Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Lottery Winner / ଲଟେରି ଲାଗିବାରୁ ଛାଡ଼ିଦେଲେ ଚାକିରି, ୩ ମାସ ଲଗାତାର ପାର୍ଟି ପରେ ଏବେ ICUରେ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଲଟେରି ଲାଗିବାରୁ ଛାଡ଼ିଦେଲେ ଚାକିରି, ୩ ମାସ ଲଗାତାର ପାର୍ଟି ପରେ ଏବେ ICUରେ

Key Points

ଚାକିରି ଛାଡ଼ି ଲଟେରି ଟଙ୍କାକୁ ପବନ ଭଳି ପାର୍ଟିରେ ଉଡ଼ାଇବା ଆରମ୍ଭ କରିଥିଲେ ଲୋପେଜ । ଜୁଲାଇରୁ ଲଗାତାର ପାର୍ଟି କରୁଥିଲେ । ୩ ମାସ ଧରି ଭ୍ରମଣ କରିବା ସହ କିଣିଥିଲେ ସୌଖିନ କାର୍ । କିନ୍ତୁ ଲଟେରି ଟଙ୍କାରେ ଜୁଲାଇରେ ଆରମ୍ଭ କରିଥିବା ମଉଜ ସେପ୍ଟେମ୍ବରରେ ଲୋପେଜଙ୍କୁ ଭାରି ପଡ଼ିଥିଲା ।


ନୂଆଦିଲ୍ଲୀ: ଆଜିର ଦିନରେ ବଞ୍ଚିବା ଲାଗି ସମସ୍ତଙ୍କୁ ଟଙ୍କା ଦରକାର । ସେ ବିଳାସମୟ ଜୀବନ ହେଉ କି କୁଡ଼ିଆରେ ଦି ବେଳା ଦୁଇ ମୁଠା ଖାଇବାକୁ ହେଉ । ଟଙ୍କା ନ ଥିଲେ ଆଜିର ଦିନରେ ଜୀବନ ତୁଚ୍ଛ ଭଳି ଲାଗେ । କିନ୍ତୁ, ଏହି ଟଙ୍କା ଯେ ଜୀବନକୁ ମଧ୍ୟ ତୁଚ୍ଛ କରିଦିଏ ତାହା ଦେଖିବାକୁ ମିଳିଛି ।


ବ୍ରିଟେନ୍‌ର ମିସିଗାନର ଏହି ଘଟଣାକୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା । ୩୯ ବର୍ଷୀୟ ଫର୍କଲଲିଫ୍ଟ ଡ୍ରାଇଭର ଆଦାମ ଲୋପେଜ ଏକ ଷ୍ଟୋରରୁ ଜ୍ୟାକପଟ୍ ଲଟେରି ଜିତିଥିଲେ । ୧.୩ ବିଲିୟନ୍ ଡଲାରର ଲଟେରି ଯାହାର ମୂଲ୍ୟ ଭାରତୀୟ ଟଙ୍କାରେ ପ୍ରାୟ ୧୭ କୋଟି । ଏତେ ଟଙ୍କା ଲଟେରି ଲାଗିବା ପରେ ବଦଳି ଯାଇଥିଲା ଲୋପେଜଙ୍କ ମନ ।


ଏଥିସହ ପଢ଼ନ୍ତୁ: କୋହଳ ହେଲା କଟକରେ କର୍ଫ୍ୟୁ କଟକଣା, ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ


ଚାକିରି ଛାଡ଼ି ଲଟେରି ଟଙ୍କାକୁ ପବନ ଭଳି ପାର୍ଟିରେ ଉଡ଼ାଇବା ଆରମ୍ଭ କରିଥିଲେ ଲୋପେଜ । ଜୁଲାଇରୁ ଲଗାତାର ପାର୍ଟି କରୁଥିଲେ । ୩ ମାସ ଧରି ଭ୍ରମଣ କରିବା ସହ କିଣିଥିଲେ ସୌଖିନ କାର୍ । କିନ୍ତୁ ଲଟେରି ଟଙ୍କାରେ ଜୁଲାଇରେ ଆରମ୍ଭ କରିଥିବା ମଉଜ ସେପ୍ଟେମ୍ବରରେ ଲୋପେଜଙ୍କୁ ଭାରି ପଡ଼ିଥିଲା ।


ହଠାତ୍ ପରିବର୍ତ୍ତନ କରିଥିବା ଜୀବନଶୈଳୀ ପାଇଁ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କର ଦୁଇଟି ଯାକ ଫୁସଫୁସ୍ ଖରାପ ହୋଇୟିବା ସହ ରକ୍ତ ଜମାଟ ବାନ୍ଧିଥିଲା । ଗୋଡ଼ରୁ ସବୁ ରକ୍ତ ଫୁସଫୁସକୁ ପ୍ରବାହିଚ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯାହା ତାଙ୍କ ପାଇଁ ଗମ୍ଭୀର ସ୍ଵାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା ବେଳେ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଲୋପେଜ ଚଲାବୁଲା ମଧ୍ୟ କରିପାରି ନଥିଲେ କି ନିଶ୍ଵାସ ବି ନେଇ ପାରି ନଥିଲେ । ଶେଷରେ ହସ୍ପିଟାଲ୍‌ର ଆଇସିୟୁରେ ୮ ଦିନ ମୃତ୍ୟୁ ସହ ସଂଘର୍ଷ ପରେ ଜୀବନର ମାନେ ସେ ବୁଝି ପାରିଛନ୍ତି ।


ଏଥିସହ ପଢ଼ନ୍ତୁ: ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍


ଡାକ୍ତର ତାଙ୍କୁ ନୂଆ ଜୀବନ ଦେଇଥିବା କହିଛନ୍ତି ଲୋପେଜ କହିଛନ୍ତି । ସେ କହିଛନ୍ତି, "ଏହା ତାଙ୍କ ପାଇଁ ଜୀବନର ସବୁଠାରୁ ବଡ଼ ଶିକ୍ଷା । ମୁଁ ଜାଣିଥିଲି ଏ ଟଙ୍କା ଦିନେ ନା ଦିନେ ସରିଯିବ, କିନ୍ତୁ ଏଭଳି ଭାବେ... ଏହା ମୋ ପାଇଁ ଏକ ବଡ଼ ଚେତାବନୀ ଥିଲା ।"


ଲୋପେଜ କହିଛନ୍ତି, "ଆପଣଙ୍କ ପାଖେ ମିଲିୟନ୍ ଅଥବା ଟ୍ରିଲିୟନ୍ ଟଙ୍କା ଥାଉ, ଯେତେବେଳେ ଆପଣଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ନିଆଯାଏ । ସେତେବେଳେ ଏତେ ଟଙ୍କା ଥାଇ ବି କିଛି ଫରକ ପଡ଼େନି ।" ଏବେ ଲୋପେଜ ତାଙ୍କ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେଉଛନ୍ତି । ଆଗାମୀ ୬ରୁ ୯ ମାସ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଲକ୍ଷ୍ୟ ରଖିଥିବା କହଛନ୍ତି ।

Related Topics

Explore more stories

Sponsored
Lottery Winner Adam Lopez Learns Life Lesson After $1.3 B Win | Argus News | Argus News