23 Bodies Found in One House / ପରିବାରକୁ ପୋଛି ନେଲା ବନ୍ୟା, ଘରୁ ମିଳିଲା ୨୩ ମୃତଦେହ; ନେପାଳରେ ମୃତ୍ୟୁସଂଖ୍ୟା ୯୬୨କୁ ବୃଦ୍ଧି
·55 mins ago·2 min read

Key Points
ନୁୱାକୋଟ ଜିଲ୍ଲାରେ ଉଦ୍ଧାର ଅଭିଯାନ ସମୟରେ ମଙ୍ଗଳବାର ଛାତି ଥରାଇ ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବେତ୍ରବନ୍ତିରେ ଉଦ୍ଧାର ଅଭିଯାନ ବେଳେ ଗୋଟିଏ ଘରୁ ୨୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ନୂଆଦିଲ୍ଲୀ: ନେପାଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାକୁ ୭ ଦିନ ବିତିଲାଣି । କିନ୍ତୁ ପ୍ରଳୟ ପରର ବିଧ୍ଵଂସ ଚିତ୍ର ଏବେ ବି ଭୟାବହ ରହିଛି । ଧ୍ଵଂସାବେଶଷ, ଘରର କାଦୁଅ ତଳେ ଖୋଜା ଚାଲିଛି ଜୀବନ । ଏବେ ବି ୪ ହଜାରରୁ ଅଧିକ ଲୋକ ନିଖୋଜ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଏଜେନ୍ସି ଲାଗିଛନ୍ତି ।
ସରକାରୀ ତଥ୍ୟ ଅନୁସାରେ, ଏବେ ସୁଦ୍ଧା ୯୬୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ନୁୱାକୋଟ ଜିଲ୍ଲାରେ ଉଦ୍ଧାର ଅଭିଯାନ ସମୟରେ ମଙ୍ଗଳବାର ଛାତି ଥରାଇ ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବେତ୍ରବନ୍ତିରେ ଉଦ୍ଧାର ଅଭିଯାନ ବେଳେ ଗୋଟିଏ ଘରୁ ୨୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଏଥିସହ ପଢ଼ନ୍ତୁ: କିପରି କରାଯିବ ବନ୍ୟା ପୀଡିତଙ୍କୁ ଚିହ୍ନଟ? ସହାୟତା ମାଗିଲା ନେପାଳ
ନେପାଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାର ପଦ ଚିହ୍ନ ଭାରତର ନଦୀ ଗୁଡ଼ିକରେ ଦେଖିବାକୁ ମିଳୁଛି । ଭାରତର ସୀମାରେ ପ୍ରବାହିତ ଗଣ୍ଡକ ନଦୀରୁ ମିଳିଛି ୨୩ ମୃତଦେହ । ଏବେ ଭାରତ ଉକ୍ତ ମୃତଦେହ ଗୁଡ଼ିକୁ ନେପାଳର ଏଜେନ୍ସିଙ୍କୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତି ଚଳାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିନକୁ ଦିନ ନେପାଳ ବନ୍ୟାରେ ମୃତକ ଓ ନିଖୋଜଙ୍କ ସଂଖ୍ୟା ବଢ଼ି ଚାଲିଛି । ବନ୍ୟାର ୭ ଦିନ ପରେ ବି ହଜାର ହଜାର ଲୋକ ନିଖୋଜ ଅଛନ୍ତି । ଏବେ ପ୍ରାୟ ୪ ହଜାର ଲୋକ ନିଖୋଜ ରହିଥିବା କୁହାଯାଉଛି । ରସୁୱା ଜିଲ୍ଲାର ଉତ୍ତରଗୟା ଗାଁର ପ୍ରାୟ ୩୫୦ ଜଣ ଛାତ୍ର ନିଖୋଜ ରହିଛନ୍ତି ।
ତ୍ରିଶୁଳୀ ୩ଏ ହାଇଡ୍ରୋପାୱାର ପ୍ରୋଜେକ୍ଟରେ ୪୦ରୁ ୪୨ ଜଣ ଇଞ୍ଜିନିୟର୍ ଫସି ରହିଛନ୍ତି । ଏହି ହାଇଡ୍ରୋପାୱାର ପ୍ରୋଜେକ୍ଚରେ ଷଷ୍ଠ ଦିନ ମଧ୍ୟ ଉଦ୍ଧାର ଅଭିଯାନ ଆରମ୍ଭ ହୋଇ ପାରିନାହିଁ । କୁହଯାଉଛି, ବନ୍ୟା ଆସିବା ସମୟରେ ପ୍ରକଳ୍ପରେ ପ୍ରାୟ ୪୦ରୁ ୪୨ ଜଣ ଇଞ୍ଜିନିୟର ଥିଲେ ।
ସେହିଭଳି ତ୍ରିଶୁଳୀ ୩ବି ହାଇଡ୍ରୋପାୱାର ପ୍ରୋଜେକ୍ଟର ଅବସ୍ଥା ପ୍ରାୟ ସମାନ । ସେଠାରେ ପ୍ରାୟ ୧୧୮ ଜଣ ଫସି ରହିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଇଞ୍ଜିନିୟରଙ୍କ ସହ ଅଧିକାରୀ ଓ ଶ୍ରମିକ ଥିବା କୁହା ଯାଉଛି । ସେମାନଙ୍କ ସହ କୌଣସି ପ୍ରକାରେ ସମ୍ପର୍କ ସ୍ଥାପନ ହୋଇ ପାରି ନାହିଁ ।
ଏଥିସହ ପଢ଼ନ୍ତୁ: ନେପାଳ ଫ୍ଲାଶ ଫ୍ଲଡର ଛାତିଥରା ଦୃଶ୍ୟ…ଡ୍ରୋନ୍ରେ କଏଦ ହେଲା ହିମବାହ ଭୁଶୁଡ଼ିବାର ଭୟଙ୍କର ଭିଡିଓ
ମହାମାରୀ ବିପଦ
ନେପାଳର ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ ମହାମାରୀ ବିପଦ ଘନେଇବାରେ ଲାଗିଛି । ବନ୍ୟାର ୭ ଦିନ ପରେ ଏବେ ଦୁର୍ଗନ୍ଧ ବ୍ୟାପିଲାଣି । ମାଟି କାଦୁଅ ତଳେ ଫସି ରହିଥିବା ଶବ ଷଢ଼ିବା ଆରମ୍ଭ କରିବା ଏହାର କାରଣ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ସହ ପରିମଳ ବ୍ୟବସ୍ଥା ଓ ମହାମାରୀ ବ୍ୟାପିବା ପୂର୍ବରୁ ରୋକିବା ଆଦି ଆହ୍ଵାନା ଏଜେନ୍ସି ସାମ୍ନାରେ ରହିଛି ।

Related Topics
Explore more stories