|
logo
Live
Argus News App
GET APP

Argus News - ରମଜାନ ବେଳେ ଭାଇରାଲ ହେଲା ମକ୍କା କ୍ଲକ୍ ଟାୱାର ଭିଡ଼ିଓ

International

Mecca Clock Tower Moon / ରମଜାନ ବେଳେ ଭାଇରାଲ ହେଲା ମକ୍କା କ୍ଲକ୍ ଟାୱାର ଭିଡ଼ିଓ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ରମଜାନ ବେଳେ ଭାଇରାଲ ହେଲା ମକ୍କା କ୍ଲକ୍ ଟାୱାର ଭିଡ଼ିଓ
Mecca Clock Tower Viral Video

Key Points

ମକ୍କାସ୍ଥିତ ରୟାଲ କ୍ଲକ୍ ଘଣ୍ଟା ଟାୱାରକୁ ବିଶ୍ୱର ସବୁଠାରୁ ଉଚ୍ଚ ଘଣ୍ଟା ଘର ଭାବରେ ବିବେଚନା କରାଯାଏ।
Mecca Clock Tower Moon: ରମଜାନ ମାସ ଶେଷ ହେବାକୁ ଆସୁଥିବା ବେଳେ ଏବେ ସାଉଦି ଆରବର ମକ୍କା ସ୍ଥିତ କ୍ଲକ୍ ଟାୱାର ଭିଡ଼ିଓ ଭାଇରାଲ ହେବାରେ
ଲାଗିଛି। ଭାଇରାଲ ଭିଡିଓରେ ଦୁଇଜଣ ବ୍ୟକ୍ତି ଅବରାଜ ଅଲ-ବୈତ୍ କ୍ଲକ୍ ଟାୱାରର ସର୍ବୋଚ୍ଚ ମହଲାରେ ପହଞ୍ଚି ସେଠାରୁ ବାହାରକୁ ବାହାରୁଥିବାର ଦେଖାଯାଉଛି। ଉପର ଦୃଶ୍ୟ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଭିଡିଓରେ ମସଜିଦ ଅଲ-ହରମ ଏବଂ ତଳେ କାବା ଚାରିପାଖରେ ହଜାର ହଜାର ଲୋକ ଏତେ ଛୋଟ ଦେଖାଯାଉଛନ୍ତି ଯେ ସେମାନେ ପ୍ରାୟତଃ ପିମ୍ପୁଡ଼ି ପରି ଦେଖାଯାଉଛନ୍ତି। ଏହି କାରଣରୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି ଭିଡିଓର କ୍ୟାପସନ୍
ଭାଇରାଲ ଭିଡିଓର କ୍ୟାପସନ ଆରବୀ ଭାଷାରେ ଲେଖାଯାଇଛି। ଯାହାର ଅର୍ଥ ହେଉଛି ଆମେ ଆପଣକୁ ବିଶ୍ୱର ସବୁଠାରୁ ଉଚ୍ଚତମ କୋଠାକୁ ନେଇଯାଉଛୁ। ଯେଉଁଠାରେ ଲୋକ ରହିଥାନ୍ତି। ଭିଡିଓରେ କ୍ଲକ୍ ଟାୱାର ଏବଂ ଆଖପାଖ ଅଞ୍ଚଳର ଉଚ୍ଚତାକୁ ଏକ ଚମତ୍କାର ଭାବରେ ଦର୍ଶାଉଛି। ଉପରୁ ମକ୍କାର ଦୃଶ୍ୟ ଦେଖିବା ଯୋଗ୍ୟ।


ବିଶ୍ୱର ସବୁଠାରୁ ଉଚ୍ଚ କ୍ଲକ୍ ଟାୱାର
ମକ୍କାସ୍ଥିତ ରୟାଲ କ୍ଲକ୍ ଘଣ୍ଟା ଟାୱାରକୁ ବିଶ୍ୱର ସବୁଠାରୁ ଉଚ୍ଚ ଘଣ୍ଟା ଘର ଭାବରେ ବିବେଚନା କରାଯାଏ। ଏହାର ମୋଟ ଉଚ୍ଚତା ପ୍ରାୟ ୬୦୧ ମିଟର (ପ୍ରାୟ ୧୯୭୨ ଫୁଟ)। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ଘଣ୍ଟା ଘର। ଏହା ବ୍ୟତୀତ ଏହାକୁ ବିଶ୍ୱର ଚତୁର୍ଥ ଏବଂ ସାଉଦି ଆରବର ସବୁଠାରୁ ଉଚ୍ଚ କୋଠା ଭାବରେ ବିବେଚନା କରାଯାଏ।

୨୫ କିଲୋମିଟର ଦୂରରୁ ଦୃଶ୍ୟମାନ ହୋଇଥାଏ ଘଣ୍ଟା
ଏହି ଟାୱାର ସହ ଜଡ଼ିତ ସବୁଠାରୁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଏଠାରେ ସ୍ଥାପନ କରାଯାଇଥିବା ବିଶାଳକାୟ ଘଣ୍ଟା। ଏହାର ଚାରି ପାର୍ଶ୍ୱରେ ଥିବା ଘଣ୍ଟାର ଡାଏଲ୍ଗୁଡ଼ିକ ପ୍ରାୟ ୪୩ ମିଟର ଲମ୍ବା। ଯାହା ଏହାକୁ ବିଶ୍ୱର ସବୁଠାରୁ ବଡ଼ ଘଣ୍ଟା ମଧ୍ୟରୁ ଗୋଟିଏ କରିଥାଏ। କୁହାଯାଏ ଯେ ଏହି ଘଣ୍ଟା ୧୭ ରୁ ୨୫ କିଲୋମିଟର ଦୂରରୁ ମଧ୍ୟ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥାଏ।

ଅବରାଜ ଅଲ୍-ବୈତ୍ କମ୍ପ୍ଲେକ୍ସର ଏକ ଅଂଶ
ଏହି ଟାୱାର ହେଉଛି ମସଜିଦ୍ ଅଲ୍-ହରମ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଅବସ୍ଥିତ ଅବରାଜ ଅଲ୍-ବୈତ୍ ଟାୱାର୍ସ କମ୍ପ୍ଲେକ୍ସ ର ମୁଖ୍ୟ ଅଂଶ। ସମଗ୍ର କମ୍ପ୍ଲେକ୍ସ ପ୍ରତିବର୍ଷ ମକ୍କା ପରିଦର୍ଶନ କରୁଥିବା ଲକ୍ଷ ଲକ୍ଷ ମୁସଲିମ ତୀର୍ଥଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିର୍ମିତ ହୋଇଥିଲା।

ଟାୱାର ଭିତରେ ରହିଛି ଅନେକ ସୁବିଧା
ମକ୍କା କ୍ଲକ୍ ଟାୱାର ପରିସରରେ ଅନେକ ଆଧୁନିକ ସୁବିଧା ରହିଛି। ଫେୟାରମଣ୍ଟ ମକ୍କା କ୍ଲକ୍ ରୟାଲ୍ ଟାୱାର ନାମକ ଏକ ବିଳାସପୂର୍ଣ୍ଣ ହୋଟେଲ, ସପିଂ ମଲ୍, ସଂଗ୍ରହାଳୟ ଏବଂ ପର୍ଯ୍ୟବେକ୍ଷଣ କେନ୍ଦ୍ର ରହିଛି। ପାଞ୍ଚ ମହଲା ବିଶିଷ୍ଟ ସପିଂ ମଲ୍ ମଧ୍ୟରେ ଅନେକ ପ୍ରମୁଖ ବ୍ରାଣ୍ଡ ଷ୍ଟୋର ଏବଂ ରେସ୍ତୁରାଁ ରହିଛି। ଏହା ସହିତ ଏକ ବଡ଼ ପାର୍କିଂ ଅଞ୍ଚଳ ମଧ୍ୟ କରାଯାଇଛି। ଯେଉଁଠି ହଜାରରୁ ଅଧିକ ଗାଡି଼ ପାର୍କିଂ କରିହେବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mecca Clock Tower Moon: ରମଜାନ ବେଳେ ଭାଇରାଲ ହେଲା ମକ୍କା କ୍ଲକ୍ ଟାୱାର ଭିଡ଼ିଓ | Argus News