Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାତିଲେଣୀ ଇସ୍ରାଏଲୀ; ନିର୍ବାଚନ ଆଗରୁ ବଢୁଛି ନେତାନ୍ୟାହୁଙ୍କ ଚିନ୍ତା

International

Trump vs Netanyahu Relationship / ତାତିଲେଣୀ ଇସ୍ରାଏଲୀ; ନିର୍ବାଚନ ଆଗରୁ ବଢୁଛି ନେତାନ୍ୟାହୁଙ୍କ ଚିନ୍ତା

Subhramjit Ray
Browse all articles by Subhramjit Ray
·1 hour ago·3 min read
ତାତିଲେଣୀ ଇସ୍ରାଏଲୀ; ନିର୍ବାଚନ ଆଗରୁ ବଢୁଛି ନେତାନ୍ୟାହୁଙ୍କ ଚିନ୍ତା
Trump vs Netanyahu Relationship

Key Points

ଆମେରିକା-ଇରାନ ଚୁକ୍ତିନାମାରୁ ସବୁଠାରୁ ବଡ଼ କ୍ଷତି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ହୋଇଛି। ଯେଉଁ ଯୁଦ୍ଧ ଉପରେ ସେ ତାଙ୍କର ରାଜନୈତିକ ଭବିଷ୍ୟତକୁ ବାଜି ଲଗାଇଥିଲେ, ତାହା ଇରାନରେ ଶାସନ ପରିବର୍ତ୍ତନ କିମ୍ବା ଏହାର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ବନ୍ଦ ନକରି ଶେଷ ହୋଇଥିଲା।
Trump Netanyahu rift Israel election 2026: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ରୋକିବା ପାଇଁ ଆମେରିକା-ଇରାନ ମଧ୍ୟରେ ହୋଇଛି ଶାନ୍ତି ଚୁକ୍ତି। ହେଲେ ଏହା ଦ୍ୱାରା ଇସ୍ରାଏଲକୁ ଲାଗିଛି ସବୁଠାରୁ ବଡ଼ ଝଟକା। ଏହି ଚୁକ୍ତି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ (ବିବି) ଙ୍କ ପାଇଁ ଏକ ରାଜନୈତିକ ସଙ୍କଟ ସୃଷ୍ଟି କରିଛି। ଯାହା ତାଙ୍କ ଆସନକୁ ବିପଦରେ ପକାଇ ଦେଇଛି। ସେ ଆଶା କରିଥିଲେ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମିଳିତ ଭାବରେ ଲଢ଼ାଯାଇଥିବା ଯୁଦ୍ଧ ଇରାନରେ ସରକାରଙ୍କ ବିରୋଧରେ ଏକ ବିଦ୍ରୋହ ସୃଷ୍ଟି କରିବ। ସେ ଏହାର ଏକ ସୁବିଧା ନେଇ ନିର୍ବାଚନ ପୂର୍ବରୁ ନିଜକୁ ଜଣେ ନେତା ଭାବରେ ଉପସ୍ଥାପନ କରିପାରିବେ। ଯିଏ ଯୁଦ୍ଧରେ ଇରାନକୁ ପରାସ୍ତ କରିବା ସହ ସମଗ୍ର ମଧ୍ୟପ୍ରାଚ୍ୟର ଦୃଶ୍ୟପଟ ବଦଳାଇ ପାରିଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ପ୍ରଧାନମନ୍ତ୍ରୀ ନେତାନ୍ୟାଙ୍କୁ ରାଷ୍ଚ୍ରପତି ଟ୍ରମ୍ପଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହେବା ଭଳି ପରିସ୍ଥିତି ଉପୁଜିଛି।

ଆମେରିକା-ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହେବା ପରେ ନେତାନ୍ୟାହୁଙ୍କ ପ୍ରଥମ ବିବୃତ୍ତି ସୂଚାଇ ଦେଇଛି ଯେ ଟ୍ରମ୍ପଙ୍କ ସହିତ ତାଙ୍କର ମନୋମାଳିନ୍ୟ ବୃଦ୍ଧି ପାଇବାକୁ ଯାଉଛି। ନେତାନ୍ୟାହୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ମୁଁ କୌଣସି ଏକ ପ୍ରସଙ୍ଗରେ ସମାନ ମତ ରଖିପାରିବୁ ନାହିଁ। ମୁଁ ଇସ୍ରାଏଲ ସୁରକ୍ଷା ପାଇଁ ଦାୟୀ। ଏହି କାମ ବୁଦ୍ଧିମାନ ଭାବରେ କରିବା ଜରୁରୀ। ଇସ୍ରାଏଲୀ ସେନା ଗାଜା, ଲେବାନନ୍ ଏବଂ ସିରିଆ ଉପରେ କବଜା କରିବାରୁ ପଛକୁ ହଟିବ ନାହିଁ।

ଏହା ସହ ପଢନ୍ତୁ: ଯୁଦ୍ଧ ବେଳେ ନେତାନ୍ୟାହୁଙ୍କୁ ଶେଷ ଚେତାବନୀ ଦେଲେ ଟ୍ରମ୍ପ; କହିଲେ...

ଟ୍ରମ୍ପଙ୍କ ସହ ନେତାନ୍ୟାହୁଙ୍କ ମଧ୍ୟରେ ବଢୁଛି ବିଭେଦ
ନେତାନ୍ୟାହୁ ଏବଂ ଟ୍ରମ୍ପ ବାରମ୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏପରିକି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବା ଭଳି ପରିସ୍ଥିତି ଉପୁଜିଛି। ଲେବାନନରେ ଇରାନ-ସମର୍ଥିତ ହିଜବୁଲ୍ଲା ବିରୋଧରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନକୁ ନେଇ ନାରାଜ ହୋଇଉଠିଛି ଆମେରିକା। ଲେବାନନରେ ଯୁଦ୍ଧ ବନ୍ଦ କରିବା ପାଇଁ ଇରାନ ବାରମ୍ବାର ଦାବି କରିଆସୁଛି।ଏହି ମାସର ଆରମ୍ଭରେ, ତାତି ଉଠିଥିବା ଫୋନ୍ ବାର୍ତ୍ତାଳପରେ ନେତାନ୍ୟାହୁଙ୍କୁ "ସମ୍ପୂର୍ଣ୍ଣ ପାଗଳ" ବୋଲି କହିବାକୁ ପଛାଇ ନଥିଲେ। ରାଷ୍ଟ୍ରପତି ଟ୍ରମ୍ପ ସାର୍ବଜନୀନ ଭାବରେ ଏକଥାକୁ ସ୍ୱୀକାର କରିଥିଲେ।

ଆମେରିକା, ଇରାନ ସହିତ ଏକ ଶାନ୍ତି ଚୁକ୍ତି କରିବାକୁ ଚେଷ୍ଟା କରୁଥିବା ସମୟରେ ଟ୍ରମ୍ପ ନେତାନ୍ୟାହୁଙ୍କୁ ବେରୁତ ଉପରେ ଆକ୍ରମଣ ନକରିବାକୁ କହିଥିଲେ। ନେତାନ୍ୟାହୁ ସେହି ଦିନ ଆକ୍ରମଣ ବନ୍ଦ କରିଥିଲେ। ହେଲେ ଗୋଟିଏ ସପ୍ତାହ ପରେ, ଇସ୍ରାଏଲ ସେନା ପୁଣି ଥରେ ଦକ୍ଷିଣ ବେରୁତ ଉପରେ ଆକ୍ରମଣ କରିଥିଲା। ଏହା ପରେ ଇରାନ, ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଯାହା ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ଏକ ନୂତନ ପ୍ରାରମ୍ଭ ସଙ୍କେତ ଦେଇଥିଲା। ଏହା ବ୍ୟତୀତ, ଆମେରିକା ଏବଂ ଇରାନ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ଘୋଷଣା କରିବାର କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲ, ଗତ ରବିବାର ଲେବାନନ ରାଜଧାନୀରେ ପୁନର୍ବାର ଆକ୍ରମଣ କରିଥିଲା।

ଆଗକୁ ଆସୁଛି ନିର୍ବାଚନ; ବଢୁଛି ନେତାନ୍ୟାହୁଙ୍କ ଚିନ୍ତା
ଆଗାମୀ କିଛି ମାସ ମଧ୍ୟରେ ଇସ୍ରାଏଲରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏହି ନିର୍ବାଚନରେ ନେତାନ୍ୟାହୁ ହାରିଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାର ଫଳସ୍ୱରୂପ ସେ ଟ୍ରମ୍ପ ପ୍ରଶାସନର ନୀତିକୁ ଆହୁରି ଅଧକ ବିରୋଧ କରିପାରନ୍ତି। ରଏଟର୍ସ ରିପୋର୍ଟ ଅନୁଯାୟୀ, ସର୍ଭେ ଦର୍ଶାଉଛି ଯେ ଇସ୍ରାଏଲୀୟ ଆଉ ଟ୍ରମ୍ପଙ୍କୁ ପୂର୍ବ ପରି ବିଶ୍ୱାସ କରୁନାହାଁନ୍ତି। ଗତ ଶୁକ୍ରବାର ପ୍ରକାଶିତ ଇସ୍ରାଏଲ ଡେମୋକ୍ରାସି ଇନଷ୍ଟିଚ୍ୟୁଟ୍ ସର୍ଭେ ଅନୁଯାୟୀ, କେବଳ ୪୧ ପ୍ରତିଶତ ଇହୁଦୀ ଇସ୍ରାଏଲୀ ବିଶ୍ୱାସ କରନ୍ତି ଯେ ଟ୍ରମ୍ପ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତି। ଯାହା ଗତ ମାର୍ଚ୍ଚ ମାସରେ ୬୪ ପ୍ରତିଶତ ଥିଲା।

ଏହି ରିପୋର୍ଟ ଅନୁଯାୟୀ, ବାରାକ ଓବାମାଙ୍କ ପ୍ରଶାସନ ସମୟରେ ଇସ୍ରାଏଲରେ ଅବସ୍ଥାପିତ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଡାନ୍ ଶାପିରୋ କହିଛନ୍ତି, ଏହା ଦୁଇ ଦେଶର ସ୍ୱାର୍ଥକୁ ସ୍ପଷ୍ଟ ଭାବରେ ପୃଥକ କରିବାର ଏକ ସୁଯୋଗ। ନେତାନ୍ୟାହୁ ଆମେରିକା-ଇରାନ୍ ଚୁକ୍ତିନାମାକୁ ଖୋଲାଖୋଲି ବିରୋଧ କରିବେ ନାହିଁ। କାରଣ ସେ ଟ୍ରମ୍ପଙ୍କ ସହିତ ସିଧାସଳଖ ମୁକାବିଲା ଚାହାଁନ୍ତି ନାହିଁ। ହେଲେ ସେ ନିଶ୍ଚିତ ଭାବରେ ସଙ୍କେତ ଦେବେ ଯେ ଇସ୍ରାଏଲ ଏହି ଚୁକ୍ତିନାମା ଦ୍ୱାରା ଆବଦ୍ଧ ନୁହେଁ। ବରଂ ଇସ୍ରାଏଲ ଏହାର ଅଧିକାରକୁ ରକ୍ଷା କରିବା ପାଇଁ ପଛକୁ ହଟିବ ନାହିଁ।

ଏହା ସହ ପଢନ୍ତୁ: ସୀମା ଟପିଗଲେ ଟ୍ରମ୍ପ; ନେତାନ୍ୟାହୁଙ୍କୁ କହିଲେ...

ନେତାନ୍ୟାହୁ ପୂର୍ବରୁ ବାରାକ ଓବାମା ଏବଂ ଜୋ ବାଇଡନ୍ ପ୍ରଶାସନ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେରିକା ସହିତ ମୁହାଁମୁହିଁ ହୋଇଛନ୍ତି। ହେଲେ ତଥାପି ସେ ଦୀର୍ଘ ସମୟ ଧରି ଇସ୍ରାଏଲୀଙ୍କ ନିକଟରେ ନିଜକୁ ଟ୍ରମ୍ପଙ୍କ ସହ ଭଲ ସମ୍ପର୍କ ରହିଥିବା ନେତା ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି। ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ, ଆମେରିକା ଏହାର ଦୂତାବାସ ଜେରୁସେଲେମ ଅଭିମୁଖେ ସ୍ଥାନାନ୍ତର କରିଥିଲା ​​ଏବଂ ଆବ୍ରାହାମ ଚୁକ୍ତିନାମାକୁ ସମର୍ଥନ କରିଥିଲା। ଟ୍ରମ୍ପ ଇରାନ ସହିତ ଓବାମା ପ୍ରଶାସନ ବେଳର ପରମାଣୁ ଚୁକ୍ତିନାମାକୁ ମଧ୍ୟ ବାତିଲ କରି ଦେଇଥିଲେ। ଯାହାକୁ ଇସ୍ରାଏଲ ଦୀର୍ଘ ସମୟ ଧରି ଅତ୍ୟଧିକ ନରମ ଚୁକ୍ତି ବୋଲି ବିବେଚନା କରିଥିଲା।

୨୦୧୯ ନିର୍ବାଚନକୁ ମନେ ପକାଇ, ନେତାନ୍ୟାହୁ ତେଲ ଅଭିଭ ଏବଂ ଜେରୁସେଲେମ ଠାରେ ବଡ଼ ବଡ଼ ନିର୍ବାଚନ ପୋଷ୍ଟର ଲଗାଇଥିଲେ। ଯେଉଁଥିରେ ସେ ଟ୍ରମ୍ପଙ୍କ ସହିତ ହାତ ମିଳାଉ ଥିବାର ଦେଖିବାକୁ ମିଳିଲା। ହେଲେ ତଥାପି ଆମେରିକା-ଇରାନ ଚୁକ୍ତି ହେବା ପରେ ପରିସ୍ଥିତି ବଦଳି ଯାଇଛି। ନେତାନ୍ୟାହୁ ଆଉ ଦାବି କରିପାରିବେ ନାହିଁ ଯେ ଟ୍ରମ୍ପଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଇସ୍ରାଏଲୀ ଜନତାଙ୍କ ପାଇଁ ଲାଭଦାୟକ ହେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored