NASA Astronaut Recruitment / ଚନ୍ଦ୍ରରେ ରହିବା ଓ କାମ କରିବାର ସୁଯୋଗ, ଜହ୍ନକୁ ଯିବା ପାଇଁ NASA ଖୋଜୁଛି ନୂଆ ମହାକାଶଚାରୀ
·1 hour ago·3 min read

Key Points
ଚନ୍ଦ୍ରରେ ରହିବେ ମଣିଷ
NASA ଆରମ୍ଭ କଲା ନେକ୍ସଟ ଜେନେରେସନ୍ ମିଶନ୍
ଜାଣନ୍ତୁ କିଏ କରିପାରିବେ ଆବେଦନ ?
NASA ଆରମ୍ଭ କଲା ନେକ୍ସଟ ଜେନେରେସନ୍ ମିଶନ୍
ଜାଣନ୍ତୁ କିଏ କରିପାରିବେ ଆବେଦନ ?
ଆମେରିକାର ମହାକାଶ ଗବେଷଣା ସଂସ୍ଥା NASA ଆରମ୍ଭ କରିଛି ଏକ ବଡ଼ ନିଯୁକ୍ତି ଅଭିଯାନ । ଏଥର ନୂଆ ପିଢ଼ିର ମହାକାଶଚାରୀଙ୍କୁ ଖୋଜୁଛି NASA । ଏହି ମହାକାଶଚାରୀମାନଙ୍କୁ ଆଗାମୀ ଦିନରେ ଚନ୍ଦ୍ର ଅଭିଯାନରେ ସାମିଲ କରାଯିବ । ସେଠାରେ ରହିବା ସହ କାମ କରିବାର ସୁଯୋଗ ମଧ୍ୟ ମିଳିବ । ଏହି ନିଯୁକ୍ତି ପାଇଁ ଡିସେମ୍ବର ୪ ତାରିଖ ଯାଏଁ ଆବେଦନ କରାଯାଇପାରିବ ।
NASAର ଏହି ପଦକ୍ଷେପ ଚନ୍ଦ୍ରପୃଷ୍ଠରେ ମଣିଷର ସ୍ଥାୟୀ ବସତି ନିର୍ମାଣ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ନୂଆ ମହାକାଶଚାରୀମାନେ NASAର ଆର୍ଟେମିସ୍ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ମହାକାଶ ଅଭିଯାନକୁ ସଫଳ କରିବାରେ ସହଯୋଗ କରିବେ । ଏଥିସହ ଭବିଷ୍ୟତରେ ମଣିଷକୁ ମଙ୍ଗଳ ଗ୍ରହକୁ ପଠାଇବା ପାଇଁ ଆବଶ୍ୟକ ଜ୍ଞାନକୌଶଳ ଓ ଅଭିଜ୍ଞତା ବିକଶିତ କରିବାରେ ମଧ୍ୟ ସାହାଯ୍ୟ କରିବେ ।
ଚନ୍ଦ୍ରରେ ମଣିଷଙ୍କ ପାଇଁ ତିଆରି ହେବ ବସତି
NASAର ଯୋଜନା କେବଳ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବା ନୁହେଁ, ବରଂ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମଣିଷ ରହିପାରିବା ଭଳି ବ୍ୟବସ୍ଥା କରିବା । ଏଥିପାଇଁ ନୂଆ ମହାକାଶଚାରୀମାନଙ୍କୁ ଚନ୍ଦ୍ରପୃଷ୍ଠରେ ଚାଲିବା, ବୈଷୟିକ କାର୍ଯ୍ୟ ପରିଚାଳନା ଏବଂ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବାର ତାଲିମ ଦିଆଯିବ ।
NASA ପକ୍ଷରୁ ଚୟନ ହେବାକୁ ଥିବା ନୂଆ ମହାକାଶଚାରୀଙ୍କ ଚୂଡ଼ାନ୍ତ ତାଲିକା ୨୦୨୭ ମସିହା ଶେଷ ସୁଦ୍ଧା ପ୍ରକାଶ କରାଯିବ। ଏହାପରେ ସେମାନଙ୍କୁ ଆଗାମୀ ମହାକାଶ ଅଭିଯାନ ପାଇଁ ପ୍ରସ୍ତୁତ କରାଯିବ ।
ଚନ୍ଦ୍ରରେ ତିଆରି ହେବ ଆଧୁନିକ ବେସ୍
ଚନ୍ଦ୍ରରେ NASA ଏକ ଆଧୁନିକ ବେସ୍ ବା ଆଧାର କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରୁଛି । ଏଥିରେ ମହାକାଶଚାରୀଙ୍କ ରହିବା ପାଇଁ ସ୍ଥାନ, ବିଦ୍ୟୁତ୍ ବ୍ୟବସ୍ଥା, ଯାନବାହନ ଏବଂ ରୋବୋଟିକ୍ ଯନ୍ତ୍ରପାତି ରହିବ ।
ଏହାଦ୍ୱାରା ମହାକାଶଚାରୀମାନେ ଚନ୍ଦ୍ରରେ ବୈଜ୍ଞାନିକ ଗବେଷଣା କରିବା ସହ ଆଖପାଖ ଅଞ୍ଚଳରେ ଅନୁସନ୍ଧାନ କରିପାରିବେ। ବିଶେଷ କରି ଚନ୍ଦ୍ରର ଦକ୍ଷିଣ ମେରୁ ବା ସାଉଥ୍ ପୋଲ୍ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କାରଣ ଏହି ଅଞ୍ଚଳରେ ଜଳବରଫ ଥିବାର ସମ୍ଭାବନା ରହିଛି । ଏହି ବରଫରୁ ପାଣି ଓ ଅମ୍ଳଜାନ ମିଳିବାର ସମ୍ଭାବନା ଥିବାରୁ ଏହା ଭବିଷ୍ୟତର ଚନ୍ଦ୍ର ବସତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ଚନ୍ଦ୍ର ଅଭିଯାନ ପରେ ମଙ୍ଗଳ ଗ୍ରହ ଉପରେ ନଜର
NASAର ଆର୍ଟେମିସ୍ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ମଣିଷକୁ ପୁଣିଥରେ ଚନ୍ଦ୍ରପୃଷ୍ଠକୁ ପଠାଇବା ଏବଂ ସେଠାରେ ଦୀର୍ଘକାଳୀନ ମାନବ ଉପସ୍ଥିତିର ମୂଳଦୁଆ ପକାଇବା। NASAର ଯୋଜନା ଅନୁସାରେ ୨୦୨୮ ସୁଦ୍ଧା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ।
ଏହି ଅଭିଯାନରେ ସ୍ପେସ୍ଏକ୍ସ ଓ ବ୍ଲୁ ଅରିଜିନ୍ ଭଳି ଘରୋଇ ମହାକାଶ କମ୍ପାନୀ ମଧ୍ୟ NASA ସହିତ କାମ କରୁଛନ୍ତି । ଏହି କମ୍ପାନୀଗୁଡ଼ିକ ମହାକାଶଯାନ ଏବଂ ଚନ୍ଦ୍ରରେ ଅବତରଣ ପାଇଁ ଆବଶ୍ୟକ ଲ୍ୟାଣ୍ଡିଂ ସିଷ୍ଟମ୍ ବିକଶିତ କରୁଛନ୍ତି । ଚନ୍ଦ୍ରରେ ଦୀର୍ଘ ସମୟ ରହିବାର ଅଭିଜ୍ଞତା ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବାରେ ବେଶ୍ ସହାୟକ ହେବ ।
କିଏ କରିପାରିବେ ଆବେଦନ ?
NASAର ଏହି ନିଯୁକ୍ତି ପାଇଁ କିଛି ନିର୍ଦ୍ଦିଷ୍ଟ ଯୋଗ୍ୟତା ରଖାଯାଇଛି ।
- ଆବେଦନକାରୀ ଆମେରିକାର ନାଗରିକ ହୋଇଥିବା ଆବଶ୍ୟକ
- ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ କିମ୍ବା ଗଣିତ ବିଷୟରେ ମାଷ୍ଟର ଡିଗ୍ରୀ ଥିବା ଦରକାର
- ଅତିକମରେ ୩ ବର୍ଷର ବୃତ୍ତିଗତ ଅଭିଜ୍ଞତା ଆବଶ୍ୟକ
- ମେଡିକାଲ୍ ଯୋଗ୍ୟତା ସହ ନିର୍ଦ୍ଦିଷ୍ଟ ଶାରୀରିକ ଓ ମାନସିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ
- ପାଇଲଟ୍ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଉଡ଼ାଣ ଅଭିଜ୍ଞତା କିମ୍ବା ଟେଷ୍ଟ ପାଇଲଟ୍ ଟ୍ରେନିଂ ଆବଶ୍ୟକ ହୋଇପାରେ
ଚୟନ ହୋଇଥିବା ମହାକାଶଚାରୀମାନଙ୍କୁ ଆମେରିକାର ହ୍ୟୁଷ୍ଟନ୍ସ୍ଥିତ NASAର ଜନସନ୍ ସ୍ପେସ୍ ସେଣ୍ଟରରେ ଦୁଇ ବର୍ଷର ପ୍ରାରମ୍ଭିକ ତାଲିମ ଦିଆଯିବ । ଏହି ସମୟରେ ସେମାନଙ୍କୁ ସ୍ପେସ୍ୱାକ୍, ମହାକାଶଯାନ ପରିଚାଳନା, ବିମାନ ଉଡ଼ାଣ ଏବଂ ରୋବୋଟିକ୍ ଯନ୍ତ୍ରପାତି ବ୍ୟବହାର କରିବା ଶିଖାଯିବ ।

No aim too high. No journey too far. No terrain too challenging. We’re going back to the Moon. This time, to stay. https://t.co/9KvAp1aISd
— NASA Moon Base (@NASAMoonBase) September 8, 2026
ଚନ୍ଦ୍ରରେ ତିଆରି ହେବ ଆଧୁନିକ ବେସ୍
ଚନ୍ଦ୍ରରେ NASA ଏକ ଆଧୁନିକ ବେସ୍ ବା ଆଧାର କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରୁଛି । ଏଥିରେ ମହାକାଶଚାରୀଙ୍କ ରହିବା ପାଇଁ ସ୍ଥାନ, ବିଦ୍ୟୁତ୍ ବ୍ୟବସ୍ଥା, ଯାନବାହନ ଏବଂ ରୋବୋଟିକ୍ ଯନ୍ତ୍ରପାତି ରହିବ ।
ଏହାଦ୍ୱାରା ମହାକାଶଚାରୀମାନେ ଚନ୍ଦ୍ରରେ ବୈଜ୍ଞାନିକ ଗବେଷଣା କରିବା ସହ ଆଖପାଖ ଅଞ୍ଚଳରେ ଅନୁସନ୍ଧାନ କରିପାରିବେ। ବିଶେଷ କରି ଚନ୍ଦ୍ରର ଦକ୍ଷିଣ ମେରୁ ବା ସାଉଥ୍ ପୋଲ୍ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କାରଣ ଏହି ଅଞ୍ଚଳରେ ଜଳବରଫ ଥିବାର ସମ୍ଭାବନା ରହିଛି । ଏହି ବରଫରୁ ପାଣି ଓ ଅମ୍ଳଜାନ ମିଳିବାର ସମ୍ଭାବନା ଥିବାରୁ ଏହା ଭବିଷ୍ୟତର ଚନ୍ଦ୍ର ବସତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ଚନ୍ଦ୍ର ଅଭିଯାନ ପରେ ମଙ୍ଗଳ ଗ୍ରହ ଉପରେ ନଜର
NASAର ଆର୍ଟେମିସ୍ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ମଣିଷକୁ ପୁଣିଥରେ ଚନ୍ଦ୍ରପୃଷ୍ଠକୁ ପଠାଇବା ଏବଂ ସେଠାରେ ଦୀର୍ଘକାଳୀନ ମାନବ ଉପସ୍ଥିତିର ମୂଳଦୁଆ ପକାଇବା। NASAର ଯୋଜନା ଅନୁସାରେ ୨୦୨୮ ସୁଦ୍ଧା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ।
ଏହି ଅଭିଯାନରେ ସ୍ପେସ୍ଏକ୍ସ ଓ ବ୍ଲୁ ଅରିଜିନ୍ ଭଳି ଘରୋଇ ମହାକାଶ କମ୍ପାନୀ ମଧ୍ୟ NASA ସହିତ କାମ କରୁଛନ୍ତି । ଏହି କମ୍ପାନୀଗୁଡ଼ିକ ମହାକାଶଯାନ ଏବଂ ଚନ୍ଦ୍ରରେ ଅବତରଣ ପାଇଁ ଆବଶ୍ୟକ ଲ୍ୟାଣ୍ଡିଂ ସିଷ୍ଟମ୍ ବିକଶିତ କରୁଛନ୍ତି । ଚନ୍ଦ୍ରରେ ଦୀର୍ଘ ସମୟ ରହିବାର ଅଭିଜ୍ଞତା ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବାରେ ବେଶ୍ ସହାୟକ ହେବ ।
କିଏ କରିପାରିବେ ଆବେଦନ ?
NASAର ଏହି ନିଯୁକ୍ତି ପାଇଁ କିଛି ନିର୍ଦ୍ଦିଷ୍ଟ ଯୋଗ୍ୟତା ରଖାଯାଇଛି ।
- ଆବେଦନକାରୀ ଆମେରିକାର ନାଗରିକ ହୋଇଥିବା ଆବଶ୍ୟକ
- ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ କିମ୍ବା ଗଣିତ ବିଷୟରେ ମାଷ୍ଟର ଡିଗ୍ରୀ ଥିବା ଦରକାର
- ଅତିକମରେ ୩ ବର୍ଷର ବୃତ୍ତିଗତ ଅଭିଜ୍ଞତା ଆବଶ୍ୟକ
- ମେଡିକାଲ୍ ଯୋଗ୍ୟତା ସହ ନିର୍ଦ୍ଦିଷ୍ଟ ଶାରୀରିକ ଓ ମାନସିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ
- ପାଇଲଟ୍ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଉଡ଼ାଣ ଅଭିଜ୍ଞତା କିମ୍ବା ଟେଷ୍ଟ ପାଇଲଟ୍ ଟ୍ରେନିଂ ଆବଶ୍ୟକ ହୋଇପାରେ
ଚୟନ ହୋଇଥିବା ମହାକାଶଚାରୀମାନଙ୍କୁ ଆମେରିକାର ହ୍ୟୁଷ୍ଟନ୍ସ୍ଥିତ NASAର ଜନସନ୍ ସ୍ପେସ୍ ସେଣ୍ଟରରେ ଦୁଇ ବର୍ଷର ପ୍ରାରମ୍ଭିକ ତାଲିମ ଦିଆଯିବ । ଏହି ସମୟରେ ସେମାନଙ୍କୁ ସ୍ପେସ୍ୱାକ୍, ମହାକାଶଯାନ ପରିଚାଳନା, ବିମାନ ଉଡ଼ାଣ ଏବଂ ରୋବୋଟିକ୍ ଯନ୍ତ୍ରପାତି ବ୍ୟବହାର କରିବା ଶିଖାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories