୧୧୭ ବର୍ଷରେ ମାରିଆଙ୍କ ପରଲୋକ , ୨ଟି ବିଶ୍ବଯୁଦ୍ଧର ଥିଲେ ସାକ୍ଷୀ

Key Points
- ଚାଲିଗଲେ ଦୂନିଆର ସବୁଠୁ ବୟସ୍କ ବୃଦ୍ଧା ମାରିଆ
- ୧୧୭ ବର୍ଷରେ ମାରିଆଙ୍କ ପରଲୋକ
- ଦୁଇଟି ବିଶ୍ବଯୁଦ୍ଧର ସେ ଥିଲେ ସାକ୍ଷୀ
ଅର୍ଗସ ବ୍ୟୁରୋ : ମାରିଆ ବ୍ରାନ୍ୟାସ । ଦୂନିଆର ସବୁଠୁ ବୟସ୍କା ବୃଦ୍ଧ ମହିଳା ଭାବେ ସେ ପରିଚିତ ଥିଲେ । ତେବେ ୧୧୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସେ ଆମେରିକାର ବଂଶୋଦ୍ଭବ ଥିଲେ । ହେଲେ ସ୍ପେନରେ ରହୁଥିଲେ । ସବୁଠାରୁ ଫିଟ୍ ତଥା ସୁସ୍ଥ ଥିବା ମହିଳା ଭାବେ ସେ ବେଶ ପରିଚିତ ଥିଲେ । ତେବେ ବୁଠୁ ବଡ କଥା ହେଉଛି ସେ ମୃତ୍ୟୁ ବେଳ ମଧ୍ୟ କୌଣସି ରୋଗରେ ପଡିନଥିଲେ କି ଅସୁସ୍ଥ ହୋଇନଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କର ପରିବାର ଲୋକେ ଏକ୍ସ ହ୍ୟାଣ୍ଡଲରେ ଜଣାଇଛନ୍ତି ।
ସେ ଲେଖିଛନ୍ତି, ମାରିଆ ଯେମିତି ଚାହୁଁଥିଲେ ସେମିତି ତାଙ୍କର ମୃତ୍ୟୁ ହୋଇଛି । ବିନା କଷ୍ଟରେ, ବିନା ଯନ୍ତ୍ରଣାରେ ସେ ଚିର ନିଦ୍ରାରେ ଶୋଇ ଯାଇଛନ୍ତି । ଏବଂ କିଛିଦିନ ତଳେ ସେ କହିଥିଲେ, ଗୋଟେ ଦିନ ଏମିତି ଆସିବ, ଯେତେବେଳେ ଏ ଲମ୍ବା ଯାତ୍ରା ସମାପ୍ତ ହେଇଯିବ । ମୁଁ ଚାହେଁ, ମୃତ୍ୟୁ ସମୟରେ ମଧ୍ୟ ମୁଁ ହସୁଥାଏ, ଏବଂ ଶାନ୍ତିର ମୃତ୍ୟୁ ପାଏ । ଏବଂ ମୋର ମୃତ୍ୟୁ ପରେ କେହି ବି କାନ୍ଦିବନି, କି ମନଦୁଃଖ କରିବନି । କାରଣ ମୁଁ ନିଜେ ଖୁସି ରହିବାକୁ ଭଲପାଏ, ଏବଂ ମୁଁ ଯେଉଁଠି ରହିବି, ଖୁସି ରହିବି ।
ଅଧିକ ପଢନ୍ତୁ : ୩୯ ବର୍ଷରେ ୧୦୦ ପିଲାର ବାପା ପାଭେଲ ଡ୍ୟୁରୋଭ
📱 Get Argus News App
✨୧୯୦୭ ମାର୍ଚ୍ଚ ୪ରେ ଜନ୍ମଗ୍ରହଣ କରିଥିଲେ ମାରିଆ । ଆମେରିକାରେ ଜନ୍ମଗ୍ରହଣ କରିଥିବା ମାରିଆ ପରେ ଫ୍ରାନ୍ସ ଚାଲି ଆସିଥିଲେ । ସେଠାରେ ରହିବା ପରେ ତାଙ୍କୁ ଦୁଇଟି ବିଶ୍ବଯୁଦ୍ଧର ସାମ୍ନା କରିବାକୁ ପଡିଥିଲା । ଯଦିଓ ସେ ସେହି ବିଶ୍ବଯୁଦ୍ଧରୁ ବଞ୍ଚି ଯାଇଥିଲେ , ପରେ ତାଙ୍କୁ ସ୍ପାନିଶ ସିଭିଲ ୱାରର ଭୟାବହତା ସାମ୍ନା କରିବାକୁ ପଡିଥିଲା । ପରେ ପୁଣି ସେ କୋଭିଡ ୧୯ ଭଳି ମହାମାରୀର ସାମ୍ନା କରିଥିଲେ ଏବଂ କିଛି ସପ୍ତାହ ଯାଏଁ ସେହି ଭାଇରସର ରୋଗରେ ମଧ୍ୟ ପୀଡିତ ଥିଲେ । ହେଲେ ପୁଣି ବଞ୍ଚି ଯାଇଥିଲେ ସାହାସୀ ମାରିଆ । ଜୀବନର ଶେଷଯାଏଁ ସେ ଖୁବ ଖୁସି ରହୁଥିଲେ । କେବେ ବି ନିଜ ଉପରେ ସେ ପ୍ରେସର ଦିଅନ୍ତିନି । ଏବଂ ଟକ୍ସିକ ଲୋକଙ୍କ ଠାରୁ ଦୂରେଇ ରୁହନ୍ତି ବୋଲି ସେ କୁହନ୍ତି । ତେବେ ତାଙ୍କ ପରିବାରର ଅନେକ ସଦସ୍ୟ ୯୦ ବର୍ଷରୁ ଅଧିକ ବୟସର ହୋଇଥିବାରୁ ଏହ ପଛର କାରଣ ଜେନେଟିକ୍ ବୋଲି ମଧ୍ୟ ସେ କହନ୍ତି। ଜାନୁଆରି ୨୦୨୩ ପରଠାରୁ ମାରିଆ ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି।
