Technology / ବିଶ୍ୱର ସେହି ଦେଶ ଯେଉଁଠି ମିଳେ ସବୁଠୁ ମହଙ୍ଗା ଇଣ୍ଟରନେଟ୍
·5 months ago·3 min read

Key Points
ଇଣ୍ଟରନେଟ୍ ସେବାର ମୂଲ୍ୟ ବୃଦ୍ଧି ହେବା ପଛରେ ରହିଥିବା ସବୁଠାରୁ ବଡ଼ କାରଣ ହେଉଛି ଏହାର ଭିତ୍ତିଭୂମିର ମୂଲ୍ୟ।
Internet Cost by Country: ଆଜିର ବିଜ୍ଞାନ ଯୁଗରେ ଇଣ୍ଟରନେଟ୍ ସେବା ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ହୋଇଗଲାଣି। ବିଶ୍ୱର କୋଣ ଅନୁକୋଣରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବା ପରେ ବିଭିନ୍ନ ଦେଶର ଲୋକ ପରସ୍ପର ସହ ବିଭିନ୍ନ ଡିଜିଟାଲ ମାଧ୍ୟମରେ ଯୋଡ଼ି ହୋଇ ପାରୁଛନ୍ତି। ବିଶ୍ୱର କିଛି ଦେଶ ସୁଲଭ ଏବଂ ଦ୍ରୁତ ଇଣ୍ଟରନେଟ୍ ସଂଯୋଗ ମିଳୁଥିବା ବେଳେ ଅନ୍ୟ ଦେଶରେ ଅନଲାଇନ୍ ରହିବା ପାଇଁ ବେଶ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଇଣ୍ଟରନେଟ୍ ସେବା ମିଳିବା ମାମଲାରେ ବିଶ୍ୱର ସବୁଠାରୁ ମହଙ୍ଗା ଦେଶ ହେଉଛନ୍ତି ସଂଯୁକ୍ତ ଆରବ ଅମିରାତ ଏବଂ ସୋଲୋମନ ଦ୍ୱୀପପୁଞ୍ଜ।
ଇଣ୍ଟରନେଟ୍ ଗତି ଦୃଷ୍ଟିରୁ ସବୁଠାରୁ ମହଙ୍ଗା ଦେଶ
ଯେତେବେଳେ ପ୍ରତି ଏମବିପିଏସ୍ (mbps) ମୂଲ୍ୟ କଥା ଆସେ ସେତେବେଳେ ସଂଯୁକ୍ତ ଆରବ ଅମିରାତ (ୟୁଏଇ) ଏହି ତାଲିକାରେ ଶୀର୍ଷରେ ରହିଛି। ଏଠାରେ ଉପଭୋକ୍ତା ପ୍ରତି ଏମବିପିଏସ୍ ପିଛା ପ୍ରାୟ ୪ ଡଲାର ଖର୍ଚ୍ଚ କରିଥାନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୩୬୦ ଟଙ୍କା। ମୂଲ୍ୟ ଅଧିକ ହେବା କାରଣରୁ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପାଇଁ ୟୁଏଇ ଇଣ୍ଟରନେଟ୍ ସଂଯୋଗ ବିଶ୍ୱର ସବୁଠାରୁ ମହଙ୍ଗା ଦେଶ ତାଲିକାରେ ରହିଛି। ଉନ୍ନତ ଭିତ୍ତିଭୂମି ସହ ଏକ ଅତ୍ୟାଧୁନିକ ଭିତ୍ତିଭୂମି ହୋଇଥିବା ସତ୍ତ୍ୱେ ଏଠାରେ ଇଣ୍ଟରନେଟ୍ ମୂଲ୍ୟ ମୁଖ୍ୟତଃ ପ୍ରତିଯୋଗିତାର ଅଭାବ କାରଣରୁ ଅଧିକ ରହିଛି। ବଜାର କେବଳ କିଛି ପ୍ରମୁଖ ଟେଲିକମ୍ କମ୍ପାନୀ ସେମାନଙ୍କର ପ୍ରାଧାନ୍ୟ ବିସ୍ତାର କରିଛନ୍ତି।
ସୋଲୋମନ ଦ୍ୱୀପପୁଞ୍ଜ
ଯଦି ମୋଟ ମାସିକ ଖର୍ଚ୍ଚକୁ ଦେଖାଯାଏ ତାହେଲେ ସୋଲୋମନ ଦ୍ୱୀପପୁଞ୍ଜ ପ୍ରଥମ ସ୍ଥାନରେ ଅଛି। ଇଣ୍ଟରନେଟ୍ ସେବା ପାଇବା ପାଇଁ ପ୍ରତି ମାସରେ ଏଠାରେ ପ୍ରାୟ ୪୫୭ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାଏ। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେଉଛି ପ୍ରାୟ ୩୮,୦୦୦ ଟଙ୍କା। ଏହା ସାଧାରଣ ଉପଭୋକ୍ତାଙ୍କ ପାଇଁ ବହୁତ ମହଙ୍ଗା। ଏହି ଦେଶରେ ଇଣ୍ଟରନେଟ୍ ସେବାର ମୂଲ୍ୟ ଆକାଶଛୁଆଁ ହେବା ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ଏହାର ଭୌଗୋଳିକ ସ୍ଥିତି। ଏହା ଏକ ଦୂରବର୍ତ୍ତୀ ଦ୍ୱୀପ ଦେଶ ହୋଇଥିବାରୁ ଏଠାରେ ଇଣ୍ଟରନେଟ୍ ଭିତ୍ତିଭୂମି ନିର୍ମାଣ ସହ ଏହାର ରକ୍ଷଣାବେକ୍ଷଣ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଇଣ୍ଟରନେଟ୍ ସଂଯୋଗ ମୁଖ୍ୟତଃ ସମୁଦ୍ର ତଳେ ରହୁଥିବା କେବୁଲ୍ ଏବଂ ସାଟେଲାଇଟ୍ ଲିଙ୍କ୍ ଉପରେ ନିର୍ଭରଶୀଳ।
ଏଥିସହ ପଢ଼ନ୍ତୁ: ବିପଦରେ ୩୫୦ କୋଟି ଲୋକ, Google ଜାରି କଲା ଜରୁରୀକାଳୀନ ଅପଡେଟ୍...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଲିକାରେ ରହିଥିବା ଅନ୍ୟ ଦେଶ
ଘାନା ଏବଂ ଜିମ୍ବାୱେ ଭଳି ଦେଶରେ ମଧ୍ୟ ଇଣ୍ଟରନେଟ୍ ମୂଲ୍ୟ ବେଶ ଉଚ୍ଚରେ ରହିଛି। ଜିମ୍ବାୱେରେ ମୋବାଇଲ୍ ଡାଟା ପ୍ରତି ଜିବି (Mobile Data per GB) ପାଇଁ ୪୩.୭୫ ଡଲାଲ ଖର୍ଚ୍ଚ କରିବାକୁ ହୋଇଥାଏ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ମାସକୁ ୪୧୧୨.୯୬ ଟଙ୍କା। ଯାହା ଏହାକୁ ଇଣ୍ଟରନେଟ୍ ସେବା ମାମଲାରେ ବିଶ୍ୱର ସବୁଠାରୁ ମହଙ୍ଗା ଦେଶ ମଧ୍ୟରୁ ଗୋଟିଏ କରିଥାଏ। ଏହି ତାଲିକାରେ ସ୍ୱୀଜରଲ୍ୟାଣ୍ଡ ଏକ ବିକଶିତ ଦେଶ ମଧ୍ୟ ଅନ୍ତର୍ଭୂକ୍ତ ରହିଛି।
କାହିଁକି ଏହି ଦେଶରେ ଏତେ ମହଙ୍ଗା ହୋଇଥାଏ ଇଣ୍ଟରନେଟ୍ ସେବାର ମୂଲ୍ୟ?
ଇଣ୍ଟରନେଟ୍ ସେବାର ମୂଲ୍ୟ ବୃଦ୍ଧି ହେବା ପଛରେ ରହିଥିବା ସବୁଠାରୁ ବଡ଼ କାରଣ ହେଉଛି ଏହାର ଭିତ୍ତିଭୂମିର ମୂଲ୍ୟ। ପର୍ବତ, ମହାସାଗର କିମ୍ବା ଦୂରବର୍ତ୍ତୀ ଅଞ୍ଚଳରେ ଫାଇବର ଅପ୍ଟିକ୍ କେବୁଲ୍ ବିଛାଇବା ଅତ୍ୟନ୍ତ ମହଙ୍ଗା ହୋଇଥାଏ। ଦୁର୍ଗମ ଭୂଖଣ୍ଡ କିମ୍ବା ବିସ୍ତାରିତ ହୋଇ ରହିଥିବା ଜନସଂଖ୍ୟା ଥିବା ଦେଶରେ ଏହି ମୂଲ୍ୟ ଆହୁରି ଅଧିକ ହୋଇଯାଏ।
ଏହା ବ୍ୟତୀତ, ଅନେକ ଦେଶରେ, ଟେଲିକମ୍ କ୍ଷେତ୍ର କେବଳ ଗୋଟିଏ କିମ୍ବା ଦୁଇଟି କମ୍ପାନୀ ପ୍ରାଧାନ୍ୟ ବିସ୍ତାର କରିଥାନ୍ତି। ପ୍ରତିଯୋଗିତାର ଏହି ଅଭାବ କାରଣରୁ ସେବା ପ୍ରଦାନକାରୀଙ୍କୁ ଏହାର ଉଚ୍ଚ ମୂଲ୍ୟ ରଖିବାକୁ ସୁଯୋଗ ମିଳିଯାଏ। ଏହା ସହିତ ଯେଉଁ ଦେଶର କୌଣସି ସାମୁଦ୍ରିକ ସୀମା ନାହିଁ କିମ୍ବା ଯଦି ଏହା କୌଣସି ଦ୍ୱୀପପୁଞ୍ଜରେ ଅବସ୍ଥିତ ରହିଥାଏ, ତାହେଲେ ବୈଶ୍ୱିକ ଇଣ୍ଟରନେଟ୍ ଭିତ୍ତିଭଊମି ସହ ସିଧାସଳଖ ଯୋଡ଼ି ହୋଇ ନଥାନ୍ତି। ସେମାନଙ୍କୁ ପଡ଼ୋଶୀ ଦେଶ କିମ୍ବା ମହଙ୍ଗା ଆନ୍ତର୍ଜାତୀୟ ବ୍ୟାଣ୍ଡୱିଡଥ୍ ଉପରେ ନିର୍ଭର କରିବାକୁ ହୋଇଥାଏ।

Related Topics
Explore more stories