Mysterious Planet Beta Pictoris b / ବ୍ରହ୍ମାଣ୍ଡରେ ମିଳିଲା ରହସ୍ୟମୟ ଗ୍ରହ; ଯିଏ ଏଲିଏନ୍ ପରି ପଠାଉଛି ରେଡି଼ଓ ସଙ୍କେତ
·1 hour ago·2 min read

Key Points
ପୃଥିବୀଠାରୁ ୬୩ ଆଲୋକବର୍ଷ ଦୂରରେ ଥିବା ମହାକାଶର ଗଭୀରତାରୁ କିଛି ରହସ୍ୟମୟ ରେଡିଓ ସଙ୍କେତ ନିରନ୍ତର ଆସୁଛି। ବୈଜ୍ଞାନିକ ଏହି ଶବ୍ଦକୁ ଅନୁସରଣ କରିବା ପରେ ଯେଉଁ ସତ୍ୟ ପ୍ରକାଶ ପାଇଲା ତାହା ବ୍ରହ୍ମାଣ୍ଡର ସବୁଠାରୁ ବଡ଼ ରହସ୍ୟକୁ ଉନ୍ମୋଚନ କରିଛି।
କ'ଣ ସୌରମଣ୍ଡଳ ବାହାରେ କୌଣସି ଜୀବନ ଅଛି କି? କ’ଣ କେହି ସୁଦୂର ବ୍ରହ୍ମାଣ୍ଡର କୌଣସି ଦୂର କୋଣରୁ ଆମ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି କି? ସଦ୍ୟ ବୈଜ୍ଞାନିକ ମହାକାଶର ଗଭୀରତାରୁ ରହସ୍ୟମୟ ରେଡି଼ଓ ସଙ୍କେତ ଠାବ କରିଛନ୍ତି। ଯାହା ମହାକାଶ ବିଜ୍ଞାନୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ପୃଥିବୀ ଠାରୁ ପ୍ରାୟ ୬୩ ଆଲୋକବର୍ଷ ଦୂରରେ ଏକ ବିଶାଳ ଗ୍ରହ ଅଦ୍ଭୁତ ଧରଣର ଶବ୍ଦ ନିର୍ଗତ କରୁଛି।
ବୈଜ୍ଞାନିକ ଏହି ରହସ୍ୟମୟ "ଶବ୍ଦ" ଆସୁଥିବା ଗ୍ରହର ନାମ "ବିଟା ପିକ୍ଟୋରିସ୍ ବି" (Beta Pictoris b) ରଖିଛନ୍ତି। ଗତ ୨୦୦୮ ରେ ଆବିଷ୍କୃତ ଏହି ରହସ୍ୟମୟ ଗ୍ରହ ଆମ ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଅପେକ୍ଷା ପ୍ରାୟ ପ୍ରାୟ ୧୧ ଗୁଣ ଅଧିକ ଭାରୀ। ଯିଏ ସୂର୍ଯ୍ୟଙ୍କୁ ପରିକ୍ରମା କରିବାକୁ ପ୍ରାୟ ୨୩.୬ ବର୍ଷ ନେଇଥାଏ। ହେଲେ ବୈଜ୍ଞାନିକ କିପରି ଏତେ ଦୂରରେ ଏହି ଗ୍ରହର ଗତିବିଧି ଚିହ୍ନଟ କରିଥିଲେ?
ବୈଜ୍ଞାନିକ ଦୀର୍ଘ ସମୟ ଧରି ଏହି ଗ୍ରହରୁ ନିର୍ଗତ ହେଉଥିବା ରେଡି଼ଓ ତରଙ୍ଗ ଉପରେ ନିରନ୍ତର ନଜର ରଖିଥିଲେ। ହେଲେ ପ୍ରଶ୍ନ ହେଉଛି ଯେ ଏହି ନିର୍ମତ ହେଉଥିବା ହେଉଥିବା ସେହି ଶବ୍ଦ ସେହି ଗ୍ରହର ନା ଏହାକୁ ପରିକ୍ରମା କରୁଥିବା ଅନ୍ୟ କୌଣସି ଗ୍ରହର। ଏହି ରହସ୍ୟର ସମାଧାନ କରିବା ପାଇଁ ବୈଜ୍ଞାନିକ ଦକ୍ଷିଣ ଆଫ୍ରିକାର ଅତ୍ୟନ୍ତ ଶକ୍ତିଶାଳୀ MeerKAT ଟେଲିସ୍କୋପ୍ ଆରେ (Telescope Array) ଆଡ଼କୁ ମୁହାଁଇଲେ। ସେହି ରହସ୍ୟମୟ ଶବ୍ଦ ଅନ୍ୟ କୌଣସି କୌଣସି ତାରାର ନୁହେଁ, ବରଂ "ବିଟା ପିକ୍ଟୋରିସ୍ ବି" ଗ୍ରହରୁ ଆସୁଥିବାର ଜଣାଇ ଦେଇଥିଲା ଟେଲିସ୍କୋପ।
ଏହା ସହ ପଢନ୍ତୁ: ବିମାନ ଅପେକ୍ଷା ଲକ୍ଷେ ଗୁଣ ଦ୍ରୁତ! Black Hole ନିକଟରେ ମିଳିଲା ଆକାଶ ଗଙ୍ଗା ଛାୟାପଥର ସବୁଠାରୁ ଦ୍ରୁତତମ ତାରା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ'ଣ ସେଠାରେ ମହଜୁଦ ଅଛନ୍ତି କି ଏଲିୟନ୍?
ଆପଣ ହୁଏତ ଭାବୁଥିବେ ଯେ ଏହା ଏଲିଏନ୍ ଠାରୁ ଆସୁଥିବା ଏକ ସଙ୍କେତ ହୋଇପାରେ। ଯଦି ଆପଣ ଏହା ଭାବୁଛନ୍ତି, ତାହେଲେ କିଛି ସମୟ ପାଇଁ ଅଟକି ଯାନ୍ତୁ। ବୈଜ୍ଞାନିକ କହିଛନ୍ତି ଯେ ଏହା କୌଣସି ଯାଦୁ କିମ୍ବା ଏଲିଏନ୍ ଠାରୁ ଆସୁଥିବା ବାର୍ତ୍ତା ନୁହେଁ। ବରଂ ଏହା ପଛରେ ଏକ ସୁନ୍ଦର ପ୍ରାକୃତିକ ଘଟଣା ରହିଛି।
ବାସ୍ତବରେ ପୃଥିବୀର ଉତ୍ତର-ଦକ୍ଷିଣ ମେରୁରେ ରଙ୍ଗୀନ ଆଲୋକ, "ଅରୋରା" (Auroras) ନଜର ଆସିବା ଭଳି ଘଟଣା ମଧ୍ୟ ସେହି ଗ୍ରହରେ ବହୁତ ବଡ଼ ଆକାରରେ ଦେଖିବାକୁ ମିଳିଛି। ସେହି ଗ୍ରହର ଚୁମ୍ବକୀୟ କ୍ଷେତ୍ର (Magnetic Field) ଏତେ ଶକ୍ତିଶାଳୀ ଯେ ଏହା ମହାକାଶରୁ ଚାର୍ଜ ହୋଇଥିବା କଣିକାକୁ ଏହା ଆକର୍ଷିତ କରେ। ଏହି ଗ୍ରହ ଏହାର ଅକ୍ଷ ଉପରେ ଅତ୍ୟନ୍ତ ଦ୍ରୁତ ଗତିରେ ଘୂରିଥାଏ। ଏହି ଗ୍ରହରେ ଗୋଟିଏ ଦିନର ଅବଧି ମାତ୍ର ୮-୯ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ। ଦ୍ରୁତ ଗତି କାରଣରୁ ଏଠାରେ ପ୍ରଚଣ୍ଡ ବୈଦ୍ୟୁତିକ ତରଙ୍ଗ (Electric Wave) ସୃଷ୍ଟି ହୋଇଥାଏ। ଯାହାକୁ ରେଡି଼ଓ ସଙ୍କେତ (Radio Signals) ଭାବରେ ମହାକାଶକୁ ସ୍ଥାନାନ୍ତରିତ କରାଯାଉଛି।
ଯଦିଓ ଏହା ଏଲିଏନ୍ ଠାରୁ ଆସୁଥିବା ଏକ ବାର୍ତ୍ତା ହୋଇନପାରେ, ଏହା ବ୍ରହ୍ମାଣ୍ଡକୁ ବୁଝିବାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ପ୍ରତିନିଧିତ୍ୱ କରେ। ପ୍ରଥମ ଥର ପାଇଁ, ବୈଜ୍ଞାନିକ ସୌରମଣ୍ଡଳ ବାହାରେ ଥିବା କୌଣସି ଗ୍ରହର ଚୁମ୍ବକୀୟ କ୍ଷେତ୍ରର ଶକ୍ତିକୁ ସିଧାସଳଖ ମାପିବାକୁ ସକ୍ଷମ ହୋଇଛନ୍ତି। ଏହି ଆବିଷ୍କାର ମହାକାଶ ବିଜ୍ଞାନ ପାଇଁ ପୂର୍ବରୁ ବନ୍ଦ ହୋଇଥିବା ଅନେକ ଦ୍ୱାର ଖୋଲି ଦେଇଛି।

Related Topics
Explore more stories