Videos
|
International

Massive Blow to Meta / METAକୁ ବଡ଼ ଝଟ୍‌କା; କୋର୍ଟ ଲଗାଇଲେ ₹୫ ହଜାର କୋଟିର ଜରିମାନା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
METAକୁ ବଡ଼ ଝଟ୍‌କା; କୋର୍ଟ ଲଗାଇଲେ ₹୫ ହଜାର କୋଟିର ଜରିମାନା
Court Slaps $567M Fine for Child Safety

Key Points

ଫେସବୁକ୍ ଓ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟାକୁ ବଡ଼଼ ଝଟ୍‌କା
୫ ହଜାର କୋଟି ଜରିମାନା କଲେ ନ୍ୟୁ ମେକ୍ସିକୋର ଏକ କୋର୍ଟ
ସୋସିଆଲ୍ ମିଡିଆ ପାଇଁ ଯୁବବର୍ଗଙ୍କୁ ହେଉଥିବା କ୍ଷତି ପାଇଁ ଫାଇନ୍
ଜରିମାନା ଅର୍ଥ ଯୁବବର୍ଗଙ୍କ ଚିକିତ୍ସା ସେବାରେ ବ୍ୟବହାର କରାଯିବ
ନୂଆଦିଲ୍ଲୀ: ଫେସବୁକ୍ ଓ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା (META)କୁ ବଡ଼଼ ଝଟ୍‌କା ଲାଗିଛି । ନ୍ୟୁ ମେକ୍ସିକୋର ଏକ ଅଦାଲତ ମେଟା ଉପର ବଡ଼ ଜରିମାନା ଲଗାଇଛନ୍ତି । ପ୍ଲାଟଫର୍ମ ଲାଗି ଯୁବବର୍ଗଙ୍କୁ ହୋଇଥିବା କ୍ଷତିର ଭରଣା ପାଇଁ ୫୬୭ ମିଲିୟନ୍ ଆମେରିକୀୟ ଡଲାର୍ (ପ୍ରାୟ ୫ ହଜାର କୋଟି) ଦେବାରୁ METAକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ମାର୍ଚ୍ଚ ମାସରେ ମେଟା ହାରିଥିବା ଗୁରୁତ୍ଵପୂର୍ଣ୍ଣ ମାମଲାର ଦ୍ଵିତୀୟ ପର୍ଯ୍ୟାୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗୁରୁବାର ବିଳମ୍ବିତ ରାତିରେ ଆସିଥିବା ନିଷ୍ପତ୍ତିରେ ଜଷ୍ଟିସ୍ ବିଡଶିଡ୍ କହିଛନ୍ତି, "ଜରିମାନା ଅର୍ଥର ବଡ଼ ଭାଗ ୪୨୦ ମିଲିୟନ୍ ଆମେରିକୀୟ ଡଲାର୍ ଯୁବବର୍ଗଙ୍କ ଚିକିତ୍ସା ସେବା ପାଇଁ ବ୍ୟବହାର କରାଯିବ । ବଳକା ଅର୍ଥ ଆଗାମୀ ୫ ବର୍ଷ ପାଇଁ ସଚେତନତା, ସ୍କ୍ରିନିଂ ଆଦି ପାଇଁ ଖର୍ଚ୍ଚ କରାଯିବ ।"

ଏଥିସହ ପଢ଼ନ୍ତୁ: ସୋସିଆଲ ମିଡିଆ ଉପରେ ବାଜିଲା ସରକାରୀ ଛାଟ; ୩ ଘଣ୍ଟା ମଧ୍ୟରେ ହଟିବ ବିବାଦୀୟ ବିଷୟବସ୍ତୁ 

ମାମଲାର ପ୍ରଥମ ପର୍ଯ୍ୟାୟରେ କୋର୍ଟ, ମେଟା ଉପରେ ୩୭୫ ମିଲିୟନ୍ ଆମେରିକୀୟ ଡଲାର୍ ଜରିମାନା ଲଗାଇଥିଲେ । ଆଉ ଦ୍ଵିତୀୟ ପର୍ଯ୍ୟାୟରେ ପୁଣି ଥରେ ୫୬୭ ମିଲିୟନ୍ ଆମେରିକୀୟ ଡଲାର୍ ଜରିମାନା କରିଛନ୍ତି ।

ଏଥିସହ ଜୁରି ପାଇଛନ୍ତି ଯେ, କମ୍ପାନୀ ଜାଣିଶୁଣି ଛୁଆଙ୍କ ମାନସିକ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଇଛି । ପ୍ଲାଟଫର୍ମ ଜରିଆରେ ଛୁଆଙ୍କ ଯୌନ ଶୋଷଣ ନେଇ ତଥ୍ଯ ରହିଥିଲେ ସୁଦ୍ଧା କମ୍ପାନୀ ତହାକୁ ଜାଣିଶୁଣି ଲୁଚାଇ ଥିଲା ।

ଦ୍ଵିତୀୟ ପର୍ଯ୍ୟାୟରେ, ସରକାରୀ ଓକିଲ ମେଟାର ପ୍ରାରମ୍ଭିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ କୋର୍ଟରେ ଦାବି ରଖିଛନ୍ତି । ଏହି ପରିବର୍ତ୍ତନ ଦ୍ଵାରା ପିଲାଙ୍କୁ ଆକର୍ଷିତ କରୁଥିବା ଫିଚର୍ସ ଉପରେ ପ୍ରତିବନ୍ଧକ ଲାଗିବ । ପ୍ଲାଟଫର୍ମରେ ବୟସ ସୁନିଶ୍ଚିତା ଯାଞ୍ଚ ପ୍ରକ୍ରିୟା ବଢ଼ିବା ସହ ପ୍ରାଇଭେସୀ ସେଟିଂ ଉପରେ ତୀକ୍ଷଣ ନଜର ଯୌନ ଶୋଷଣରୁ ରକ୍ଷା କରିବ ।

ଚଳିତ ସପ୍ତାହରେ ଇନଷ୍ଟାଗ୍ରାମ-ଫେସବୁକ୍‌ରେ ଛୁଆଙ୍କ ସହ ବିଷୟବସ୍ତକୁ ନେଇ ମେଟା ଭୁଲ୍ ମାନିଥିଲା । ଏଥିସହ ସିଇଓ ଜକରବର୍ଗ କ୍ଷମା ମଧ୍ୟ ମାଗିଥିଲେ । ମେଟା ସିଇଓ ମାନିଥିଲେ ଯେ- ଶିଶୁ ଯୌନ ଶୋଷଣ ବିଷୟବସ୍ତୁରେ ଭୁଲ୍ ହୋଇଥିଲା ଏବଂ ଆଗକୁ ଠିକ୍ କରି ଦିଆଯିବ ।

ଏଥିସହ ପଢ଼ନ୍ତୁ: ମୋଦିଙ୍କ AI-ମର୍ଫଡ୍ ଭିଡିଓ ତିଆରି ଅଭିଯୋଗ: ମେଟା ବିରୋଧରେ ମାମଲା ରୁଜୁ 

ନିକଟରେ ମେଟାକୁ ନେ ଭାରତରେ ମଧ୍ୟ ହଙ୍ଗାମା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଛାତ୍ର ବିଶେଷ କରି Gen Zକୁ ସମ୍ବୋଧିତ କରି ଏକ ଭିଡିଓ କରିଥିଲେ । ଉକ୍ତ ଭିଡିଓକୁ ଇନଷ୍ଟାଗ୍ରାମ କିଛି ସମୟ ପାଇଁ ହଟାଇ ଦେଇଥିଲା । ଯାହାକୁ ନେଇ ସରକାର ମେଟାକୁ ଜବାବ ମାଗିଥିଲେ । ପରେ କ୍ଷମା ପ୍ରାର୍ଥନା କରିଥିଲେ ମେଟା । ସରକାର ସ୍ପଷ୍ଟ ଶବ୍ଦରେ କହିଥିଲେ- ଆମେରିକା ଆଇନ୍ ଅନୁସାରେ, ଭାରତରେ କମ୍ପାନୀ ଚାଲି ପାରିବ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: