Unidentified Bodies in Nepal / ନେପାଳ ବନ୍ୟାରେ ମିଳିଲା ଶହ ଶହ ଶବ, ଅଜଣା ମୃତଦେହ ପାଇଁ ସରକାରଙ୍କ ବଡ଼ ଘୋଷଣା
·1 hour ago·2 min read

Key Points
ବନ୍ୟା ପରେ ନେପାଳର ବଡ଼ ନିଷ୍ପତ୍ତି
ବାଲେନ ଶାହଙ୍କ ବଡ଼ ଘୋଷଣା
ଶବ ସହ DNA ବି ରହିବ ସୁରକ୍ଷିତ
ବାଲେନ ଶାହଙ୍କ ବଡ଼ ଘୋଷଣା
ଶବ ସହ DNA ବି ରହିବ ସୁରକ୍ଷିତ
ନେପାଳରେ ପ୍ରକୃତିର ପ୍ରଳୟ ପରେ ଏବେ ଚାରିଆଡ଼େ ଦୁଃଖ ଓ ନିରାଶାର ଛାୟା । ଅଗଷ୍ଟ ୨୬ର ବିନାଶକାରୀ ବନ୍ୟା ପରେ ମାଟି ଓ ଧ୍ୱଂସାବଶେଷ ତଳୁ ଗୋଟିଏ ପରେ ଗୋଟିଏ ମୃତଦେହ ଉଦ୍ଧାର ହେଉଛି । ଏପର୍ଯ୍ୟନ୍ତ ୬୮୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ପ୍ରାୟ ୩ ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ୨୮୭ ଜଣ ଭାରତୀୟ ଥିବା ମଧ୍ୟ କୁହାଯାଉଛି ।
ତେବେ ମୃତଦେହ ଉଦ୍ଧାର ପରେ ନେପାଳ ସରକାରଙ୍କ ସାମ୍ନାରେ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସେମାନଙ୍କ ପରିଚୟ ନିର୍ଣ୍ଣୟ କରିବା । କିଛି ମୃତଦେହର ପରିଚୟ ମିଳିସାରିଥିବା ବେଳେ ଅନେକ ଶବ ଏବେ ବି ଅଜଣା ରହିଛି । ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାର କହିଛି, ପରିଚୟ ମିଳିବା ପର୍ଯ୍ୟନ୍ତ DNA ସାମ୍ପଲ୍ ଓ ଅନ୍ୟାନ୍ୟ ପ୍ରମାଣ ସୁରକ୍ଷିତ ରଖାଯିବ, ଯାହାଦ୍ୱାରା ଦିନେ ନା ଦିନେ ଏହି ମୃତଦେହ ନିଜ ପରିବାର ପାଖକୁ ଫେରିପାରିବ ।
ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହରାଇଥିବା ଲୋକଙ୍କ ଅନ୍ତିମ ସଂସ୍କାର ସେମାନଙ୍କ ପରିବାର ଲୋକ ହିଁ କରିବେ। କୌଣସି ମୃତଦେହକୁ ଅବହେଳିତ ଭାବେ ଅନ୍ତିମ ବିଦାୟ ଦିଆଯିବ ନାହିଁ ।
ସରକାର ଅଜଣା ମୃତଦେହର DNA ସାମ୍ପଲ୍ ଏବଂ ପରିଚୟ ସହ ଜଡ଼ିତ ଅନ୍ୟାନ୍ୟ ପ୍ରମାଣ ସୁରକ୍ଷିତ ରଖିବ। ପରିଚୟ ମିଳିନଥିବା ମୃତଦେହଗୁଡ଼ିକୁ ଏୟାରଟାଇଟ୍ ବ୍ୟାଗ୍ରେ ରଖାଯିବ। ‘ଅନଆଇଡେଣ୍ଟିଫାଏଡ୍ ଆଣ୍ଡ ଅନକ୍ଲେମ୍ଡ ବଡିଜ୍ ମ୍ୟାନେଜମେଣ୍ଟ (ଫର୍ଷ୍ଟ ଆମେଣ୍ଡମେଣ୍ଟ) ଡାଇରେକ୍ଟିଭ୍ ୨୦୨୬’ ଅନୁଯାୟୀ ସେଗୁଡ଼ିକୁ ସୁରକ୍ଷିତ ରଖାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାର ଉଦ୍ଦେଶ୍ୟ ହେଉଛି ଭବିଷ୍ୟତରେ ନିଖୋଜ ଲୋକଙ୍କ ପରିବାର ସଦସ୍ୟଙ୍କ ସହ DNA ମେଳ କରି ମୃତଦେହର ପରିଚୟ ନିଶ୍ଚିତ କରିବା। ପରିଚୟ ମିଳିଲେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ମୃତଦେହ ସୁରକ୍ଷିତ ରଖିବା ବଡ଼ ଚ୍ୟାଲେଞ୍ଜ
ନେପାଳର ବିଦେଶ ମନ୍ତ୍ରୀ ଶିଶିର ଖନାଲଙ୍କ ଅନୁସାରେ, ବନ୍ୟାଜଳରେ ଦୀର୍ଘ ସମୟ ରହିବା ଯୋଗୁଁ ଅନେକ ମୃତଦେହ ଖରାପ ହୋଇଯାଇଛି। ଏହା ଯୋଗୁଁ ସେଗୁଡ଼ିକୁ ସୁରକ୍ଷିତ ରଖିବା ସହ ପରିଚୟ ନିର୍ଣ୍ଣୟ କରିବା ମଧ୍ୟ କଷ୍ଟକର ହେଉଛି।
ଏହି ସମସ୍ୟାର ସମାଧାନ ପାଇଁ ନେପାଳ ସରକାର ବିଶ୍ୱର ବିଭିନ୍ନ ଦେଶକୁ ସହାୟତା ପାଇଁ ଅନୁରୋଧ କରିଛି। ବିଶେଷ କରି ଫ୍ରିଜର ଓ ଫ୍ରିଜର ଟ୍ରକ୍ ଯୋଗାଇ ଦେବାକୁ ଅପିଲ୍ କରାଯାଇଛି। ସରକାରର କହିବା ଅନୁସାରେ, ଏହି ସହାୟତା ମିଳିଲେ ମୃତଦେହଗୁଡ଼ିକୁ ଦୀର୍ଘ ସମୟ ଧରି ସୁରକ୍ଷିତ ରଖାଯାଇପାରିବ ଏବଂ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବା ସମ୍ଭବ ହେବ ।
ବନ୍ୟା ଓ ଭୂସ୍ଖଳନରେ ନେପାଳର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଧ୍ୱଂସ ହୋଇଥିବା ଅଞ୍ଚଳର ପୁନର୍ନିର୍ମାଣ ଏବଂ ପ୍ରଭାବିତ ଲୋକଙ୍କ ପୁନର୍ବାସ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି ।
ବିଦେଶ ମନ୍ତ୍ରୀ ଶିଶିର ଖନାଲଙ୍କ ଅନୁସାରେ, ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ଭରଣା ଏବଂ ପୁନଃନିର୍ମାଣ ପାଇଁ ନେପାଳକୁ ପ୍ରାୟ ୪ରୁ ୫ ବିଲିୟନ ଡଲାର ଆବଶ୍ୟକ ହୋଇପାରେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୩୩ ହଜାରରୁ ୪୦ ହଜାର କୋଟି ଟଙ୍କା ।

Related Topics
Explore more stories