Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୬୦ ବର୍ଷ ପରେ ପୁଣି ଫେରିଲା 'ସ୍କ୍ରୁୱର୍ମ' ଆତଙ୍କ; ମୁକାବିଲା ପାଇଁ ପ୍ରସ୍ତୁତ ୬୦ କୋଟି ମାଛି

International

US Screwworm Terror / ୬୦ ବର୍ଷ ପରେ ପୁଣି ଫେରିଲା 'ସ୍କ୍ରୁୱର୍ମ' ଆତଙ୍କ; ମୁକାବିଲା ପାଇଁ ପ୍ରସ୍ତୁତ ୬୦ କୋଟି ମାଛି

Subhramjit Ray
Browse all articles by Subhramjit Ray
·1 hour ago·3 min read
୬୦ ବର୍ଷ ପରେ ପୁଣି ଫେରିଲା 'ସ୍କ୍ରୁୱର୍ମ' ଆତଙ୍କ; ମୁକାବିଲା ପାଇଁ ପ୍ରସ୍ତୁତ ୬୦ କୋଟି ମାଛି
US Screwworm Terror

Key Points

ଆମେରିକାରେ ପୁନର୍ବାର ଆବିଷ୍କୃତ ହୋଇଥିବା ମାଂସ ଖିଆ ହେଉଛି ଏକ ପରଜୀବୀ। ଯାହା ମଣିଷ କିମ୍ବା ପ୍ରାଣୀ ଶରୀରର କ୍ଷତ ଏବଂ ଆର୍ଦ୍ର ସ୍ଥାନରେ ଅଣ୍ଡା ଦେଇଥାଏ।
60 crores sterile flies ready to curb screwworm: ପୁଣି ଥରେ ଫେରିଛି "ସ୍କ୍ରୁୱର୍ମ" (Screwworm) ଆତଙ୍କ। ମାଂସ ଖିଆ ମାଛି ଭାବରେ ଜଣାଶୁଣା ଏହି ବିପଦଜନକ କୀଟ ପ୍ରାୟ ୬୦ ବର୍ଷ ପରେ ଆମେରିକାରେ ପୁନର୍ବାର ଦୃଶ୍ୟମାନ ହେବାରେ ଲାଗିଛି। ଏହି ପରଜୀବୀ କୀଟ ଏବେ ଆମେରିକୀୟ ପ୍ରଶାସନ ଲାଗି ଚିନ୍ତା ବଢାଇ ଦେଇଛି। ଆମେରିକୀୟ ସରକାରୀ ଏଜେନ୍ସି ଏବେ ଏହି କୀଟର ପ୍ରସାର ଏବଂ ଏହା ଦ୍ୱାରା ହେବାକୁ ଯାଉଥିବା ସଂକ୍ରମଣକୁ ରୋକିବା ପାଇଁ ଜୋରସୋରରେ ପ୍ରସ୍ତୁତି କରୁଛି।

ଏହି ମାଂସ ଖିଆ ମାଛି "ସ୍କ୍ରୁୱର୍ମ" ମଣିଷ ପାଇଁ ମଧ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆମେରିକା ପ୍ରଶାସନ ଏବେ କୋଟି କୋଟି ବନ୍ଧ୍ୟା ମାଛି ଛାଡି଼ବାକୁ ଏବଂ ସ୍ୱତନ୍ତ୍ର କୁକୁର ବ୍ୟବହାର କରିବାକୁ ଯୋଜନା କରିଛନ୍ତି।

କାହିଁକି ମଣିଷ ପାଇଁ ବିପଦପୂର୍ଣ୍ଣ "ସ୍କ୍ରୁୱର୍ମ" (Screwworm)?
"ସ୍କ୍ରୁୱାର୍ମ" (Screwworm) ହେଉଛି ଏକ ପରଜୀବୀ ମାଛି। ଏହି ମାଈ ମାଛି ମଣିଶ ଶରୀରର ଖୋଲା ସ୍ଥାନରେ ରହିଥିବା କ୍ଷତ ଏବଂ ଆର୍ଦ୍ର ସ୍ଥାନରେ ଏହାର ଅଣ୍ଡା ଦେଇଥାଏ। ଯେତେବେଳେ ଏହି ଅଣ୍ଡା ଫୁଟିଥାଏ, ଶହ ଶହ ଛୋଟ କୀଟ (ଲାର୍ଭା) ଶରୀରରେ ପ୍ରବେଶ କରିଥାଏ। ଏହାର ତୀକ୍ଷ୍ଣ ଦାନ୍ତରେ ଜୀବନ୍ତ ମାଂସକୁ କାମୁଡ଼ି ଥାନ୍ତି। ଏହି ମାଛି ମଣିଷ ଏବଂ ପ୍ରାଣୀ ଉଭୟଙ୍କୁ ସଂକ୍ରମିତ କରିପାରେ। ଗତ ୩ ତାରିଖରେ ଆମେରିକୀୟ ଅଧିକାରୀ ୬୦ ବର୍ଷ ମଧ୍ୟରେ "ସ୍କ୍ରୁୱର୍ମ" ସହ ଜଡ଼ିତ ପ୍ରଥମ ମାମଲା ସମ୍ପର୍କରେ ଘୋଷଣା କରିଥିଲେ। ଯାହା ଏକ ତିନି ସପ୍ତାହ ବୟସର ବାଛୁରୀ ଶରୀରରେ ମିଳିଥିଲା। ଏହାର ଲାର୍ଭା ଏହି ବାଛୁରୀ ନାଭିରେ ମିଳିଥିଲା।

ବ୍ୟାପୁଛି ସଂକ୍ରମଣର ଭୟ
ଏହି ମାମଲା ସର୍ବପ୍ରଥମେ ଆମେରିକାର ଟେକ୍ସାସ ପ୍ରଦେଶର ଲା ପ୍ରାୟୋର ସହରରେ ଚିହ୍ନଟ ହୋଇଇଥିଲା। ଯାହା ମେକ୍ସିକୋ ସୀମାରୁ ପ୍ରାୟ ୩୦ ମାଇଲ ଦୂରରେ ଅବସ୍ଥିତ। ବିବିସି ରିପୋର୍ଟ ଅନୁଯାୟୀ ସ୍ଥାନୀୟ କର୍ତ୍ତୃପକ୍ଷ ୨୦ କିଲୋମିଟର ମଧ୍ୟରେ ଏକ "ନିରୋଧ କ୍ଷେତ୍ର" (Control Zone) ସ୍ଥାପନ କରିଛନ୍ତି। ଏହି ଅଞ୍ଚଳକୁ ସଙ୍ଗରୋଧ (Quarantine) କରାଯାଇଛି। ଏଠାରେ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯିବା ସହ ଏଠାକାର ସ୍ଥିତି ଉପରେ ସତର୍କ ନଜର ରଖାଯାଇଛି। "ସ୍କ୍ରୁୱାର୍ମ" ଲାର୍ଭା ମାଛିରେ ପରିଣତ ହୋଇଥାଏ। ଯିଏ କମ୍ ଦୂରତା ପାଇଁ ଉଡ଼ିପାରେ। ହେଲେ ତଥାପି ଏହା ମଣିଷ ଶରୀର ମାଧ୍ୟମରେ ଦୀର୍ଘ ଦୂରତା ପର୍ଯ୍ୟାନ୍ତ ବ୍ୟାପି ଯାଇପାରେ।

ଏହା ସହ ପଢନ୍ତୁ: କଙ୍ଗୋରେ ଇବୋଲା ତାଣ୍ଡବ; ୮୦ ମୃତ, ଚିନ୍ତାରେ ପଡ଼ୋଶୀ

"ସ୍କ୍ରୁୱର୍ମ" ମୁକାବିଲା ପାଇଁ କ'ଣ କରୁଛନ୍ତି ଆମେରିକା ସରକାର? କ'ଣ ରହିଛି ପ୍ରଥମ ଯୋଜନା?

"ସ୍କ୍ରୁୱର୍ମ" ଏହି ମାଂସ ଖିଆ ମାଛିର ମୁକାବିଲା କରିବା ପାଇଁ କୋଟି କୋଟି ବନ୍ଧ୍ୟା ମାଛିଙ୍କୁ ଛାଡ଼ିବାକୁ ଯାଉଛନ୍ତି ଆମେରିକା ସରକାର। କାରଣ ମାଈ ମାଛି ସେମାନଙ୍କ ଜୀବନକାଳ ମଧ୍ୟରେ କେବଳ ଥରେ ସଙ୍ଗମ କରିଥାଏ। ଏଭଳି ପରିସ୍ଥିତିରେ ଯଦି ସେମାନେ ଏହି ବନ୍ଧ୍ୟା ଅଣ୍ଡିରା ମାଛିଙ୍କ ସହିତ ସଙ୍ଗମ କରନ୍ତି, ତାହେଲେ ସେମାନଙ୍କର ଅଣ୍ଡା ସୃଷ୍ଟି ହେବ ନାହିଁ କିମ୍ବା ଏହା ଫୁଟିବ ନାହିଁ। ଯାହାକୁ ବୈଜ୍ଞାନିକ ଭାଷାରେ ବନ୍ଧ୍ୟା କୀଟ କୌଶଳ (Sterile Insect Technique) କୁହାଯାଏ। ଏହି କୌଶଳରେ ମାଛିଙ୍କୁ ଏକ ବନ୍ଦ ସ୍ଥାନରେ ପ୍ରଜନନ କରାଯାଏ ଏବଂ ଏହା ପରେ ସେମାନଙ୍କୁ ବନ୍ଧ୍ୟା କରିବା ପାଇଁ "ରାଡ଼ିଏସନ୍" (Radiation) କରାଯାଏ। ଏହା ପରେ ଏହି ବନ୍ଧ୍ୟା ଅଣ୍ଡିରା ମାଛିଙ୍କୁ ଜଙ୍ଗଲରେ ଛାଡି ଦିଆଯାଏ।

ହେଲେ ଏହି ଯୋଜନାରେ ଆମେରିକୀୟ ଅଧିକାରୀ ଏକ ବଡ଼ ସମସ୍ୟାର ସାମ୍ନା କରୁଛନ୍ତି। ଏନେଇ ଅଧିକାରୀଙ୍କ କହିଛନ୍ତି ଯେ ଏହି ମାଂସ ଖାଉଥିବା ମାଛିଙ୍କୁ ମୁକାବିଲା କରିବା ପାଇଁ, ପ୍ରତି ସପ୍ତାହରେ ପ୍ରାୟ ୬୦ କୋଟି ବନ୍ଧ୍ୟା ଅଣ୍ଡିରା ମାଛି ଆବଶ୍ୟକ ହେବ। ବର୍ତ୍ତମାନ ଉଭୟ ଆମେରିକା ଏବଂ ମେକ୍ସିକୋ ପରୀକ୍ଷାଗାର ପ୍ରତି ସପ୍ତାହରେ କେବଳ ୧୦ କୋଟି ମାଛି ଉତ୍ପାଦନ କରାଯାଇ ପାରିବ।

ଦ୍ୱିତୀୟ ଯୋଜନାରେ ରହିଛି ସ୍ୱତନ୍ତ୍ର କୁକୁର ବ୍ୟବହାର
"ବିଗଲ୍ ବ୍ରିଗେଡ୍" (US Beagle Brigade Dog) ନାମକ ସ୍ୱତନ୍ତ୍ର ଆଘ୍ରାଣ ଶକ୍ତି ରହିଥିବା କୁକୁର ଏବେ ଆମେରିକା ସୀମାରେ ନିୟୋଜିତ କରାଯାଉଛି। ଏହି କୁକୁର ଏହି ମାଂସ ଖିଆ ମାଛିଙ୍କ ଗନ୍ଧ ସୁଂଘି ସେମାନଙ୍କୁ ଚିହ୍ନଟ କରିପାରିବେ। ବର୍ତ୍ତମାନ ଏହି ବିପଦପୂର୍ଣ୍ଣ ପରଜୀବୀର ପ୍ରସାରକୁ ରୋକିବା ପାଇଁ, ପଶୁପାଳନ କରୁଥିବା ମାଲିକ ସେମାନଙ୍କ ପଶୁଙ୍କ ଦେହରେ ହୋଇଥିବା କ୍ଷତକୁ ଘୋଡ଼ାଇ ରଖିବା ଆବଶ୍ୟକ। ଲୋକେ ନିଜକୁ ଏବଂ ସେମାନଙ୍କ ଗୃହ ପାଳିତ ପଶୁଙ୍କୁ ମଧ୍ୟ ଯାଞ୍ଚ କରିବା ଆବଶ୍ୟକ। କୌଣସି ସଂକ୍ରମଣ ମାମଲା ପାଇଲେ ତୁରନ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ଆବଶ୍ୟକ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Deploys 600M Sterile Flies Against Flesh-Eating Worm | Argus News