Nawaz Sharif PoK Statement / ‘ମୁଁ PoKର ପ୍ରଧାନମନ୍ତ୍ରୀ ହେବାକୁ ଚାହେଁ’ ! ନୱାଜ ସରିଫଙ୍କ ବଡ଼ ବୟାନ, ଜାଣନ୍ତୁ କାହିଁକି କହିଲେ ଏମିତି ?
·1 hour ago·2 min read

Key Points
PoK ଉପରେ ନୱାଜଙ୍କ ନଜର!
ନୱାଜ ଶରିଫଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା
ପାକିସ୍ତାନର ରାଜନୀତିରେ ନୂଆ ଚର୍ଚ୍ଚା
ନୱାଜ ଶରିଫଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା
ପାକିସ୍ତାନର ରାଜନୀତିରେ ନୂଆ ଚର୍ଚ୍ଚା
ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଏବେ ରାଜନୈତିକ ଅଶାନ୍ତିର କେନ୍ଦ୍ର ପାଲଟିଛି । ଗୋଟିଏ ପଟେ ଶେହବାଜ ସରିଫ୍ ସରକାର ବିରୋଧରେ ଜନତାଙ୍କ ବିକ୍ଷୋଭ ତୀବ୍ର ହେଉଥିବା ବେଳେ, ଅନ୍ୟପଟେ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ବଡ଼ ରାଜନୈତିକ ଚର୍ଚ୍ଚା। ଏହି ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କ ଏକ ବୟାନ ସମସ୍ତଙ୍କ ନଜର ଆକର୍ଷଣ କରିଛି। PoK ନିର୍ବାଚନରେ ତାଙ୍କ ଦଳ ଜିତିଲେ ସେ ନିଜେ ସେଠାର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ହିଂସା, ବିକ୍ଷୋଭ ଓ ରାଜନୈତିକ ଉତ୍ତେଜନା ମଧ୍ୟରେ PoKରେ କ’ଣ ଚାଲିଛି? ଏବଂ କାହିଁକି ନୱାଜ ଶରିଫ୍ଙ୍କ ଏହି ଘୋଷଣାକୁ ନେଇ ଚର୍ଚ୍ଚା ବଢ଼ିଛି? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।
PoK ରେ ଏବେ ରାଜନୈତିକ ଓ ସାମାଜିକ ଉତ୍ତେଜନା ବଢ଼ିଛି । ଶେହବାଜ ସରିଫ୍ ସରକାର ବିରୋଧରେ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି । ଆଉ ଏହି ଅଶାନ୍ତି ମଧ୍ୟରେ ପାକିସ୍ତାନ ସରକାର PoKରେ ନିର୍ବାଚନ କରାଇବାକୁ ଘୋଷଣା କରିଛି । ଏହାକୁ ନେଇ ରାଜନୈତିକ ମାହୋଲ୍ ଆହୁରି ଗରମ ହୋଇଛି । ପାକିସ୍ତାନ ମୁସଲିମ୍ ଲିଗ୍ର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ PoKର ରାଜନୀତିକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।
ମୁଜଫରାବାଦରେ ଆୟୋଜିତ ଏକ ରାଲିରେ ନୱାଜ ଶରିଫ୍ କହିଛନ୍ତି ଯେ, ଯଦି ତାଙ୍କ ଦଳ PoK ନିର୍ବାଚନରେ ବିଜୟୀ ହୁଏ, ତେବେ ସେ ସେଠାର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା କରିବେ । ତାଙ୍କ ଏହି ବୟାନ ପରେ ରାଲିରେ ଉପସ୍ଥିତ ଦଳୀୟ କର୍ମୀମାନେ ଜୋରଦାର ସମର୍ଥନ କରିଥିଲେ ।
ନୱାଜ ଶରିଫ୍ କହିଛନ୍ତି ଯେ, ଯଦି ସେ PoKର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେଠାରେ ବିକାଶ କାର୍ଯ୍ୟକୁ ଆଗକୁ ନେବାରେ ସାହାଯ୍ୟ କରିବେ । ସେ ପାକିସ୍ତାନର ଅନ୍ୟ ଅଞ୍ଚଳ ଭଳି PoKର ବିକାଶ କରିବାକୁ ଚାହୁଁଥିବା କହିଛନ୍ତି।
ସେ ଆହୁରି କହିଛନ୍ତି ଯେ,POK ତାଙ୍କର ଦ୍ୱିତୀୟ ଘର ଭଳି, କାରଣ ତାଙ୍କ ପୂର୍ବଜମାନେ କାଶ୍ମୀରରୁ ଆସିଥିଲେ। ଯଦି ତାଙ୍କ ଦଳ ନିର୍ବାଚନ ଜିତେ, ତେବେ ସେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ଙ୍କୁ ତାଙ୍କୁ PoKର ପ୍ରଧାନମନ୍ତ୍ରୀ କରିବାକୁ କହିବେ ବୋଲି କହିଛନ୍ତି । PoK ନିର୍ବାଚନରେ ନୱାଜ ସରିଫ୍ଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ର ମୁକାବିଲା ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ସହ ହେବ । PPP ବର୍ତ୍ତମାନ ପାକିସ୍ତାନର କେନ୍ଦ୍ର ସରକାରୀ ମେଣ୍ଟର ଏକ ଅଂଶ ।
ଅନ୍ୟପଟେ, PoKରେ ଜଏଣ୍ଟ ଆୱାମୀ ଆକ୍ସନ୍ କମିଟି (JAAC)ର ନେତୃତ୍ୱରେ ଜୁନ୍ ୯ ତାରିଖରୁ ବିକ୍ଷୋଭ ଜାରି ରହିଛି। ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ଆସନ ସମ୍ପର୍କିତ ଦାବିକୁ ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଶେହବାଜ ସରିଫ୍ ସରକାର JAACକୁ ନିଷିଦ୍ଧ କରିଥିଲେ ମଧ୍ୟ ବିରୋଧ ପ୍ରଦର୍ଶନକୁ ରୋକିପାରିନାହାନ୍ତି ।
ମହଙ୍ଗା, ବେକାରୀ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ପାକିସ୍ତାନ ସରକାର ଓ ସେନା ଉପରେ ଚାପ ବଢ଼ୁଥିବା ବେଳେ, PoKର ଆଗାମୀ ନିର୍ବାଚନ ରାଜନୈତିକ ଭାବେ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories