Naval Mines / ସମୁଦ୍ରରେ କିପରି ତାଣ୍ଡବ କରିଥାଏ Underwater Mines?
·5 months ago·2 min read

Key Points
ସମୁଦ୍ରର ପୃଷ୍ଠ ଭାଗ ତଳେ ବିଛା ଯାଉଥିବା "ଅଣ୍ଡର ୱାଟର ମାଇନ୍ସ" ହେଉଛି ଏକ ଅତ୍ୟନ୍ତ ବିପଜ୍ଜନକ ଅସ୍ତ୍ର। ଯାହା ବିନା କୌଣସି ନିଆଁରେ ଅଚାନକ ଆଉ ଅପ୍ରତ୍ୟାଶିତ ତାଣ୍ଡବ ରଚିଥାଏ।
Naval Mines Mystery: କୁହାଯାଏ ସମୁଦ୍ର ପୃଷ୍ଠ ତଳ ହେଉଛି ସବୁଠାରୁ ଶାନ୍ତ। ହେଲେ ବିଶାଳ ମହାସାଗରରେ ହେଉଥିବା ନୌସେନା ଯୁଦ୍ଧରେ ସବୁଠାରୁ ବିନାଶକାରୀ ବିପଦ ହେଉଛି ସମୁଦ୍ର ପୃଷ୍ଠ ତଳରେ ବିଛା ଯାଉଥିବା "ଅଣ୍ଡର ୱାଟର ମାଇନ୍ସ" (Underwater Mine) । ଏହି ବିସ୍ଫୋରକ ଉପକରଣକୁ ବିସ୍ଫୋରଣ ପାଇଁ କୌଣସି ପ୍ରକାରରେ ନିଆଁର ଆବଶ୍ୟକତା ପଡେ ନାହିଁ। ବରଂ ଏପରି ମାଇନ୍ସ ଉନ୍ନତ ଧରଣର ସେନ୍ସର ଏବଂ ରାସାୟନିକ ପ୍ରକ୍ରିୟା ଉପରେ ନିର୍ଭର କରି ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଥାଇନ୍ତି। ପାଣି ତଳେ ଲୁଚି ରହିଥିବା ଏକ ମାଇନ୍ସ କିଛି ସେକେଣ୍ଡ ମଧ୍ୟରେ ସବୁଠାରୁ ବଡ଼ ଜାହାଜକୁ ମଧ୍ୟ ନଷ୍ଟ କରିପାରେ।
"କନେକ୍ଟେଡ୍ ମାଇନ୍ସ" (Contact Mines)
ଏପରି "ଅଣ୍ଡର ୱାଟର ମାଇନ୍ସ", ମଧ୍ୟରେ ଶିଙ୍ଗ ଆକାରର ଆକୃତି ରହିଥିବାର ଦେଖିବାକୁ ମିଳିଥାଏ। ଯେତେବେଳେ କୌଣସି ଜାହାଜ ଏହି ମାଇନ୍ସ ଭିତରେ ରହିଥିବା ଶିଙ୍ଗ ମଧ୍ୟରୁ କୋଣସି ଗୋଟିଏକୁ ସ୍ପର୍ଶ କରିଥାଏ, ସେତେବେଳେ ଏହା ମଧ୍ୟରେ ରହିଥିବା ଏକ ଛୋଟ କାଚ ଶିଶି (ବୋତଲ) ଭାଙ୍ଗିଯାଏ। ଯେଉଁଥିରୁ ଏସିଡ୍ ନିର୍ଗତ ହୋଇଥାଏ। ଏହି ଏସିଡ୍ ଏକ ବ୍ୟାଟେରୀକୁ ସକ୍ରିୟ କରିଥାଏ। ଯାହା ବ୍ୟାଟେରୀ ମଧ୍ୟରେ ରହିଥିବା ଡିଟୋନେଟର (Detonator) ପାଖକୁ ଏକ ବୈଦ୍ୟୁତିକ ପ୍ରବାହ (Current Flow) ପଠାଇଥାଏ। ଯାହା ଫଳରେ ଏହା କୌଣସି ନିଆଁ ବିନା ତୁରନ୍ତ ବିସ୍ଫୋରଣ କରିଥାଏ।
"ଇନଫ୍ଲୁଏନ୍ସ ମାଇନ୍ସ" (Influence Mines)
ଏପରି ଧରଣର ମାଇନ୍ସ ବହୁତ ଉନ୍ନତ ହୋଇଥାନ୍ତି। ଏହାକୁ ବିସ୍ଫୋରଣ କରିବା ପାଇଁ କୌଣସି ଶାରୀରିକ ପ୍ରତିକ୍ରିୟାର ଆବଶ୍ୟକତା ପଡ଼େ ନାହିଁ। ଏହି ମାଇନ୍ସ ସେନ୍ସର ସହିତ ସଜ୍ଜିତ ହୋଇଥାଏ। ଯାହା ସାମୁଦ୍ରିକ ପରିବେଶରେ ହେଉଥିବା ପରିବର୍ତ୍ତନକୁ ଚିହ୍ନଟ କରିଥାଏ। ଏହି ମାଇନ୍ସ କୌଣସି ଜାହାଜର ଧାତୁ ନିର୍ମିତ ଢାଞ୍ଚାର ଚୁମ୍ବକୀୟ କ୍ଷେତ୍ରକୁ ଅନୁଭବ କରିପାରେ। ଯେକୌଣସି ପ୍ରକାରର ପରିବର୍ତ୍ତନ ଏକ ନିର୍ଦ୍ଦିଷ୍ଟ ସୀମାରେ ପହଞ୍ଚିବା ପରେ ଏହି ମାଇନ୍ସ ସ୍ୱୟଂଚାଳିତ ଭାବରେ ବିସ୍ଫୋରଣ କରିଥାଏ।
"ରିମୋଟ ଚାଳିତ ମାଇନ୍ସ" (Remote Controlled Mines)
ଏପରି ମାଇନ୍ସ କୁ କିଛି ଦୂରରୁ ମାନବୀୟ ରୂପରେ ନିୟନ୍ତ୍ରଣ କରିହେବ। ରିମୋଟ ଦ୍ୱାରା ଚାଳିତ ଏହି ମାଇନ୍ସ ସେ ପର୍ଯ୍ୟନ୍ତ ନିଷ୍କ୍ରିୟ ରହିଥାଏ ଯେ ପର୍ଯ୍ୟନ୍ତ କୌଣସି ଉପକୂଳ କିମ୍ବା ନିୟନ୍ତ୍ରଣ କେନ୍ଦ୍ରରୁ ଏହାକୁ କୌଣସି ସଙ୍କେତ ପଠା ଯାଇନଥାଏ। ଏହି ମାଇନ୍ସ ସମୁଦ୍ରରେ ଶତ୍ରୁ ପକ୍ଷ ଉପରେ ଆକ୍ରମଣ ପାଇଁ ସଠିକ୍ ସମୟ ସ୍ଥିର କରିବାର ସୁବିଧା ଦେଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେତେ ବିପଦ ପୂର୍ଣ୍ଣ ହୋଇଥାଏ ଏହି ମାଇନ୍ସ?
ଏହି ମାଇନ୍ସ ନୌସେନା ଯୁଦ୍ଧରେ ସବୁଠାରୁ ଘାତକ ଅସ୍ତ୍ର ମଧ୍ୟରୁ ଅନ୍ୟତମ। ଏହାର ମୂଲ୍ୟ କିଛି ହଜାର ଡଲାର ହେବା ସତ୍ତ୍ୱେ, ଏହି ବିସ୍ଫୋରକ କୋଟି କୋଟି ଡଲାର ମୂଲ୍ୟର ଏକ ଯୁଦ୍ଧଜାହାଜ କିମ୍ବା ମାଲବାହୀ ଜାହାଜକୁ କିଛି ସେକେଣ୍ଡ ମଧ୍ୟରେ ସମୁଦ୍ରରେ ନଷ୍ଟ କରି ଦେଇପାରେ। ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଅଦୃଶ୍ୟ ହୋଇଯିବାର କ୍ଷମତା।
ଏହାକୁ ସମୁଦ୍ରରୁ ହଟାଇବା ଏକ କଷ୍ଟକର କାର୍ଯ୍ୟ ସହିତ ଏକ ସମୟସାପେକ୍ଷ ପ୍ରକ୍ରିୟା। ମାଇନ୍ସ ବିଛାଇବା ଅପେକ୍ଷା ଏହାକୁ ସମୁଦ୍ରରୁ ଖୋଜି ବାହାର କରିବା ହେଉଛି ସବୁଠୁ ଅଧିକ କଷ୍ଟକର କାମ। ଏହି କାର୍ଯ୍ୟ ପାଇଁ ଅତି କମରେ ୨ ଶହ ଗୁଣରୁ ଅଧିକ ସମ୍ବଳ ଆବଶ୍ୟକ। ଯୁଦ୍ଧ ଶେଷ ହେବା ପରେ ମଧ୍ୟ ଏହି ମାଇନ୍ସ ଦଶନ୍ଧି ଦଶନ୍ଧି ଧ ସମୁଦ୍ରରେ ସକ୍ରିୟ ରହିଥାନ୍ତି। ଯାହା ଯୁଦ୍ଧ ଶେଷ ହେବା ପରେ ଅନେକ ଜାହାଜ ଏବଂ ମାଛ ଧରିବା ବ୍ୟବହୃତ ହେଉଥିବା ଡଙ୍ଗା ପାଇଁ ବିପଦ ସୃଷ୍ଟି କରିଥାଏ।

Related Topics
Explore more stories