List Of War Involving US / ସେହି ଆମେରିକୀୟ ରାଷ୍ଟ୍ରପତି ଯାହାଙ୍କ କାର୍ଯ୍ୟକାଳରେ ଲଢାଯାଇଛି ସର୍ବାଧିକ ଯୁଦ୍ଧ
·21 hours ago·5 min read

Key Points
ବିଗତ ୫୦ ବର୍ଷ ମଧ୍ୟରେ ବିଭିନ୍ନ ଆମେରିକୀୟ ରାଷ୍ଟ୍ରପତି ସେମାନଙ୍କର କାର୍ଯ୍ୟକାଳ ମଧ୍ୟରେ ଭିନ୍ନ ଭିନ୍ନ ଦେଶ ବିରୋଧରେ ଅନେକ କାରଣକୁ ନେଇ ଯୁଦ୍ଧ ମୈଦାନରେ ମୁହାଁମୁହିଁ ହୋଇଛନ୍ତି।
List of Americas most belligerent presidents: ସାମରିକ ସଂଘର୍ଷରୁ ସ୍ୱାଧିନ ହୋଇଥିବା ଆମେରିକାର ଯୁଦ୍ଧ ଇତିହାସ ଖୁବ୍ ଲମ୍ବା। ଗଠନ ହେବା ପର ଠାରୁ ଆମେରିକା ଦ୍ୱାରା ବିଶ୍ୱର କୋଣ ଅନୁକୋଣରେ ବିଭିନ୍ନ ଧରଣର ସୈନ୍ୟ ଅଭିଯାନ କାର୍ଯ୍ୟକାରୀ ହୋଇସାରିଛି। ବିଗତ ୧୦୦ ବର୍ଷ ମଧ୍ୟରେ ଏପରି କୌଣସି ଆମେରିକୀୟ ରାଷ୍ଟ୍ରପତି ନାହାଁନ୍ତି ଯେ ଯାହାଙ୍କ କାର୍ଯ୍ୟକାଳରେ କୌଣସି ଯୁଦ୍ଧ ହୋଇନାହିଁ। କୌଣସି ନା କୌଣସି ବାହାନାରେ ଆମେରିକା ବିଭିନ୍ନ ଦେଶରେ ସାମରିକ ହସ୍ତକ୍ଷେପ କରିସାରିଛି। ଏହା ପଛରେ ଆମେରିକୀୟ ପ୍ରଶାସନର ଆର୍ଥକ ଲାଭ କିମ୍ବା ରାଜନୈତିକ ଉଦ୍ଦେଶ୍ୟ ରହିଥିବାର ଆଲୋଚନା ହୁଏ।
ନବେ ଦଶକ ପରେ ଆମେରିକା ସେନାର ସାମରିକ ଅଭିଯାନ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି। ଯେଉଁଥିରେ ଆଫଗାନ୍, ଲିବିଆ, ଇରାନ୍, ଇରାକ ଯୁଦ୍ଧ ସାମିଲ ରହିଛି।
ଆତଙ୍କବାଦ ବିରୋଧି ଅଭିଯାନର ଆଳ ଦେଖାଇ ଅନେକ ଦେଶରେ ଯୁଦ୍ଧ ଲଢିଥିଲା ଆମେରିକା। ଏପରି ଭାବରେ ଆମେରିକା ୧୭୭୬ ପରଠାରୁ ଶହ ଶହ ସାମରିକ ହସ୍ତକ୍ଷେପ କରିଛି। ଯାହା ମଧ୍ୟରୁ ଅତି କମରେ କେବଳ ୨୫% ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟରେ ହୋଇଥିଲା। ଯଦି ସର୍ବାଧିକ ଯୁଦ୍ଧ ଲଢ଼ିଥିବା ରାଷ୍ଟ୍ରପତିଙ୍କ କଥା କୁହାଯାଏ ତାହେଲେ ଏହି , ଏଲ. ବି. ଜନସନ ଏବଂ ଜର୍ଜ ଡବ୍ଲୁ. ବୁଶଙ୍କ ନାମ ସର୍ବାଗ୍ରେ ରହିଛି। ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ୫-୫ ବର୍ଷ ଧରି ଭୟାନକ ଯୁଦ୍ଧ ଲଢା ଯାଇଥିଲା।
ବିଭିନ୍ନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଯୁଦ୍ଧ?
ଗେରାଲ୍ଡ ଫୋର୍ଡ (୧୯୭୪-୭୭)
ଗେରାଲ୍ଡ ଫୋର୍ଡ କାର୍ଯ୍ୟାକାଳରେ ଭିଏତନାମ ଯୁଦ୍ଧର ପରିସମାପ୍ତି ଘୋଷଣା ହୋଇଥିଲା। ୧୯୫୫ ମସିହାରୁ ଆରମ୍ଭ ହୋଇଥି୍ବା ଏହି ଯୁଦ୍ଧ ୧୯୭୫ ମସିହାରେ ଶେଷ ହୋଇଥିଲା। ଏହି ସମୟ ମଧ୍ୟରେ ଡ୍ୱିଟ୍ ଡି ଆଇଜନହୋଭର, ଜନ.ଏଫ କେନେଡ଼ି, ଲିଣ୍ଡନ ବି ଜନସନ୍, ରିଚାର୍ଡ ନିକ୍ସନ ଆମେରିକା ରାଷ୍ଟ୍ରାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
ଜିମ୍ମି କାର୍ଟର (୧୯୭୭-୮୧)
ଜିମି କାର୍ଟର (୧୯୭୭-୧୯୮୧): ଶୀତଳ ଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତତ୍କାଳୀନ ସୋଭିଏତ୍ ସଂଘ ମଧ୍ୟରେ ବିବାଦ ରହିଥିଲା। ଏହି ସମୟ ମଧ୍ୟରେ ଆମେରିକା ପରୋକ୍ଷ ଭାବରେ ଅନେକ ସାମରିକ ସହାୟତା ଏବଂ ଏହାର ଗୁଇନ୍ଦା ବାହିନୀ ସିଆଇଏ (CIA) ଦ୍ୱାରା ହୋଇଥିବା ଗୁପ୍ତ ଅଭିଯାନକୁ ପାଣ୍ଠି ଯୋଗାଇ ଦେଇଥିଲେ ଆମେରିକୀୟ ପ୍ରଶାସନ। ଏହି ସମୟରେ ଆଫ୍ରିକୀୟ ଦେଶ ଆଙ୍ଗୋଲାରେ ସାମରିକ ହସ୍ତକ୍ଷେପ କରିଥିଲା ଆମେରିକା ସେନା।
ରୋନାଲ୍ଡ ରେଗାନ୍ (୧୯୮୧-୧୯୮୯): ଆମେରିକାର ଏହି ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମୟରେ ଲେବାନନ୍ ଅଭିମୁଖେ ଏକକ ଏକ ଶାନ୍ତିସେନା ବାହିନୀ ପଠାଯାଇଥିଲା। ୧୯୮୨-୧୯୮୪ ପର୍ଯ୍ୟନ୍ତ ଲେବାନନ୍ ଗୃହଯୁଦ୍ଧ ସମୟରେ ଶାନ୍ତିସେନାର ନେତୃତ୍ୱ ନେଇଥିଲା ଆମେରିକା। ୧୯୮୩ ମସିହାରରେ କାରିବୀୟ ଦେଶ ଗ୍ରେନେଡା ଉପରେ ଆକ୍ରମଣ କରିଥିଲା ଆମେରିକ। ଏହି ସୈନ୍ୟ ଅଭିଯାନର ନାଁ "ଅପରେସନ୍ ଅର୍ଜେଣ୍ଟ ଫ୍ୟୁରି" (Operation Urgent Fury) ରଖାଯାଇଥିଲା। ୧୯୮୬ ମସିହାରେ ଲିବିଆରେ ଆତଙ୍କବାଦ ବିରୋଧରେ ଲଢେଇ ହୋଇଥିଲା। ୧୯୮୭-୮୮ ମସିହାରେ ଇରାନ-ଇରାକ ଯୁଦ୍ଧ ସମୟରେ କୁଏତ ଟ୍ୟାଙ୍କର ସୁରକ୍ଷାରେ ଆମେରିକା ନୌସେନା ରହିଥିଲା।
ଜର୍ଜ ଏଚ୍.ଡବ୍ଲୁ. ବୁଶ (୧୯୮୯-୧୯୯୩)
୧୯୮୯-୧୯୯୦: ପାନାମା ନେତା ମାନୁଏଲ୍ ନୋରିଏଗାଙ୍କୁ କ୍ଷମତାରୁ ହଟାଇବା ପାଇଁ "ଅପରେସନ୍ ଜଷ୍ଟ୍ କଜ୍" (Operation Just Cause) ସୈନ୍ୟ ଅଭିଯାନ କରିଥିଲା ଆମେରିକା।
ଉପସାଗରୀୟ ଯୁଦ୍ଧ (୧୯୯୦-୧୯୯୧): ନବେ ଦଶକରେ ଇରାନ କବଳରୁ କୁଏତକୁ ମୁକ୍ତ କରିବା ପାଇଁ "ଅପରେସନ୍ ଡେଜର୍ଟ ଷ୍ଟର୍ମ" (Operation Desrt Storm) ହୋଇଥିଲା। ଏହି ସୈନ୍ୟ ଅଭିଯାନରେ ଆମେରିକା ନେତୃତ୍ୱାଧିନ ୩୬ ଦେଶଙ୍କୁ ନେଇ ଗଠିତ ମେଣ୍ଟ ଇରାକ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ।
ସୋମାଲିଆ ଗୃହଯୁଦ୍ଧ (୧୯୯୧-୧୯୯୫): ଆମେରିକା ପ୍ରାରମ୍ଭରୁ ଏହି ଘଟଣାରେ ସାମରିକ ହସ୍ତକ୍ଷେପ କରିଥିଲା। ଏହାକୁ "ଅପରେସନ୍ ରିଷ୍ଟୋର୍ ହୋପ୍" (Operation Restore Hope) ନାମ ଦିଆଯାଇଥିଲା। ପ୍ରାୟ ୪ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧରେ ଆମେରିକା ସୋମାଲିଆର ସାମରିକ ଶାସକ ଜେନେରାଲ ମହମ୍ମଦ ଫାରା ଆଦିଦ୍ ଙ୍କୁ ହଟାଇବାକୁ ଲକ୍ଷ୍ୟ ରଖିଥିଲା ଆମେରିାକ।
ବିଲ୍ କ୍ଲିଣ୍ଟନ୍ (୧୯୯୩-୨୦୦୧)
ହାଇତି ହସ୍ତକ୍ଷେପ (୧୯୯୪-୧୯୯୫): ଆମେରିକା ଗଣତନ୍ତ୍ର ପ୍ରତିଷ୍ଠା ବାହାନାରେ "ଅପରେସନ୍ ଅପହୋଲ୍ଡ ଡେମୋକ୍ରାସି" (Operation Uphold Democracy) କାର୍ଯ୍ୟକାରୀ କରିଥିଲା।
ବୋସନିଆ ଯୁଦ୍ଧ (୧୯୯୨-୧୯୯୫) : ଆମେରିକା ନେତୃତ୍ୱାଧିନ ସାମରିକ ମେଣ୍ଟ ନାଟୋ ଏକ ନୋ-ଫ୍ଲାଏ ଜୋନ୍ (No Fly Zone) ଲାଗୁ କରି ୟୁରୋପ୍ ର ଏହି ଅଞ୍ଚଳରେ ବୋମାମାଡ଼ କରିଥିଲା।
କୋସୋଭୋ ଯୁଦ୍ଧ (୧୯୯୮-୧୯୯୯) : ଏହି ସଂଘର୍ଷ ଚାଲିଥିବା ସମୟରେ ନାଟୋ ଯୁଗୋସ୍ଲାଭିଆ ଉପରେ ବୋମାମାଡ଼ କରିଥିଲା।
ଅପରେସନ୍ ଇନଫିନିଟ୍ ରିଚ୍ (୧୯୯୮) : ଆତଙ୍କବାଦର ଦମନ କରିବାକୁ ଯାଇ ସୁଡାନ୍ ଏବଂ ପାକିସ୍ତାନ-ଆଫଗାନ୍ ସୀମାରେ ରହିଥିବା ଅଲକାଏଦା ଉପରେ ଆକ୍ରମଣ କରିଥିଲା ଆମେରିକା। ଏହି ସୈନ୍ୟ ଅଭିଯାନର ନାଁ "Operation Infinite Reach" ରଖାଯାଇଥିଲା।
ଜର୍ଜ ଡବ୍ଲୁ. ବୁଶ (୨୦୦୧-୨୦୦୯)
ଆଫଗାନିସ୍ତାନ ଯୁଦ୍ଧ (୨୦୦୧-୨୦୨୧): ନ୍ୟୁୟର୍କ ସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ ଉପରେ ହୋଇଥିବା ୯/୧୧ ଆକ୍ରମଣର ଜବାବରେ ଆମେରିକା ଆତଙ୍କବାଦ ବିରୋଧରେ ସ୍ରାବଧିକ ଲମ୍ବା ଯୁଦ୍ଧ ଲଢିଥିଲା। ପ୍ରାୟ ୨୦ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧ ୨୦୦୧ ରୁ ଆରମ୍ ହୋଇ ୨୦୨୧ ରେ ଶେଷ ହୋଇଥିଲା। ଏହି ଯୁଦ୍ଧର ଫଳାଫଳ ଆମେରିକା ପାଇଁ ଅପମାନ ଜନକ ରହିଥିଲା। କାରଣ ୨୦୨୧ ଅଗଷ୍ଟ ୧୫ ରେ ତାଲିବାନ କାବୁଲ ଦଖଲ କରିବା ପରେ ଆଫଗାନିସ୍ତାନର ଶାସନ କ୍ଷମତା ହାତକୁ ନେଇଥିଲା।
ଇରାକ ଯୁଦ୍ଧ (୨୦୦୩-୨୦୧୧) : ୧୯୦୦ ମସିହାରେ ହୋଇଥିବା "ଅପରେସନ୍ ଡେଜର୍ଟ ଷ୍ଟର୍ମ" (Operation Desrt Storm) ପରେ ଆମେରିକା ଇରାକରେ ଅନ୍ୟ ଏକ ସୈନ୍ୟ ଅଭିଯାନ ଚଳାଇଥିଲା। ଯାହାର ନାଁ ହେଉଛି "ଅପରେସନ୍ ଇରାକି ଫ୍ରିଡମ୍" (Operation Iraqi Freedom)। ଏହା ହେଉଛି ଆମେରିକାର ପ୍ରଥମ ସାମରିକ ଅଭିଯାନ ଯାହା ସଦ୍ଦାମ ହୁସେନଙ୍କ ୨୪ ବର୍ଷର ଶାସନର ଅନ୍ତ ଘଟାଇଥିଲା। ଇରାକ ଗଣବିନାଶକାରୀ ଅସ୍ତ୍ର ରଖିଥିବାର ଅଭିଯୋଗ ଆଣି ଆମେରିକା ୨୦୦୩ ରେ ଏହି ସୈନ୍ୟ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ଇରାକରେ ଗୃହଯୁଦ୍ଧ ବ୍ୟାପିଯିବା ସହ ଇରାନର ପ୍ରଭାବ ବୃଦ୍ଧି ପାଇଥିଲା।
ବାରାକ ଓବାମା (୨୦୦୯-୨୦୧୭)
ଲିବିଆ ହସ୍ତକ୍ଷେପ (୨୦୧୧): ପ୍ରାୟ ୪୨ ବର୍ଷ ଧରି ଲିବ୍ୟାରେ କ୍ଷମତାରେ ଥିବା ମହମ୍ମଦ ଗଦ୍ଦାଫିଙ୍କୁ ହଟାଇବା ପାଇଁ ଏକ ସାମରିକ ଅଭିଯାନ କାର୍ଯ୍ୟକାରୀ ହୋଇଥିଲା। ଲିବ୍ୟା ସରକାରଙ୍କ ଆମେରିକା ଦ୍ୱାରା ଯୁଦ୍ଧ ଡାକରା ଦିଆଯାଇଥିଲା। ଏହି ଅଭିଯାନରେ ନାଟୋ ଦେଶ ସାମିଲ ହୋଇଥିଲେ।
ଆତଙ୍କବାଦ ବିରୋଧି ଯୁଦ୍ଧ: ଆତଙ୍କବାଦର ଦମନ କରିବାକୁ ଯାଇ ଆମେରିକା ସେନା ସୋମାଲିଆ, ସିରିଆ, ୟେମେନ ସମେତ ଅନ୍ୟ ଦେଶରେ ମିଲିଟାରି ଅପରେସନ କରିଥିଲା।
ଅପରେସନ୍ ଇନହେରେଣ୍ଟ ରିଜୋଲଭ୍ (୨୦୧୪-୨୦୧୭): ଇରାକ ଏବଂ ସିରିଆର ବିଭିନ୍ନ ଅଞ୍ଚଳକୁ ନେଇ ଇସଲାମୀୟ ରାଜ୍ୟ ଗଠନ କରିବାର ସ୍ୱପ୍ନ ଦେଖୁଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସ୍ କୁ ମାଟିରେ ମିଶାଇବା ପାଇଁ ଏକ ଜବରଦସ୍ତ ଅଭିଯାନ ସୈନ୍ୟ କରିଥିଲା ଆମେରିକା। ଏାହାର ନାଁ "Operation Inherent Resolve" ରଖା ଯାଇଥିଲା।
ଡୋନାଲ୍ଡ ଟ୍ରମ୍ପ (ପ୍ରଥମ କାର୍ଯ୍ୟକାଳ: ୨୦୧୭-୨୧)
୧. ସିରିଆ ବିମାନ ଆକ୍ରମଣ (୨୦୧୭-୧୮): ସିରିଆର ତତ୍କାଳୀନ ଶାସକ ବଶର ଅଲ ଅସାଦଙ୍କୁ କ୍ଷମତାରୁ ହଟାଇବା ପାଇଁ ବିମାନ ଆକ୍ରମଣ କରିଥିଲା ଆମେରିକା ସେନା।
୨. ଅପରେସନ୍ ଇନହେରେଣ୍ଟ ରିଜୋଲଭ୍ (ବର୍ତ୍ତମାନ ଚାଲିଛି): ଓବାମା ପ୍ରଶାସନ ପରି, ରାଷ୍ଟ୍ରପତି ଟ୍ରମ୍ପ୍ ଆଇଏସ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ଜାରି ରଖିଥିଲେ।
୩. ଆଫଗାନିସ୍ତାନ/ସୋମାଲିଆ ଅପରେସନ୍: ଆତଙ୍କବାଦ ବିରୋଧି ଅପରେସନ୍ ଇରାକ-ସିରିଆ ପରେ ଆଫଗାନିସ୍ତାନ ସହ ସୋମାଲିଆରେ ମଧ୍ୟ ଜାରି ରହିଥିଲା।
ଜୋ ବାଇଡେନ (୨୦୨୧-୨୦୨୫)
ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାହାର (୨୦୨୧): ୨୦୦୧ ମସିହାରୁ ଆରମ୍ଭ ହୋଇ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଚାଲିଥିବା ଯୁଦ୍ଧ ଶେଷ ହୋଇଥିଲା। ତାଲିବାନ କାବୁଲ ଦଖଲ କରିବା ସହ ପୁନର୍ବାର ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିଲା। ୟେମେନ, ସୋମାଲିଆ ଏବଂ ସିରିଆରେ ଆତଙ୍କବାଦ ବିରୋଧି ଡ୍ରୋନ ଆକ୍ରମଣ ଏବଂ ସ୍ୱତନ୍ତ୍ର ଅଭିଯାନ ଜାରି ରହିଥିଲା।
୨୦୨୨ ଋଷିଆ-ୟୁକ୍ରେନ ଯୁଦ୍ଧ: ୪ ବର୍ଷରୁ ଅଧିକ ସମୟ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଆମେରିକା ୟୁକ୍ରେନକୁ ବ୍ୟାପକ ସାମରିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ଜାରି ରଖିଛି।
ଗାଜା ସଂଘର୍ଷ (୨୦୨୩): ଆମେରିକା ହମାସ ଆତଙ୍କବାଦୀ ଆକ୍ରମଣର ଜବାବରେ ଇସ୍ରାଏଲ ଦ୍ୱାରା ସାମରିକ ଅଭିଯାନକୁ ସମର୍ଥନ ଜଣାଇଥିଲା। ଏପରିକି ହମାସ ବ୍ୟତୀତ ହିଜିବୁଲ୍ଲା ଏବଂ ହୁଥି ବିଦ୍ରୋହୀଙ୍କ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲକୁ ସାମରିକ ସହାୟତା ପ୍ରଦାନ କରିବା ଜାରି ରଖିଛି ଆମେରିକା ପ୍ରଶାସନ।
ଡୋନାଲ୍ଡ ଟ୍ରମ୍ପ (ଦ୍ୱିତୀୟ କାର୍ଯ୍ୟକାଳ: ୨୦୨୫-୨୯)
ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଆମେରିକା ସେନା ଇରାନ ବିରୋଧରେ ଯୁଦ୍ଧ ଜାରି ରଖିଛି। ଏପରିକି ପଶ୍ଚିମ ଏସିଆରେ ହଜାର ହଜାର ଆମେରିକୀୟ ସୈନ୍ୟ ମୁତୟନ ହୋଇ ସାରିଛନ୍ତି। ପ୍ରାୟ ମାସାଧିକ କାଳ ଧରି ଚାଲିଥିବା ଯୁଦ୍ଧରେ ଏ ପର୍ଯ୍ୟନ୍ତ ହାର-ଜିତ୍ ଜଣା ପଡ଼ିନାହିଁ। କାରଣ ରାଷ୍ଟ୍ରପତି ଟ୍ରମ୍ପ କେତେବେଳେ ଯୁଦ୍ଧବିରାମ ପାଇଁ ପ୍ରତିଶୃତି ଦେଉଛନ୍ତି ଆଉ କେତେ ବେଳେ ସୈନ୍ୟ ନିୟୋଜନକୁ ଆହୁରି ବୃଦ୍ଧି କରିବା କଥା କହୁଛନ୍ତି। ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖାମେନେଇ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ପ୍ରାଣ ହରାଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
List of America's most belligerent presidentsThe Warmongering American PresidentList of Warmonger US PresidentMost warlike US presidentsUS presidents who started most warsLongest serving wartime presidentsUS military interventions historyUS Presidents and wars historyAmerican wartime leaders ranking