Britain Do Not Travel Lists / ତେଜୁଛି ମଧ୍ୟ ପ୍ରାଚ୍ୟ ସଂକଟ; ୧୪ ଦେଶକୁ ଯାତ୍ରା ଉପରେ କଟକଣା ଲଗାଇଲା ବ୍ରିଟେନ୍
·5 months ago·2 min read

Key Points
ବ୍ରିଟେନ ସରକାରଙ୍କ ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଯେଉଁ ୧୪ ଦେଶକୁ ଯାତ୍ରା କରିବାକୁ ନେଇ ଚେତାବନୀ ଦିଆଯାଉଛି ତାହାର ତାଲିକା ସାମ୍ନାକୁ ଆସିଛି।
Britain Do Not Travel List Countries: ମଧ୍ୟପ୍ରାଚ୍ୟ ସଂକଟ ମଧ୍ୟରେ ବ୍ରିଟେନ୍ ସରକାରଙ୍କ ପକ୍ଷରୁ ବିଦେଶ ଯାତ୍ରାକୁ ନେଇ କଠୋର ଚେତାବନୀ ଜାରି କରାଯାଇଛି। ଏପରିକି ୧୪ ଦେଶକୁ ଭ୍ରମଣ କରିବାରୁ ଦୂରେଇ ରୁହନ୍ତୁ ବୋଲି ବ୍ରିଟିଶ ନଗରିକଙ୍କୁ ଚେତାବନୀ ଦେଇଛନ୍ତି ସରକାର। ବର୍ତ୍ତମାନ ଯଦି କୌଣସି ବ୍ରିଟିଶ ନାଗରିକ ସେହି ଦେଶରେ ଅଛନ୍ତି ତାହେଲେ ସେମାନେ ସେଠାରୁ ତୁରନ୍ତ ଫେରି ଆସିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।
ବ୍ରିଟେନ ସରକାରଙ୍କ ବୈଦେଶିକ କାର୍ଯ୍ୟାଳୟ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ସେହି ସମୟରେ ଆସିଛି। ଯେତେବେଳେ ମଧ୍ୟପ୍ରାଚ୍ୟ ସଂକଟ ତୀବ୍ର ହେବା କାରଣରୁ ବିଦେଶ ଯାତ୍ରା ଅସୁରକ୍ଷିତ ହୋଇଯିବା ସହ ସୁରକ୍ଷା ଜନିତ ବିପଦ ବୃଦ୍ଧି ହୋଇଛି। ଏପରିକି ବୈଶ୍ୱିକ ଶାନ୍ତି ପ୍ରଭାବିତ ହୋଇଛି। ବୈଦେଶିକ ସେବା ବିଭାଗର ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ସେଠାରେ ପରିସ୍ଥିତି ପ୍ରତି ମୁହୂର୍ତ୍ତରେ ବଦଳିବାରେ ଲାଗିଛି। ଯେଉଁ ବ୍ରିଟିଶ ନାଗରିକ ବିଦେଶରେ ଅଛନ୍ତି ସେମାନେ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନିବା ଏବଂ ସେଠାରେ ଘଟୁଥିବା ଘଟଣାକ୍ରମ ନଜର ରଖିବାକୁ କହିଛନ୍ତି।
ଗତ ୨୮ ଫେବୃଆରୀରୁ ଆରମ୍ଭ ହୋଇଥିବା ମଧ୍ୟ ପ୍ରାଚ୍ୟ ସଂକଟ ଏବେ ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏବେ ପଶ୍ଚିମ ଏସିଆ ଇସ୍ରାଏଲ-ଆମେରିକା ସହ ଇରାନର ଯୁଦ୍ଧକୁ ନେଇ କମ୍ପିବାରେ ଲାଗିଛି। ଡ୍ରୋନ, ମିସାଇଲ, ବିମାନ ଆକ୍ରମଣ ସହ ବୋମା ବର୍ଷଣକୁ ନେଇ ମଧ୍ୟ ପ୍ରାଚ୍ୟ ଆତଙ୍କିତ ହୋଇ ଉଠିଛି।
ବ୍ରିଟେନ ସରକାରଙ୍କ ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଯେଉଁ ୧୪ ଦେଶକୁ ଯାତ୍ରା କରିବାକୁ ନେଇ ଚେତାବନୀ ଦିଆଯାଉଛି ତାହାର ତାଲିକା ସାମ୍ନାକୁ ଆସିଛି। ସେହି ଦେଶ ଗୁଡ଼ିକ ହେଉଛନ୍ତି, ଆଫଗାନିସ୍ତାନ, ବେଲାଋଷ, ବୁର୍କିନା ଫାସୋ, ହାଇତି, ଇରାନ୍, ଇରାକ, ଇସ୍ରାଏଲ, ମାଲି, ନାଇଜର, ପାଲେଷ୍ଟାଇନ, ଋଷିଆ, ଦକ୍ଷିଣ ସୁଡା଼ନ, ସିରିଆ, ୟେମେନ। ଇରାନ, ଆଫଗାନିସ୍ତାନ ଏବଂ ଋଷିଆ ଭଳି ଦେଶରୁ ଅନେକ ବ୍ରିଟିଶ ନାଗରିକ ବିଭିନ୍ନ ପ୍ରକାରର ଅସୁବିଧା ଭୋଗୁଛନ୍ତି। ସେମାନଙ୍କୁ ଅଟକ ରଖାଯାଉଥିବା ବେଳେ ସେଠାରେ ବ୍ରିଟିଶ ଦୂତାବାସ ସହ ସୀମିତ ଯୋଗାଯୋଗ, ପ୍ରତିବନ୍ଧିତ ବିମାନ କିମ୍ବା ସୀମା ବନ୍ଦ ହେବା କାରଣରୁ ସେଠାରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପରିକି ଇସ୍ରାଏଲ, ପାଲେଷ୍ଟାଇନ ଏବଂ ଇରାକ ଭଳି ଦେଶକୁ ଯାତ୍ରା କରିବାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି। କାରଣ ଏହି ସଂଘର୍ଷଗ୍ରସ୍ତ ଅଞ୍ଚଳରେ ସାମରିକ ଉତ୍ତେଜନା ବଢିବା ସହ ପରିବହନ ମାର୍ଗ ବାଧାପ୍ରାପ୍ତ ହୋଇଛି। ଏପରିକି ସେଠାରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଜନିତ ଆକ୍ରମଣ କାରଣରୁ ସୁରକ୍ଷା ଜନିତ ବିପଦ ବଢିବାରେ ଲାଗିଛି।
ଅନ୍ୟପକ୍ଷରେ ମାଲି, ନାଇଜର, ବୁର୍କିନାଫାସୋ ଆଦି ଦେଶରେ ବଢୁଥିବା ଆତଙ୍କବାଦ, ଅପହରଣ ଏବଂ ରାଜନୈତିକ ଅସ୍ଥିରତା କାରଣରୁ ସେଠାକୁ ଯାତ୍ରା କରିବାରୁ ଦୂରେଇ ରହିବାରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ହାଇତି ଏବଂ ଦକ୍ଷିଣ ସୁଡାନ ଭଳି ଦେଶ ଆଇନ ଶୃଙ୍ଖଳା ଭଳି ପରିସ୍ଥିତି ସହ ସଂଘର୍ଷ କରୁଛନ୍ତି। ଏହି ୧୪ ଦେଶ ବ୍ୟତୀତ ବ୍ରିଟେନ ସାରା ବିଶ୍ୱରେ ପ୍ରାୟ ୭୬ ସ୍ଥାନକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ "ନୋ-ଗୋ ଜୋନ୍" (NO Go Zone) ଭାବରେ ଚିହ୍ନଟ କରିଛି। ଯେଉଁଥିରେ ୟୁରୋପ, ଆଫ୍ରିକା ଏବଂ ଏସିଆର ବିଭିନ୍ନ ଅଞ୍ଚଳ ଅନ୍ତର୍ଭୂକ୍ତ ରହିଛି।

Related Topics
Explore more stories