ବାଂଲାଦେଶର ଅନ୍ତରୀଣ ସରକାରର ନେତୃତ୍ବ ନେବେ ମହମ୍ମଦ ୟୁନୁସ୍

ଅର୍ଗସ ବ୍ୟୁରୋ : ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ବିଦ୍ରୋହ ଭିତରେ ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ସେଠାକାର ଅନ୍ତରୀଣ ସରକାରର ନେତା ଚୟନ କରାଯାଇଛି । ଗତ କିଛି ହେଲା ଜାରି ରାଜନୈତିକ ଛକ୍କା ପଞ୍ଝା ଭିତରେ ବାଂଲାଦେଶରେ ଅନ୍ତରୀଣ ସରକାରର ଗଠନ ହେବ। ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ନେତୃତ୍ବ କରିବାକୁ ବଛାଯାଇଛି। ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ଗତକାଲି ରାତିରେ ବଙ୍ଗା ଭବନ ବା ରାଷ୍ଟ୍ରପତି ଭବନରେ ବସିଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକ ପରେ ରାଷ୍ଟ୍ରପତି ଶାହବୁଦ୍ଦିନ ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ପ୍ରଦର୍ଶନକାରୀ ଛାତ୍ରମାନେ ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ନେତୃତ୍ବ କରିବାର ପ୍ରସ୍ତାବ ସ୍ବୀକାର କରିଥିଲେ। ବୈଠକରେ ସଂରକ୍ଷଣ ଆନ୍ଦୋଳନର ନେତୃତ୍ବ ନେଉଥିବା ଛାତ୍ରନେତାଙ୍କ ସହ ତିନି ସେନାର ପ୍ରମୁଖ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ।
ଅଧିକ ପଢନ୍ତୁ : ବାଂଲାଦେଶରେ ଆକ୍ଟିଭ୍ ଦୁଶମନ, ଭାରତ ଟେନସନ୍ !
୮୪ ବର୍ଷୀୟ ୟୁନୁସ୍ ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା। ସେ ବାଂଲାଦେଶରେ ଗ୍ରାମୀଣ ଅର୍ଥନୀତିରେ ସଂସ୍କାର ଆଣିବାରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ । ଯେଉଁଥିଲାଗି ସେ 2006ରେ ନୋବେଲ ପୁରସ୍କାର ପାଇଥିଲେ। ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କର କଟ୍ଟର ବିରୋଧୀ ଓ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହମ୍ମଦ ୟୁନୁସ୍। ଶେଖ୍ ହାସିନା ସରକାର ସମୟରେ ତାଙ୍କ ଦୁର୍ନୀତି ଅଭିଯୋଗ ଆସିଥିଲା। ତାଙ୍କୁ ଜେଲ୍ ଦଣ୍ଡ ମଧ୍ୟ ହୋଇଥିଲା। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ମଧ୍ୟ ଚର୍ଚ୍ଚିତ ମହମ୍ମଦ ୟୁନୁସ୍।