Videos
|
International

Nepal Flash Flood 2026 / କିପରି କରାଯିବ ବନ୍ୟା ପୀଡିତଙ୍କୁ ଚିହ୍ନଟ? ସହାୟତା ମାଗିଲା ନେପାଳ

Subhramjit Ray
Browse all articles by Subhramjit Ray
·57 mins ago·2 min read
କିପରି କରାଯିବ ବନ୍ୟା ପୀଡିତଙ୍କୁ ଚିହ୍ନଟ? ସହାୟତା ମାଗିଲା ନେପାଳ
Nepal Flash Flood 2026

Key Points

ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୋକ ବାହାଦୁର ଛେତ୍ରୀ ସୂଚନା ଦେଇଛନ୍ତି ଯେ ବନ୍ୟା ପୀଡିତଙ୍କୁ ଚିହ୍ନଟ କରିବା ପାଇଁ ବୈଷୟିକ ସହାୟତା ଲୋଡାଯାଇଛି।
Nepal flash flood update today: ଅଚାନକ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଛାରଖାର ହୋଇଯାଇଛି ନେପାଳ। ବନ୍ୟା ପୀଡି଼ତଙ୍କୁ ଚିହ୍ନଟ କରିବା ପାଇଁ ନେପାଳ ସିଙ୍ଗାପୁର ଠରୁ ବୈଷୟିକ ସହାୟତା ମାଗିଛି। ନେପାଳ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୋକ ବାହାଦୁର ଛେତ୍ରୀ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୀଡି଼ତଙ୍କୁ ଚିହ୍ନଟ କରିବା ପାଇଁ ଆମକୁ ବୈଷୟିକ ସହାୟତା ଆବଶ୍ୟକ।

ସେ କହିଛନ୍ତି ଯେ ଆମେରିକାରୁ ଡିଏନଏ ପରୀକ୍ଷା, ଚୀନ୍ ଏବଂ ସିଙ୍ଗାପୁର ଠାରୁ ଉଚ୍ଚ କ୍ଷମତାସମ୍ପନ୍ନ ଉପକରଣ ଯୋଗାଇବାକୁ ଅନୁରୋଧ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ ଜାପାନ ଏବଂ ଦକ୍ଷିଣ କୋରିଆ ଠାରୁ ମଧ୍ୟ ଖୁବ୍ ଶୀଘ୍ର ଅତିରିକ୍ତ ବିଶେଷ ସାମାଗ୍ରୀ ଯୋଗାଣ ଆଶା କରାଯାଉଛି।

ମୁଖପାତ୍ର ଲୋକ ବାହାଦୁର ଛେତ୍ରୀଙ୍କ କହିବା ଅନୁଯାୟୀ, ଭାରତ, ଚୀନ୍, ଫ୍ରାନ୍ସ, ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଦକ୍ଷିଣ କୋରିଆ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସମେତ ବିଭିନ୍ନ ଦେଶରୁ ଏପର୍ଯ୍ୟନ୍ତ ଉଦ୍ଧାର ଏବଂ ରିଲିଫ୍ ସାମଗ୍ରୀ ମିଳିଛି। ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ୟୁନିସେଫ୍ ଠାରୁ ଅତିରିକ୍ତ ଯୋଗାଣ ଏବଂ ସହାୟତା ପାଇବା ପ୍ରକ୍ରିୟା ଜାରି ରହିଛି।

ଏହା ସହ ପଢନ୍ତୁ: ବନ୍ୟା ବେଳେ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ୪୯ ଭାରତୀୟ ନିଖୋଜ

ମୁଖପାତ୍ର ଛେତ୍ରୀ ଆହୁରି କହିଛନ୍ତି ଯେ ଉଦ୍ଧାର ଉପକରଣ, ଫ୍ରିଜର, ସୌର ଲାଇଟ୍, ପରୀକ୍ଷଣ କିଟ୍, ଚେନ୍, କମ୍ବଳ, ସ୍ଲିପିଂ ବ୍ୟାଗ୍, ଖାଦ୍ୟ ସାମଗ୍ରୀ ଏବଂ ଔଷଧ ସମେତ ବିଭିନ୍ନ ସାମଗ୍ରୀ ସହାୟତା ଭାବରେ ମିଳିଛି। ନେପାଳୀ ବିଦେଶୀ ମନ୍ତ୍ରଣାଳୟ କହିବା ଅନୁଯାୟୀ, ପ୍ରଭାବିତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଭାରତୀୟ ଉଦ୍ଧାର ଦଳ ନିୟୋଜିତ କରାଯାଇଛି। ଯେତେବେଳେ ଅନ୍ୟ ଏକ କୋରୀୟ ଦଳ ମଧ୍ୟ ଘଟଣାସ୍ଥଳରେ କାର୍ଯ୍ୟ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପାଇଁ ନେପାଳକୁ ମଧ୍ୟ ଅନ୍ତର୍ଜାତୀୟ ସହାୟତା ଆବଶ୍ୟକ ଥିବାର ଆଶା କରାଯାଉଛି। ମନ୍ତ୍ରଣାଳୟ କହିବା ଅନୁଯାୟୀ ଘର, ରାସ୍ତାଘାଟ, ସେତୁ, ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପୁନରୁଦ୍ଧାର ପାଇଁ ଆବଶ୍ୟକ ସମ୍ବଳ ବନ୍ୟା କ୍ଷୟକ୍ଷତିର ପରିମାଣ ଉପରେ ଆଧାର କରି ନିର୍ଣ୍ଣୟ କରାଯିବ। 

ନେପାଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ମୋଟ ୯୦୦ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ୪ ହଜାରରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଅଭିଯାନ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢିପାରେ।