Social Media / ଛୁଆଙ୍କ ମାନସିକ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି ଫେସବୁକ୍, ଇନଷ୍ଟାଗ୍ରାମ; ଲାଗିଲା ବଡ଼ ଜରିମାନା
·5 months ago·2 min read

Key Points
ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଯୌନ ଶୋଷଣ ସହ ଜଡ଼ିତ ସାମଗ୍ରୀକୁ ଲୁଚା ଯାଉଛି । ଏ ସମ୍ପର୍କିତ ଏକ ମାମଲାରେ ଆମେରିକ ନ୍ୟୁ ମେକ୍ସିକୋ ରାଜ୍ୟରେ ଜଣେ ଜ୍ୟୁରି ମେଟାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ନୂଆଦିଲ୍ଲୀ: ତଥ୍ୟ ଲୁଚାଉଛି ମେଟା । ଛୁଆଙ୍କ ମାନସିକ ସ୍ଵାସ୍ଥ୍ୟକୁ ପହଞ୍ଚାଉଛି କ୍ଷତି । ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଯୌନ ଶୋଷଣ ସହ ଜଡ଼ିତ ସାମଗ୍ରୀକୁ ଲୁଚା ଯାଉଛି । ଏ ସମ୍ପର୍କିତ ଏକ ମାମଲାରେ ଆମେରିକ ନ୍ୟୁ ମେକ୍ସିକୋ ରାଜ୍ୟରେ ଜଣେ ଜ୍ୟୁରି ମେଟାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ପ୍ରାୟ ୭ ସପ୍ତାହ ଧରି ଏହି ମାମଲାର ଶୁଣାଣି ଶୁଣାଣି ପରେ ମେଟାକୁ ଉତ୍ତରଦାୟୀ କରି ବଡ଼ ଜରିମାନା କରାଯାଇଛି ।
ଜ୍ୟୁରି ଅନୁସାରେ- ମେଟା ପରିଚାଳିତ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ଵାଟ୍ସଆପ୍ ସୁରକ୍ଷା ପରିବର୍ତ୍ତେ ଲାଭକୁ ପ୍ରାଥମିକତା ଦେଉଛି । ଏହା ରାଜ୍ୟର ଆଇନ୍କୁ ଉଲ୍ଲଂଘନ କରୁଛି । ଛୁଆଙ୍କ ସରଳତାର ଫାଇଦା ଉଠା ଯାଉଛି ଏବଂ ପ୍ରଭାବ ବାବଦରେ ଭ୍ରମାତ୍ମକ ତଥ୍ୟ ଦିଆଯାଉଛି ।
ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା; ୧୬ ବର୍ଷରୁ କମ୍ ବୟସ୍କ କରିପାରିବେନି ସୋସିଆଲ୍ ମିଡିଆର ବ୍ୟବହାର
ଉଲ୍ଲଂଘନ ପାଇଁ ୩୭୫ ମିଲିୟନ୍ ଡଲାର ଜରିମାନା
ଜ୍ୟୁରି ପ୍ରତିଟି ଉଲ୍ଲଂଘନକୁ ଭିନ୍ନ କହିବା ସହ ମୋଟ ୩୭୫ ମିଲିୟନ୍ ଡଲାର୍ (ଭାରତୀୟ ମୁଦ୍ରାରେ ୩୫ ହଜାର ୨୦୦ କୋଟି) ଜରିମାନା କରିଛନ୍ତି । ତେବେ ଅଭିଯୋଗକାରୀଙ୍କ ପକ୍ଷରୁ ଦାବି କରାଯାଇଥିବା ଅର୍ଥ ରାଶି ଠାରୁ ଏହା କମ୍ ଅଟେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେଟା ପ୍ଲାଟଫର୍ମ ଦ୍ଵାରା ହଜାର ହଜାର ଛୁଆ ପ୍ରଭାବିତ ହେଉଥିବା କହିଛନ୍ତି ଜ୍ୟୁରି । ତେବେ ଏହି ନିଷ୍ପତ୍ତି ଆସିବା ପରେ ମେଟା ସେୟାରରେ ପ୍ରାୟ ୫ ପ୍ରତିଶତ ବୃଦ୍ଧି ଘଟିଛି । ଯାହା ଦର୍ଶାଉଛି ଏହି ନିଷ୍ପତ୍ତିକୁ ନେଇ ନିବେଶକ ଚିନ୍ତିତ ନୁହନ୍ତି ।
ନୀତି ବଦଳାଇବ କି Meta ?
ତେବେ ଜ୍ୟୁରି ଦେଇଥିବା ନିଷ୍ପତ୍ତିକୁ ମେଟା ଚ୍ୟାଲେଞ୍ଜ କରିବ ବୋଲି କହିଛି । ମେଟା ଅନୁସାରେ, "କମ୍ପାନୀ ଲଗାତାର ସୁରକ୍ଷା ସୁଧାରିବା ଦିଗରେ କାମ କରି ଆସୁଛି । ଏଥିସହ ହାନିକାରକ ସାମଗ୍ରୀକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଆହ୍ଵାନଭରା ଅଟେ ।"
ଏଥିସହ ପଢ଼ନ୍ତୁ: ଘାତକ ସୋସିଆଲ ମିଡିଆ; ଏହି ବିପଦଜନକ ଚ୍ୟାଲେଞ୍ଜ ନେଇଗଲା ୯ ବର୍ଷ ଝିଅର ଜୀବନ
ନ୍ୟୁ ମେକ୍ସିକୋର ଆଟର୍ଣ୍ଣିଂ ଜେନରାଲ୍ କହିଛନ୍ତି, "ଛୁଆଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ସକ୍ରିୟ ରଖିବା ପାଇଁ କମ୍ପାନୀ ଆଲଗୋରିଦମ ଚଲାଉଛି, ଫଳରେ ପ୍ରଭାବ ବଢ଼ୁଛି । ଏପରିକି ଯୁବ ପିଢ଼ି ଯେଭଳି ସୋସିଆଲ୍ ମିଡିଆ ନିଶାରେ ରହିବେ କମ୍ପାନୀ ସେଭଳି ଫିଚର୍ ଡିଜାଇନ୍ କରି ଏହା ସହ ଜଡ଼ିତ ବିପଦକୁ ଲୁଚା ଯାଉଛି ।"
ମାମଲାରେ ଏଜେନ୍ସି ଛୁଆଙ୍କ ନାଁରେ ପ୍ରସ୍ତୁତ ହୋଇଥିବା ଅନେକ ନକଲି ପ୍ରୋଫାଇଲ୍ ବ୍ୟବହାର କରିଥିଲା । ଯେଉଁଥିରେ ଯୌନ ଶୋଷଣ ସମ୍ବନ୍ଧୀୟ ପୋଷ୍ଟ ଆସିଥିବା ବେଳେ ମେଟାର ପ୍ରତିକ୍ରିୟା ସନ୍ତୋଷଜନକ ନଥିଲା ।

Related Topics
Explore more stories