Nepal Flash Flood / ନେପାଳରେ ପ୍ରଳୟଙ୍କାରୀ ବନ୍ୟା, ୧୦୫ ଭାରତୀୟଙ୍କ ମିଳୁନି ପତ୍ତା
·2 weeks ago·2 min read

Key Points
ନେପାଳରେ ଫ୍ଲାସ୍ ଫ୍ଲଡ୍ର ଭୟଙ୍କର ରୂପ
ହଠାତ୍ ମାଡ଼ି ଆସିଲା ବନ୍ୟା
୧୦୫ ଭାରତୀୟଙ୍କ ନିଖୋଜ
ହଠାତ୍ ମାଡ଼ି ଆସିଲା ବନ୍ୟା
୧୦୫ ଭାରତୀୟଙ୍କ ନିଖୋଜ
ନେପାଳରେ ହଠାତ୍ ମାଡ଼ି ଆସିଲା ବନ୍ୟା । ଭାସିଗଲା ଗାଁ, ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା । ଆଜି ତିବ୍ଦତ ସୀମାବର୍ତ୍ତୀ ଅଞ୍ଚଳରେ ନେପାଳରେ ଭୟଙ୍କର ଫ୍ଲାସ ଫ୍ଲଡ୍ ହୋଇଛି । ହଠାତ୍ ବନ୍ୟା ବନ୍ୟା ଆସିବାରୁ ଅନେକ ଗାଁ ଭାସିଯାଇଛି । ପାର୍ବତ୍ୟ ଜିଲ୍ଲା ରସୁଆର ସ୍ୟାପ୍ରୁ ବେସି ଏବଂ ତିମୁରେ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ତେବେ ଏହି ବନ୍ୟାରେ ପ୍ରାୟ ୧ ହଜାରରୁ ଅଧିକ ଲୋକ ଭାସି ଯାଇଥିବା ଆଶଙ୍କା କରାଯାଉଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବନ୍ୟାରେ ଶତାଧିକ ପର୍ଯ୍ୟଟକ ମଧ୍ୟ ଭାସିଯାଇଥିବା ସୂଚନା ମିଳିଛି । ଏମିତିକି ଏହି ଫ୍ଲାସ୍ ଫ୍ଲଡରେ ୧୦୫ ଜଣ ଭାରତୀୟ ନିଖୋଜ ହୋଇଥିବା ନେପାଳ ପର୍ଯ୍ୟଟନ ବୋର୍ଡର ପ୍ରାଥମିକ ତଥ୍ୟରୁ ଜଣା ପଡ଼ିଛି । ପର୍ଯ୍ୟଟନ ବୋର୍ଡ ଅନୁସାରେ, ରସୁୱା ବନ୍ୟା ପରେ ମୋଟ ୩୮୪ ଜଣ ଯାତ୍ରୀ ନିଖୋଜ ଥିବା ତାଲିକା ହୋଇଛି । ଏଥିରୁ ୨୯୧ ଜଣ ବିଦେଶୀ ଏବଂ ୯୩ ଜଣ ନେପାଳୀ ନାଗରିକ । ତେବେ ଏହା ପ୍ରାଥମିକ ତଥ୍ୟ ହୋଇଥିବାରୁ ଟ୍ରାଭେଲ୍ ଏଜେନ୍ସି, ଟୁର୍ ଗାଇଡ୍, ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ବାହିନୀ ସହ ମିଶି ତଥ୍ୟ ଯାଞ୍ଚ କରାଯାଉଛି ।
ସେପଟେ ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା କହିଛନ୍ତି ଯେ ଉଦ୍ଧାର ଏବଂ ରିଲିଫ୍ ଦଳ ସହିତ ପୋଲିସ ଏବଂ ସେନାକୁ ସହାୟତା କାର୍ଯ୍ୟରେ ନିୟୋଜିତ କରାଯାଇଛି । ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବୁଧବାର ସକାଳ ପ୍ରାୟ ୯ଟାରେ ଆସିଲା ପ୍ରଳୟଙ୍କାରୀ ବନ୍ୟା
ଜିଲ୍ଲା ପୋଲିସ କାର୍ଯ୍ୟାଳୟ, ରସୁୱା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୯ଟାରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ତିମୁର ବଜାର ବସ୍ତି ପ୍ରଭାବିତ ହୋଇଥିଲା । ରସୁୱା ମୁଖ୍ୟ ଜିଲ୍ଲା ଅଧିକାରୀ ନରେନ୍ଦ୍ର ପରିୟାର କହିଛନ୍ତି ଯେ ବନ୍ୟା ତଳିଆ ଉପକୂଳ ଅଞ୍ଚଳରେ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଭାସିଯାଇଛି ଏବଂ ବନ୍ୟାଜଳ ଜନବସତିରେ ପ୍ରବେଶ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତିନୋଟି ପୋଲିସ କାର୍ଯ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି
ତିବ୍ଦତରୁ ଆସିଥିବା ବନ୍ୟା ଯୋଗୁଁ ତିନୋଟି ନେପାଳ ପୋଲିସ କାର୍ଯ୍ୟାଳୟ ମଧ୍ୟ ବହୁ କ୍ଷତି ହୋଇଛି। ପୋଲିସ ମୁଖ୍ୟାଳୟ ଅନୁଯାୟୀ, ତିମୁର ପୋଲିସ ଷ୍ଟେସନ, ସ୍ୟାଫ୍ରୁବେସି ପୋଲିସ ଷ୍ଟେସନ ଏବଂ ରସୁୱା ଜିଲ୍ଲାର ରସୁୱାଗାଧି ପୋଲିସ ଷ୍ଟେସନ ପ୍ରଭାବିତ ହୋଇଛି। ଏହି ସମୟରେ, ବନ୍ୟା ନୂଆକୋଟରେ ମଧ୍ୟ ପହଞ୍ଚିଛି। ନୂଆକୋଟ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟର ସୂଚନା ଅଧିକାରୀ ରୂପେଶ ପ୍ରସାଦ ନେପାଳ ଏହାକୁ ନିଶ୍ଚିତ କରିଛନ୍ତି।

Related Topics
Explore more stories