Meta Teen Rules / ମେଟା ଆଣିଲା ନୂଆ ଫିଚର୍ସ; ଦିନକୁ ୨ ଘଣ୍ଟାରୁ ଅଧିକ ସମୟ ଫେସବୁକ୍ ଚଲାଇ ପାରିବେନି ଛୁଆ
·25 mins ago·3 min read

Key Points
ରାତିରେ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆଉ ଖୋଲିବ ନାହିଁ । ୧୮ ବର୍ଷରୁ କମ୍ ବୟସ୍କଙ୍କ ଆକାଉଣ୍ଟରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହାଦ୍ଵାରା ସେମାନେ ଦିନକୁ ମାତ୍ର ୨ ଘଣ୍ଟା ଆକାଉଣ୍ଟ ବ୍ୟବହାର କରି ପାରିବେ ।
ମୁମ୍ବାଇ: ୧୮ ବିଲିଅନ୍ ଡଲାର୍ର ଜରିମାନା । ନିୟମ ବଦଳାଇଲା ମେଟା । ଛୁଆଙ୍କ ମାନସିକ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚୁଥିବା ଅଭିଯୋଗ ପରେ ଫେସବୁକ୍ ଓ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ନୂଆ ଫିଚର୍ସ ଆଣିଛି । ଦୁଇ ଦୁଇଟି ମାମଲାରେ କୋର୍ଟରେ ମେଟା ହାରିବା ପରେ ଯୋଡ଼ିଛି ନୂଆ ଫିଚର୍ସ ।
ମେଟା ଆଣିଥିବା ନୂଆ ଫିଚର୍ସ ଅନୁସାରେ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନୂଆ ଘୋଷଣାନାମା ଦେବାକୁ ପଡ଼ିବ । ୧୮ ବର୍ଷରୁ କମ୍ ବୟସ୍କଙ୍କ ଆକାଉଣ୍ଟରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହାଦ୍ଵାରା ସେମାନେ ଦିନକୁ ମାତ୍ର ୨ ଘଣ୍ଟା ଆକାଉଣ୍ଟ ବ୍ୟବହାର କରି ପାରିବେ । ରାତିରେ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆଉ ଖୋଲିବ ନାହିଁ । ବୁଧବାର ଆମେରିକାର ଏକ କୋର୍ଟକୁ ମେଟା ଏନେଇ ଅବଗତ କରାଇଛି ।
ବିଶ୍ଵର ଏକାଧିକ ଦେଶ ମେଟା ସହ ଅନ୍ୟ ସୋସିଆଲ୍ ମିଡିଆକୁ ସ୍ଵଳ୍ପ ବୟସ୍କଙ୍କ ଠାରୁ ଦୂରେଇ ରିବା ଲାଗି ପ୍ରୟାସ କରୁଛନ୍ତି । ଏହାରି ଭିତରେ ଆମେରିକାରେ ମେଟାର ଏହି ନୂଆ ଫିଚର୍ସ କିଛିଟା ଆଶ୍ଵସ୍ତି ଆଣି ଦେଇଛି । ଏବେ ଏହି ପରିବର୍ତ୍ତନ କେବଳ ଆମେରିକାରେ ଇନଷ୍ଟାଗ୍ରାମ ଓ ଫେସବୁକ୍ ବ୍ୟବହାରକାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିବ ।
ଏଥିସହ ପଢ଼ନ୍ତୁ: ଫୁଡ ଡିଭୋର୍ସ କଣ? କାହିଁକିଁ କପଲ ଆପଣାଉଛନ୍ତି ଏହି ନୂଆ ଟ୍ରେଣ୍ଡ? ଜାଣନ୍ତୁ ଏହାର ତାତ୍ପର୍ଯ୍ୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେଟା ବିରୋଧରେ ଆମରିକାର ୨୯ ରାଜ୍ୟ
ଆମେରିକାର ୨୯ଟି ରାଜ୍ୟ ମେଟା ବିରୋଧରେ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଯେଉଁଥିରେ ଛୁଆଙ୍କୁ ମେଟା ଆକର୍ଷଣ କରିବା, ବୟସ ଯାଞ୍ଚ ନ ହେବା, ଅଭିଭାବକଙ୍କ ନିୟନ୍ତ୍ରଣ ହ୍ରାସ ଏବଂ ହାନିକାରକ ବିଷୟବସ୍ତୁ ଆଦି ପ୍ରସଙ୍ଗ ଉଠିଥିଲା ।
୨୦୨୩ରେ ମେଟା ବିରୋଧରେ ପ୍ରଥମେ କାଲିଫର୍ଣ୍ଣିଆ, କେଞ୍ଚୁକୀ, କୋଲୋରାଡୋ ଓ ନ୍ୟୁ ଜର୍ସି ଆଦି ୪ ରାଜ୍ୟ ଫେଡେରାଲ୍ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଯାହା ପରେ କୋର୍ଟ ମେଟାକୁ ଏକାଧିକ ନିର୍ଦ୍ଦେଶ ଦେଇଛନ୍ତି । ପ୍ଲାଟଫର୍ମରେ ସ୍ଵଳ୍ପ ବୟସ୍କଙ୍କ ବୟସ ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି ।
ମାମଲାର ଶୁଣାଣି ବେଳେ ଅଭିଯୋଗ ହୋଇଛି ଯେ, ମେଟା ଛୁଆଙ୍କ ଅନଲାଇନ୍ ଗୋପନୀୟତା ସୁରକ୍ଷାର ଉଲ୍ଲଂଘନ କରି ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଛି । ଚଳିତ ବର୍ଷ ଫେବ୍ରୁଆରୀରେ ଏ ସମ୍ପର୍କିତ ଏକ ମାମଲାରେ ଲସ୍ ଆଞ୍ଜେଲ୍ସରେ ମେଟାକୁ ମୋଟା ଜରିମାନା ଦେବାକୁ ପଡ଼ିଥିଲା ।
ଯାହା ପରେ ମାର୍ଚ୍ଚରେ ନ୍ୟୁ ମେକ୍ସିକୋର କୋର୍ଟ ମେଟାକୁ ୩୭୫ ମିଲିୟନ୍ ଡଲାର ଫାଇନ୍ କରିଥିଲେ । ଗତମାସରେ ନ୍ୟୁ ମେକ୍ସିକୋ ମଧ୍ୟ ମେଟାକୁ ଦ୍ଵିତୀୟ ଟ୍ରାଏଲ୍ରେ ୫୬୭ ମିଲିନ୍ ଡଲାର ଜରିମନା କରିଥିଲା ।
କ'ଣ ମାନିଲା ମେଟା ?

କୋର୍ଟରେ ମେଟା ମାନିଛି ଯେ, ପୂର୍ବରୁ ଜଣାଥିଲା ମେଟାର ପ୍ରଡକ୍ଟ ଛୁଆଙ୍କ ମାନସିକ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି । ଯେଉଁଥିପାଇଁ ମେଟା ଚୁକ୍ତି ପାଇଁ ପ୍ରସ୍ତୁତ ହୋଇଛି । ମେଟା ୧୦ ବର୍ଷ ପାଇଁ ଅର୍ଥ ପ୍ରଦାନ କରିବ । ଯାହାକି ମେଟା ୨୦୨୫ରେ ଆୟ କରିଥିବା ୨୦୧ ଅରବ ଡଲାର ରାଜସ୍ଵର ଏକ ଛୋଟିଆ ଅଂଶ । ମେଟା ୧୬.୭ ବିଲିଅନ ଡଲାର୍ ଆମେରିକାର ୪୭ ରାଜ୍ୟକୁ ପ୍ରଦାନ କରିବ ।
ଫେସବୁକ୍ ଓ ଇନଷ୍ଟାଗ୍ରାମରେ କ'ଣ ଆସିବ ପରିବର୍ତ୍ତନ ?
ନୂଆ ବୁଝାମଣା ପ୍ରକାରେ, ମେଟାର ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ୧୮ ବର୍ଷରୁ କମ୍ ବୟସ୍କ ପ୍ରତିଦିନ ସର୍ବାଧିକ ୨ ଘଣ୍ଟା ବ୍ୟବହାର କରିପାରିବେ । ଏଥିସହ ମଧ୍ୟରାତ୍ରୀରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଅର୍ଥାତ୍ ଛୁଆ ଆଉ ରାତିରେ ଫେସବୁକ୍ ଓ ଇନଷ୍ଟାଗ୍ରାମ ଚଲାଇ ପାରିବେ ନାହିଁ ।
ଏଥିସହ ପଢ଼ନ୍ତୁ: ସୋସିଆଲ୍ ମିଡିଆ ଓ AI ଶିଶୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ,ଛୋଟ ପିଲାଙ୍କୁ ନେଇ ସତର୍କ କରାଇଲା WHO
ଏଥିସହ ମେଟା ଛୁଆଙ୍କ ଆକାଉଣ୍ଟରେ ଲାଇକ୍ ଓ ମନ୍ତବ୍ୟ ଆଦି ଫିଚର୍ସ ହଟାଇ ଦେବ । ଏହି ଫିଚର୍ସକୁ କେବଳ ଅଭିଭାବକଙ୍କ ଅନୁମତି କ୍ରମେ ପିଲା ବ୍ୟବହାର କରିପାରିବେ । ଏଥିସହ ସ୍କୁଲ୍ ସମୟ (ଦିନ ୮ଟାରୁ ୩ଟା) ମଧ୍ୟରେ ନୋଟିଫିକେସନ ହ୍ରାସ କରାଯିବ । ଛୁଆ କେତେ ସମୟ ସୋସିଆଲ୍ ମିଡିଆ ବିତାଇଲେ ତାହା ବାପାମାଆ ଜାଣିପାରିବେ ।
ଏଥିସହ ଛୁଆଙ୍କ ସହ ଜଡ଼ିତ ଅଭିଭାବକଙ୍କ ଆକାଉଣ୍ଟକୁ ମେଟା ଆଲର୍ଟ ପଠାଇବ । ପିଲା ଯଦି ଆତ୍ମହତ୍ୟା, ନିଜକୁ କ୍ଷତି ପହଞ୍ଚାଇଲା ଭଳି କିଛି ସର୍ଚ୍ଚ କରିବେ ସଙ୍ଗେ ସଙ୍ଗେ ଅଭିଭାବକଙ୍କୁ ଆଲର୍ଟ କରିବ ମେଟା । ତେବେ ବର୍ତ୍ତମାନ ଏସବୁ ପରିବର୍ତ୍ତନ କେବଳ ଆମେରିକାରେ ଦେଖିବାକୁ ମିଳିବ ।

Related Topics
Explore more stories