Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Modi Trump / ୧୬ ମାସ ପରେ ଏକାଠି ହୋଇଗଲେ ମୋଦୀ ଏବଂ ଟ୍ରମ୍ପ୍‌

Rashmita Mishra
Browse all articles by Rashmita Mishra
·3 weeks ago·3 min read
୧୬ ମାସ ପରେ ଏକାଠି ହୋଇଗଲେ ମୋଦୀ ଏବଂ ଟ୍ରମ୍ପ୍‌
Modi Trump

Key Points

ମୋଦୀଙ୍କ ପାଖରେ ବସି ଟ୍ରମ୍ପ କଲେ ୫ ସାଂଘାତିକ ପ୍ଲାନ୍‌
ଟ୍ରମ୍ପଙ୍କ ଏମିତି କଥା ଶୁଣି ଭୟରେ ଚୀନ୍‌ ଏବଂ ପାକିସ୍ତାନ
ଭାରତର ଶତ୍ରୁଦେଶ ଉପରେ ଆକ୍ରମଣ କରିବ ଆମେରିକା

ମୋଦୀଙ୍କ ପାଖରେ ବସି ଟ୍ରମ୍ପ କଲେ ୫ ସାଂଘାତିକ ପ୍ଲାନ୍‌ । ଟ୍ରମ୍ପଙ୍କ ଏମିତି କଥା ଶୁଣି ଭୟରେ ଚୀନ୍‌ ଏବଂ ପାକିସ୍ତାନ । ଭାରତର ଶତ୍ରୁଦେଶ ଉପରେ ଆକ୍ରମଣ କରିବ ଆମେରିକା । ୧୬ ମାସ ପରେ ଏକାଠି ହୋଇଗଲେ ମୋଦୀ ଏବଂ ଟ୍ରମ୍ପ୍‌ । ଶତ୍ରୁମାନେ ଏମିତ ଦୃଶ୍ୟକୁ ଦେଖି ଥରିଲେଣି । ସିଧା ସିଧା ଶତ୍ରୁ ମାନଙ୍କୁ ଚେତାବନୀ ଦେଲେ ଟ୍ରମ୍ପ । ଏମିତି କହିଲେ କି ଶତ୍ରୁ ଦେଶ ଏବେ ପୁରା ଛାନିଆ ।

ମୋଦୀଙ୍କ ସହ ଟ୍ରମ୍ପ କଲେ ୫ ସାଂଘାତିକ ଡିଲ । ଦୀର୍ଘ ୧୬ ମାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଭେଟଘାଟ ହୋଇଛି । ଫ୍ରାନ୍ସରେ ଚାଲିଥିବା ଜି ୭ ଶିଖର ସମ୍ମିଳନୀରେ ବଡ଼ ବଡ଼ ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୋଦୀ । ବିଭିନ୍ନ ଦେଶ ସହ ମିଶି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସବୁ ନିଆଯାଇଛି । ଏହି ସମ୍ମିଳନୀରେ ପ୍ରଧାମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ହୋଇଛି ସାଂଘାତିକ ଡିଲ୍‌ । ଏମିତି ଡିଲ୍‌ ହୋଇଛି କି ଶତ୍ରୁ ଦେଶ ଚୀନ୍‌ ଏବଂ ପାକିସ୍ତାନ ଭୟରେ ଥରିବାକୁ ଲାଗିଲେଣି ।

ଟ୍ରମ୍ପ କହିଛନ୍ତି କି ଯଦି ଭାରତ ଉପରେ ଆକ୍ରମଣ ହୁଏ ତେବେ ଆମେରିକା ଭାରତ ପାଇଁ ଯୁଦ୍ଧ କରିବ। ଭାରତର ଶତ୍ରୁଙ୍କ ଉପରେ ଆକ୍ରମଣ କରିବ ଆମେରିକା । ଭାରତର ମିତ୍ର ହେଉଛି ଆମେରିକା । ଭାରତକୁ ଆମେରିକା ଏକା ଛାଡ଼ିବ ନାହିଁ । ଯଦି ଦେଖିବା ଏ କଥା ଛାଡ଼ିଦେଲେ ଜି-୭ ଶିଖର ସମ୍ମିଳନୀ ଅବସରରେ ୫ ସାଂଘାତିକ ଡିଲ ହୋଇଛି ଭାରତ ଏବଂ ଆମେରିକା ମଧ୍ୟରେ । ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ଏବଂ ଚୀନ୍‌ ରାଷ୍ଟ୍ରପତି ଜିଂପିଂ ଏମିତି ଡିଲ ପରେ ପୁରା ଛାନିଆ । ତେବେ ଏହି ୫ ଡିଲ କଣ ଯାହା ଆମେରିକା ସହ ହୋଇଛି ।

ଏଥିସହ ପଢ଼ନ୍ତୁ: ତାତିଲେଣୀ ଇସ୍ରାଏଲୀ; ନିର୍ବାଚନ ଆଗରୁ ବଢୁଛି ନେତାନ୍ୟାହୁଙ୍କ ଚିନ୍ତା

ପ୍ରଥମରେ ଭାରତ ଏବଂ ଆମେରିକା ମଧ୍ୟରେ ହୋଇଛି ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି । ଉଭୟ ଦେଶ ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦର ସମାଧାନ ପାଇଁ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ଉପରେ ଦୁଇ ନେତା ସହମତି ପ୍ରକାଶ କରିଛନ୍ତି ।

ସେହିଭଳି ଦ୍ବିତୀୟରେ ଭାରତୀୟ ନାବିକ ଓ ସାମୁଦ୍ରିକ ସୁରକ୍ଷାକୁ ନେଇ ହୋଇଛି ଡିଲ । ପଶ୍ଚିମ ଏସିଆ ଓ ଇରାନ ସଙ୍କଟ ମଧ୍ୟରେ ଷ୍ଟ୍ରେଟ୍ ଅଫ୍ ହରମୁଜରେ ଭାରତୀୟ ନାବିକମାନଙ୍କ ସୁରକ୍ଷାକୁ ନେଇ ହୋଇଛି ଡିଲ । ଆମେରିକା ଏହି ବାଣିଜ୍ୟିକ ମାର୍ଗର ସୁରକ୍ଷା ନିଶ୍ଚିତ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛି ।

ତୃତୀୟରେ ପ୍ରତିରକ୍ଷା ଏବଂ କମ୍ପାକ୍ଟ ଅଂଶୀଦାରିତା ଉପରେ ଆଲୋଚନା। ଭାରତ-ଆମେରିକା ମଧ୍ୟରେ ଷ୍ଟ୍ରାଟେଜିକ୍ ଟେକ୍ନୋଲୋଜି ଏବଂ ସାମରିକ ସହଯୋଗ ବୃଦ୍ଧି ପାଇବ। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ଆହୁରି ବୃଦ୍ଧି ପାଇବ ।

ଖାଲି ସେତିକି ନୁହେଁ। ଚତୁର୍ଥ ଡିଲରେ ରହିଛି ଶକ୍ତି ଏବଂ ବୈଷୟିକ ସହଯୋଗ। ଭବିଷ୍ୟତର ଶକ୍ତି ସଙ୍କଟକୁ ଦୂର କରିବା ପାଇଁ କ୍ଲିନ୍ ଏନର୍ଜି ଏବଂ ଆଡଭାନ୍ସଡ୍ ଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଭାବେ କାମ କରିବାକୁ ଉଭୟ ଦେଶ ନିଷ୍ପତ୍ତି ନେଇଛନ୍ତି ।

ଗତ କିଛି ମାସ ଧରି ଶୁଳ୍କ ଏବଂ କୂଟନୈତିକ ସ୍ତରରେ ଉଭୟ ଦେଶ ମଧ୍ୟରେ କିଛିଟା ତିକ୍ତତା ଦେଖାଯାଇଥିଲା। କିନ୍ତୁ ଏବେ ଜି-୭ ସମ୍ମିଳନୀରେ ମୋଦୀ ଏବଂ ଟ୍ରମ୍ପଙ୍କ ଏହି ହାତମିଳା ପ୍ରମାଣ କରୁଛି ଯେ ଆଗାମୀ ଦିନରେ ଭାରତ ଓ ଆମେରିକାର ବନ୍ଧୁତ୍ୱ ଆହୁରି ମଜବୁତ ହେବ। ବିଶ୍ୱଶାନ୍ତି ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ୫ଟି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi Trump | Modi And Trump Meet Again After 16 Months | Argus News