Medical Student Death / ଋଷରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଡାକ୍ତରୀ ଛାତ୍ରଙ୍କ ମୃତଦେହ
·10 months ago·2 min read

Key Points
୧୯ ଦିନ ପୂର୍ବରୁ ରୁଷର ଉଫାରେ ନିଖୋଜ ହୋଇଥିବା ଜଣେ ୨୨ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।
୧୯ ଦିନ ପୂର୍ବରୁ ରୁଷର ଉଫାରେ ନିଖୋଜ ହୋଇଥିବା ଜଣେ ୨୨ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜସ୍ଥାନର ଅଲୱାର ଜିଲ୍ଲାର ଲକ୍ଷ୍ମଣଗଡ଼ର କଫାନୱାଡା ଗ୍ରାମର ବାସିନ୍ଦା ଅଜିତ ସିଂହ ଚୌଧୁରୀ ୨୦୨୩ରେ ଏମବିବିଏସ କରିବା ପାଇଁ ବାଶକିର ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ନାମ ଲେଖାଇଥିଲେ।
ଗତ ମାସରେ ହଷ୍ଟେଲରୁ ନିଖୋଜ ହୋଇଯାଇଥିଲେ
ସେ ଚଳିତ ବର୍ଷ ଅକ୍ଟୋବର ୧୯ ତାରିଖରେ ଉଫାରେ ନିଖୋଜ ହୋଇଯାଇଥିଲେ।
ଏହାସହ ପଢ଼ନ୍ତୁ : ମୁହାଁମୁହିଁ ଆମେରିକା-ଚୀନ୍ ! 'ଟ୍ରମ୍ପଙ୍କ ଅଭିଯୋଗ ମିଛ'
ସୂତ୍ର ଅନୁଯାୟୀ ଛାତ୍ର ଜଣକ ସକାଳ ପ୍ରାୟ ୧୧ଟାରେ କ୍ଷୀର ଆଣିବାକୁ ଯାଉଥିବା କହି ହଷ୍ଟେଲରୁ ଯାଇଥିଲେ ଏବଂ ଆଉ ଫେରି ନଥିଲେ। ତାଙ୍କ ନିଖୋଜ ହେବା ପରେ, ଛାତ୍ରଙ୍କ ମୃତଦେହ ହ୍ୱାଇଟ ନଦୀ କୂଳରୁ ମିଳିଛି। ରୁଷର ଭାରତୀୟ ଦୂତାବାସ ଏହି ଘଟଣା ଉପରେ କୌଣସି ସୂଚନା ଦେଇନାହାନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଅଲୱାର କହିଛନ୍ତି ଯେ ଏମବିବିଏସ ଛାତ୍ର ଅଜିତ ଚୌଧୁରୀଙ୍କ ପୋଷାକ, ମୋବାଇଲ୍ ଫୋନ୍ ଏବଂ ଜୋତା ୧୯ ଦିନ ପୂର୍ବେ ନଦୀ କୂଳରେ ମିଳିଥିଲା।
ତେବେ ଅଜିତଙ୍କ ବାବଦରେ କିଛି ସୂଚନା ମିଳିନଥିଲା। ହେଲେ ଗତକାଲି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ଜିତେନ୍ଦ୍ର ସିଂହ ଅଲୱାର ଅଭିଯୋଗ କରିଛନ୍ତି ଯେ ସନ୍ଦେହଜନକ ପରିସ୍ଥିତିରେ ଏହି ଘଟଣା ଘଟିଛି। ଜିତେନ୍ଦ୍ର ସିଂହ ଅଲୱାର କହିଛନ୍ତି ଯେ କଫାନୱାଡା ଗାଁର ଅଜିତଙ୍କୁ ତାଙ୍କ ପରିବାର ବହୁତ କଷ୍ଟରେ ଡାକ୍ତରୀ ପାଠ ପଢ଼ାଉଥିଲେ। ନଦୀରେ ଅଜିତଙ୍କ ମୃତଦେହ ମିଳିବା ଖବର ଅତ୍ୟନ୍ତ ମର୍ମାହତ। ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିବାରୁ ଏନେଇ ତଦନ୍ତ କରିବାକୁ ଜିତେନ୍ଦ୍ର ସିଂହ ଅଲୱାର ଦାବି କରିଛନ୍ତି।
ଏହାସହ ପଢ଼ନ୍ତୁ: ରାଷ୍ଟ୍ରପତି ବି ଅସୁରକ୍ଷିତ... ବିପଦରେ ଜୀବନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଷ୍ଟ୍ରପତି ବି ଅସୁରକ୍ଷିତ... ବିପଦରେ ଜୀବନ। ରାସ୍ତାଘାଟରେ ହେଉଛି ଆକ୍ରମଣ । ଏମିତିକି ଅସଦାଚରଣର ଶିକାର ବି ହେଉଛନ୍ତି ରାଷ୍ଟ୍ରପତି । ଏମିତି କିଛି ଘଟଣା ଘଟିଛି ମେକ୍ସିକୋର ରାଷ୍ଟ୍ରପତିଙ୍କ ସହ। ସୂଚନାନୁଯାୟୀ ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କୁ ଜଣେ ଯୁବକ ରାସ୍ତାରେ ଆକ୍ରମଣ କରିଥିଲେ। ଏମିତିକି ତାଙ୍କୁ ଟଚ୍ କରିବା ସହ ଚୁମ୍ବନ କରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣାଟି ରାଜଧାନୀ ମେକ୍ସିକୋ ସିଟିର ପୁରୁଣା କ୍ୱାର୍ଟରରେ ଘଟିଛି।
Related Topics
Explore more stories