Social Media Ban / ସରକାରଙ୍କ ବଡ଼ ଘୋଷଣା; ୧୬ ବର୍ଷରୁ କମ୍ ବୟସ୍କ କରିପାରିବେନି ସୋସିଆଲ୍ ମିଡିଆର ବ୍ୟବହାର
·6 months ago·2 min read

Key Points
ଛୁଆଙ୍କ ମାନସିକ ସ୍ଵାସ୍ଥ୍ୟ, ଶିଖିବାର କ୍ଷମତା ଓ ଡିଜିଟାଲ୍ ନିଶାକୁ ଦେଖି କଡ଼ା ନିୟମ ଆଣିବା ଜରୁରୀ ହୋଇ ପଡ଼ିଛି । ସରକାରଙ୍କ ଅନୁସାରେ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଓ ଅନିୟନ୍ତ୍ରିତ ସ୍କ୍ରିନ୍ ଟାଇମ୍ ଛୁଆଙ୍କ ବ୍ୟବହାର, ଧ୍ୟାନ କ୍ଷମତା ଓ ସୁରକ୍ଷା ଉପରେ ଗୁରୁତର ପ୍ରଭାବ ପକାଉଛି ।
ବେଙ୍ଗାଳୁରୁ: ୧୬ ବର୍ଷରୁ କମ୍ ବୟସ୍କଙ୍କୁ ସୋସିଆଲ୍ ମିଡିଆ ମନା । ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ୧୬ ବର୍ଷରୁ କମ୍ ବୟସ୍କ ଛୁଆ ସୋସିଆଲ୍ ମିଡିଆର ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲାଗିବ । ଏନେଇ କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି ।
ବିଧାନସଭାର ବଜେଟ୍ ଅଧିବେଶନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, "ଛୁଆଙ୍କ ମାନସିକ ସ୍ଵାସ୍ଥ୍ୟ, ଶିଖିବାର କ୍ଷମତା ଓ ଡିଜିଟାଲ୍ ନିଶାକୁ ଦେଖି କଡ଼ା ନିୟମ ଆଣିବା ଜରୁରୀ ହୋଇ ପଡ଼ିଛି ।" ସରକାରଙ୍କ ଅନୁସାରେ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଓ ଅନିୟନ୍ତ୍ରିତ ସ୍କ୍ରିନ୍ ଟାଇମ୍ ଛୁଆଙ୍କ ବ୍ୟବହାର, ଧ୍ୟାନ କ୍ଷମତା ଓ ସୁରକ୍ଷା ଉପରେ ଗୁରୁତର ପ୍ରଭାବ ପକାଉଛି । ଆମର ଲକ୍ଷ୍ୟ ୧୬ ବର୍ଷରୁ କମ୍ ବୟସ୍କ ଛୁଆଙ୍କୁ ସୋସିଆଲ୍ ମିଡିଆର ବିପଜ୍ଜନକ ଓ ଅନୁଚିତ ପ୍ରଭାବ ଠାରୁ ଦୂରେଇ ରଖିବା ।
ଏଥିସହ ପଢ଼ନ୍ତୁ: ପିଲାଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ ! ସରକାର ଆଣିପାରନ୍ତି ନୂଆ ଆଇନ
କ'ଣ କହିଲେ ମୁଖ୍ୟମନ୍ତ୍ରୀ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋବାଇଲ୍ ଫୋନ୍ର ବଢ଼ୁଥିବା ବ୍ୟବହାରର ପ୍ରଭାବିକୁ ରୋକିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, "ସରକାର ୧୬ ବର୍ଷରୁ କମ୍ ଯୁବବର୍ଗଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବେ ।"
ଏନେଇ ସରକାର ବିଭିନ୍ନ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ଠାରୁ ମତାମତ ମାଗିଥିଲେ । ଏହା ପୂର୍ବରୁ ସ୍ଵାସ୍ଥ୍ୟ ମନ୍ଚ୍ରୀ ଦିନେଶ ଗୁଣ୍ଡୁ ରାଓ ଏବଂ ଆଇଟି ମନ୍ତ୍ରୀ ପ୍ରିୟଙ୍କା ଖଡ଼ଗେ ମଧ୍ୟ ସମାନ କଥା କହିଥିଲେ । ଯାହା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ଆନ୍ଧ୍ରପ୍ରଦେଶରେ ବି ଲାଗିବ ପ୍ରତିବନ୍ଧକ
ଅନଲାଇନ୍ ନିଶା, ଦୁରୂପଯୋଗ ଓ ଡିଜିଟାଲ କ୍ଷତିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ଛୁଆଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି । ରାଜ୍ୟ ମନ୍ତ୍ରୀ ନାରା ଲୋକେଶଙ୍କ ଅନୁସାରେ, "ସୋସିଆଲ୍ ମିଡିଆ ଉପରେ ଭରସା ତୁଟୁଛି ଏବଂ ଛୁଆ ନିୟମିତ ବ୍ୟବହାରରେ ଫସି ଯାଉଛନ୍ତି ।"
ଯେଉଁଥିପାଇଁ ସରକାର ଆଇନଗତ ବିକଳ୍ପ ନେଇ ଚର୍ଚ୍ଚା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲୋକେଶଙ୍କ ଅନୁସାରେ, "ରାଜ୍ୟ ସରକାର ଏନେଇ ମେଟା, ଗୁଗଲ୍, ଏକ୍ସ ଏବଂ ସେୟାରଚାଟ ଭଳି ପ୍ରମୁଖ କମ୍ପାନୀକୁ ଆଲୋଚନା ପାଇଁ ଡାକିଛନ୍ତି । ଯେଉଁଠି ସର୍ବୋତ୍ତମ ପ୍ରଥା ଉପରେ ଚର୍ଚ୍ଚା କରି ପ୍ରଭାବୀ ମଡେଲ୍ ପ୍ରସ୍ତୁତ କରାଯିବ ।"
ଏଥିସହ ପଢ଼ନ୍ତୁ: ସୋସିଆଲ ମିଡିଆ ଡିଲିଟ୍ କରିବାକୁ ଚାହାଁନ୍ତି ଆଲିଆ; ଫ୍ୟାନ୍ସ ନାଖୁସ୍
ସୋସିଆଲ୍ ମିଡିଆ ବ୍ୟାନର ଉଦ୍ଦେଶ୍ୟ
ନାବାଳକଙ୍କୁ ସୋସିଆଲ୍ ମିଡିଆ ବ୍ୟବହାରରୁ ଦୂରେଇ ରଖିବା କିମ୍ବା ପ୍ରତିବନ୍ଧକ ଲଗାଇବାର ମୁଖ୍ୟ ଉଦ୍ଦେଶ୍ୟ ଛୁଆଙ୍କୁ ମୋବାଇଲ୍ ଏବଂ ସ୍କ୍ରିନ୍ ଟାଇମ୍ ଦ୍ଵାରା ପଡ଼ୁଥିବା ନକରାତ୍ମକ ପ୍ରଭାବ ହ୍ରାସ କରିବା ।
ଯାହାକୁ ନେଇ ବଜେଟ୍ ଭାଷଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଛୁଆଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ କଥା କହିଛନ୍ତି । ଯାହାର ଉଦ୍ଦେଶ୍ୟ ନାବାଳକଙ୍କୁ ସୋସିଆଲ୍ ମିଡିଆ ନିଶା ଠାରୁ ଦୂରେଇ ରଖିବା ।

Related Topics
Explore more stories