ୍ରେସନ୍ ର ଶୀକାର ହୋଇଛନ୍ତି ପାରାଗ୍ଲାଇଡର
ପ୍ରାୟ ୪ ଘଣ୍ଟା ଧରି ବାୟୁରେ ଝୁଲି ରହିବା ପରେ ପାରାଗ୍ଲାଇଡର ଜଣକ ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇଯାଇଥିଲେ। ସୌଭାଗ୍ୟବଶତଃ, ସେ ଗୁରୁତର ଆହତ ହୋଇ ନଥିଲେ। ହେଲେ ପ୍ରାୟ ୨୦୦ ଫୁଟ ଉଚ୍ଚତାରେ ଝୁଲି ରହିବା ପରେ ସେ ଭୋକ ଏବଂ ଶୋଷ ଯୋଗୁଁ ସେ ଗୁରୁତର ଡିହ୍ରାଇଡ୍ରେସନ୍ ର ଶୀକାର ହୋଇଥିଲେ। ସମୟୋଚିତ ଚିକିତ୍ସା ତାଙ୍କ ଜୀବନ ବଞ୍ଚାଇ ଦେଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paragliding Horror: Man Stranded in Mid-Air for 4 Hours, Viral Video Goes Viral | Argus News