Missile Attack / ଅସ୍ତ୍ରବିରତି ପରେ ପୁଣି ମିସାଇଲ୍ ଆକ୍ରମଣ: ଇସ୍ରାଏଲ ଉପରେ ଇରାନର ମାଡ଼
·2 hours ago·2 min read

Key Points
ପୁଣି ତେଜିଲା ଯୁଦ୍ଧ ଇସ୍ରାଏଲ ଉପରେ ଇରାନର ମାଡ଼
ଅସ୍ତ୍ରବିରତି ପରେ ପୁଣି ମିସାଇଲ୍ ଆକ୍ରମଣ
ଇରାନର ଭୟଙ୍କର ଆକ୍ରମଣ ତେଜିଲା ମଧ୍ୟପ୍ରାଚ୍ୟ ଯୁଦ୍ଧ
ଇସ୍ରାଏଲକୁ ଟାର୍ଗେଟ୍ କଲା ଇରାନ ପୁଣି ଯୁଦ୍ଧର ଆଶଙ୍କା

ପୁଣି ତେଜିଲା ଯୁଦ୍ଧ... ଇସ୍ରାଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ । ଅସ୍ତ୍ରବିରତି ଲାଗୁ ପରେ ଏହା ଇରାନ ସେନା ପ୍ରଥମ ଥର ପାଇଁ ଇସ୍ରାଏଲ୍କୁ ଟାର୍ଗେଟ୍ । ଏହି ଆକ୍ରମଣ ଦ୍ୱାରା ପୁଣି ଥରେ ଭୟଙ୍କର ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି । ଇରାନ ସହ ଆମେରିକା-ଇସ୍ରାଏଲ୍ ଯୁଦ୍ଧ ଶେଷ କରିବା ପାଇଁ ଚାଲିଥିବା ମଧ୍ୟସ୍ଥତା ପ୍ରୟାସ ମଧ୍ୟ ବିପଦ ଭିତରକୁ ଠେଲି ହୋଇଯାଇଯାଇଛି ।
ରବିବାର ଆମେରିକାର ଅନୁରୋଧକୁ ଅଣଦେଖା କରି ଇସ୍ରାଏଲ୍ ବେରୁତର ଦକ୍ଷିଣ ଉପକଣ୍ଠରେ ଆକ୍ରମଣ କରିବା ପରେ ତେହେରାନ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଥିଲା । ଏହାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି । ଇରାନ ଏହି ଆକ୍ରମଣକୁ ସ୍ୱୀକାର କରିଛି ଏବଂ ନିଜର ପଶ୍ଚିମ ଆକାଶମାର୍ଗକୁ ବନ୍ଦ କରିଦେଇଛି ।
ପଡ଼ୋଶୀ ଇରାକ ଏବଂ ସିରିଆ ମଧ୍ୟ ଇସ୍ରାଏଲର ସମ୍ଭାବ୍ୟ ଆକ୍ରମଣରୁ ରକ୍ଷା ପାଇବା ପାଇଁ ନିଜ ନିଜର ଆକାଶମାର୍ଗ ବନ୍ଦ କରିଦେଇଛନ୍ତି । ଇସ୍ରାଏଲର ଅନେକ ଅଞ୍ଚଳରେ ସାଇରନ୍ ବାଜିବା ପରେ ଲକ୍ଷ ଲକ୍ଷ ଲୋକ ସୁରକ୍ଷିତ ଆଶ୍ରୟସ୍ଥଳକୁ ଦୌଡ଼ିଥିଲେ ।
ଇସ୍ରାଏଲ୍ ସେନା କହିଛି ଯେ ସେମାନେ ଅତି କମରେ ତିନୋଟି ପର୍ଯ୍ୟାୟରେ ଆସିଥିବା ମିସାଇଲଗୁଡ଼ିକୁ ମଝି ଆକାଶରେ ନଷ୍ଟ କରିଦେଇଛନ୍ତି ଏବଂ ଉତ୍ତର ଭାଗରେ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଅତି କମରେ ୧୦ଟି ବାଲିଷ୍ଟିକ ମିସାଇଲ୍କୁ ମଝି ଆକାଶରେ ଅଟକାଯାଇଛି ।
ଇସ୍ରାଏଲ୍ ସେନା କହିଛି ଯେ ତେଲ୍ ଆଭିଭ୍ ଏହି ଆକ୍ରମଣର ଏକ "ଶକ୍ତିଶାଳୀ" ଜବାବ ଦେବ । "ଇରାନ ଏକ ଗୁରୁତର ଭୁଲ୍ କରିଛି," ବୋଲି ଇସ୍ରାଏଲ୍ କହିଛି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍କୁ ଆଉ ଅଧିକ ଜବାବୀ ଆକ୍ରମଣ କରିବାର ଆବଶ୍ୟକତା ନାହିଁ ବୋଲି କହିଥିବା ସୂଚନା ମିଳିଛି ।
ଏଥିସହ ପଢନ୍ତୁ: ୬୦ ବର୍ଷ ପରେ ପୁଣି ଫେରିଲା 'ସ୍କ୍ରୁୱର୍ମ' ଆତଙ୍କ; ମୁକାବିଲା ପାଇଁ ପ୍ରସ୍ତୁତ ୬୦ କୋଟି ମାଛି
ଇରାନର ଆକ୍ରମଣ ପଣ୍ଡ କରାଗଲା
ଇସ୍ରାଏଲୀ ସେନା ଦାବି କରିଛି ଯେ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଇରାନ ଦ୍ୱାରା ନିକ୍ଷେପ କରାଯାଇଥିବା ସମସ୍ତ କ୍ଷେପଣାସ୍ତ୍ରକୁ ସଫଳତାର ସହ ପ୍ରତିରୋଧ କରି ନଷ୍ଟ କରିଛି । ଏହି ସମୟରେ, ଇରାନୀ ସେନା ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇ କହିଛି ଯେ ଯଦି ଏହା ଲେବାନନ ଉପରେ ଆକ୍ରମଣ ବନ୍ଦ ନ କରେ, ତେବେ ଏହା ଆହୁରି ଭୟଙ୍କର ଆକ୍ରମଣର ସମ୍ମୁଖୀନ ହେବ । ଇରାନ ଅଭିଯୋଗ କରିଛି ଯେ ଇସ୍ରାଏଲ ବେରୁତର ଦକ୍ଷିଣ ଉପନଗରକୁ ଟାର୍ଗେଟ କରି ଏବଂ ଦକ୍ଷିଣ ଲେବାନନରେ ଆକ୍ରମଣକୁ ତୀବ୍ର କରି ସମସ୍ତ ସୀମା ଅତିକ୍ରମ କରିଛି ।
'ତେହେରାନକୁ ଜଳିବାକୁ ପଡିବ'
ଏହି ସମୟରେ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) କହିଛି ଯେ ଏହା ସମସ୍ତ ମୋର୍ଚ୍ଚାରେ କାର୍ଯ୍ୟକାରୀ ହେବ ବୋଲି ସର୍ତ୍ତରେ ଆମେରିକା ସହିତ ଯୁଦ୍ଧବିରତିକୁ ଗ୍ରହଣ କରିଛି। IRGC ସୂଚିତ କରିଛି ଯେ ଲେବାନନରେ ଚାଲିଥିବା ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନ ଏହି ବୁଝାମଣାର ବିରୁଦ୍ଧାଚରଣ କରୁଛି। ଏହି ସମୟରେ, ଇସ୍ରାଏଲର ଦକ୍ଷିଣପନ୍ଥୀ ଜାତୀୟ ସୁରକ୍ଷା ମନ୍ତ୍ରୀ, ଇଟାମାର ବେନ୍-ଗଭିର, ଇରାନର ଆକ୍ରମଣ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ତେହେରାନ ଜଳିଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories