Videos
|
International

Indian Airlines Cancel / ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ, ପ୍ରଭାବରେ ୩୫୦ ଭାରତୀୟ ବିମାନ ବାତିଲ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ, ପ୍ରଭାବରେ ୩୫୦ ଭାରତୀୟ ବିମାନ ବାତିଲ
Indian Airlines Cancel

Key Points

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି
୩୫୦ ଭାରତୀୟ ବିମାନ ବାତିଲ
ଯୁଦ୍ଧକୁ ନେଇ ସବୁ ଦେଶ ଚିନ୍ତାରେ । ଆଗକୁ ପରିସ୍ଥିତି କେଉଁ ଦେଶରେ ହେବ ଆକ୍ରମଣ ତାକୁ ନେଇ ସବୁଠି ଚିନ୍ତା ଏବଂ ଭୟ ଘାରିଛି। ଏହାରି ଭିତରେ ଭାରତ ସରକାର ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ବର୍ତ୍ତମାନ ୩୫୦ ଭାରତୀୟ ବିମାନ ବାତିଲ ହୋଇଥିବା ଖବର ସାମ୍ନାକୁ ଆସିଛି। ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାର ଇଣ୍ଡିଆ ରବିବାର ଆହୁରି ୨୨ଟି ଅନ୍ତର୍ଜାତୀୟ ବିମାନ ବାତିଲ କରିଛି।ଫଳରେ ଏୟାରଲାଇନ୍ସର ମୋଟ ବିମାନ ବାତିଲ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି।ଏଭଳି ସ୍ଥିତିରେ ବିମାନ କମ୍ପାନୀଗୁଡ଼ିକ ଯାତ୍ରୀଙ୍କ ପାଇଁ ପୂରା ସୁବିଧା ମଧ୍ୟ ଦେଇଛନ୍ତି।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଗମ୍ଭୀର ହେବାରୁ ଏହିସବୁ ଦେଶଗୁଡିକୁ ଭାରତରୁ ବିମାନ ଉଡ଼ାଣ ବାତିଲ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ରବିବାର,ମାର୍ଚ୍ଚ ୧ ତାରିଖରେ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଦ୍ୱାରା ପରିଚାଳିତ ମୋଟ ୩୫୦ଟି ବିମାନ ବାତିଲ କରାଯାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ୍ ଓ ଆମେରିକା ଇରାନ ଉପରେ ଯେତେକି ଆକ୍ରମଣ କରୁଛନ୍ତି ଇରାନ ବି ଆମେରିକାକୁ ଟାର୍ଗେଟ୍ କରି ଏହାର ସାମରିକ ଘାଟି ଉପରେ ଆକ୍ରମଣ ଜାରି ରଖିଛି। ଫଳରେ ଇରାନ ସହିତ କତାର, ୟୁଏଇ, ବାହାରିନ, ସାଇପ୍ରସ, ଇରାକ ଲେବାନନ ଭଳି ଦେଶ ଯୁଦ୍ଧର ତାଣ୍ଡବର ଶିକାର ହେଉଛନ୍ତି।

ସେପଟେ ଦୂରରେ ଥାଇ ଆମେରିକା ଇସ୍ରାଏଲକୁ ହାତ କରି ମଧ୍ୟପ୍ରାଚ୍ୟରେ ଅଶାନ୍ତି ସୃଷ୍ଟି କରି ମଜା ନେଉଛି। ଏବଂ ଯାତ୍ରୀମାନେ ସମ୍ପୃକ୍ତ ଏୟାରଲାଇନ୍ସ ସହିତ ସେମାନଙ୍କର ଉଡ଼ାଣର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକୀୟ ସହାୟତା ପାଇଁ ସେମାନଙ୍କ ସହିତ ସମନ୍ୱୟ ରଖିବାକୁ ପରାମର୍ଶ ଦେଇଥିଲା।ତେବେ ସମୟ ଅନୁସାରେ ଯାତ୍ରୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଏୟାରଲାଇନ୍ସଗୁଡ଼ିକ ଟ୍ରାକ୍ ଚେଞ୍ଜ୍ କରିବା ପୂର୍ବରୁ ସତର୍କ ରହିଛନ୍ତି।

ଏଥିସହ ପଢ଼ନ୍ତୁ: ଇରାନ୍‌ ଯୁଦ୍ଧ: ଆଜି ଦିଲ୍ଲୀରେ ପହଞ୍ଚିବେ ମୋଦୀ, ରାତିରେ ହେବ ବୈଠକ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ୪୪୪ଟି ବିମାନ ବାତିଲ ହେବାର ଆଶା କରାଯାଉଥିଲା।ଏନେଇ ମନ୍ତ୍ରଣାଳୟ କହିଛି"ମଧ୍ୟପ୍ରାଚ୍ୟରେ ଭୂ-ରାଜନୈତିକ ଘଟଣାକ୍ରମରୁ ଉପୁଜିଥିବା ସମସ୍ୟା ଯୋଗୁ ଆକାଶ ମାର୍ଗରେ କଟକଣା ଲାଗିଥିବାରୁ ମାର୍ଚ୍ଚ ୧ ତାରିଖରେ ଭାରତୀୟ ଘରୋଇ ଏୟାରଲାଇନ୍ସଗୁଡ଼ିତ ଦ୍ୱାରା ପରିଚାଳିତ ମୋଟ ୩୫୦ଟି ବିମାନ ଉଡ଼ାଣ ବାତିଲ କରାଯାଇଛି।"ଏହା ପୂର୍ବରୁ ୪୧୦ଟି ଘରୋଇ ବିମାନ ଉଡ଼ାଣ ବାତିଲ ହୋଇଥିବା ମନ୍ତ୍ରଣାଳୟ ରିପୋର୍ଟ କରିଥିଲା।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories

Indian Airlines Cancel | Indian airlines cancel 350 international flights on March 1 | Argus News | Argus News